Grandmother and Grandfather dies in road accident
ନାତୁଣୀକୁ ଦେଖି ଘରକୁ ଫେରୁଥିଲେ ଅଜା ଆଈ। ହେଲେ ଅଧା ରାସ୍ତାରେ ଗୋଟିଏ କାର ତାଙ୍କୁ ଧକ୍କା ଦେବା ଫଳରେ ଚାଲିଗଲା ଅଜା ଆଈଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରିକୁଟି ଠାରେ ଦେଖିବାକୁ ମିଳିଛି। ଆଉ ମୃତକ ହେଲେ କୁମ୍ଭାରମୁଣ୍ଡା କଲୋନି ସାହିର କାମଦେବ ଦିଗାଳ ଓ ବିବିକା ଦିଗାଳ।
Advertisment
ଉଭୟ ଅଜା ଆଈ ଲୁନା ଯୋଗେ ବାଲିଗୁଡା ଯାଇ ନାତୁଣୀକୁ ଦେଖି ଗାଁକୁ ଫେରୁଥିବା ସମୟରେ କିରିକୁଟି ବ୍ରିଜରେ ସାମ୍ନା ପଟୁ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଆଉ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅଜା ଆଈଙ୍କୁ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ ଦାରିଙ୍ଗବାଡ଼ି ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।ଦୁର୍ଘଟଣାରେ ଏକା ସାଙ୍ଗରେ ଅଜା ଆଈଙ୍କ ମୃତ୍ୟୁ ଘଟିବା ପରେ ପରିବାର ଲୋକେ ମ୍ରିୟମାଣ ହୋଇପଡିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)