• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୁ ହୁ ହୋଇ ଜଳୁଛି ମାର୍କେଟ କମ୍ପ୍ଲେକ୍ସ୍‌ ନିଆଁ । ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ । ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ଧୂଆଁମୟ ପରିବେଶ । ପୁରୀ ରେ ଭୟାନକ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । ଡିଜି କହିଛନ୍ତି, ୧୨ରୁ ଅଧିକ ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛି ।

ଭୁବନେଶ୍ୱର ରୁ ଷ୍ଟ୍ରାଇକିଂ ଫୋର୍ସ ଯାଇ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । କଟକ ଫାୟାର ଅଫିସର ନିଜେ ଉପସ୍ଥିତ ରହି ତାର ତଦାରଖ କରୁଛନ୍ତି । ରାତିରେ ଭିଜିବିଲିଟି କମ୍ ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ ହୋଇଛି । ୯୦ ଜଣ ତାଲିମପ୍ରାପ୍ତ ଅଗ୍ନିଶମ କର୍ମଚାରୀ କାର୍ଯ୍ୟରେ ଲାଗି ପଡିଛନ୍ତି ।

ଏଗଜିଟ୍ ଓ ଆପ୍ରୋଚ ରୋଡ୍ ନ ଥିବାରୁ ନିଆଁ ଲିଭାଯିବାରେ ସମସ୍ୟା ହୋଇଛି । ଶୀଘ୍ର ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛୁ । ହେଲେ ଏହି ଘଟଣାରେ କୌଣସି ଅଗ୍ନିଶମ କର୍ମଚାରୀ ଆହତ ହୋଇନଥିବା କହିଛନ୍ତି ଅଗ୍ନିଶମ ଡିଜି ।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲା । ଉଦ୍ଧାର ବେଳେ ସଂକୀର୍ଣ୍ଣ ରାସ୍ତା ଥିବାରୁ ଧୂଆଁରେ ରୁନ୍ଧି ହୋଇ ୩ ଜଣ ଅଗ୍ନିଶମ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।