Advertisment

ଦୁର୍ଘଟଣାରେ ବାପ-ପୁଅ ମୃତ...ଖବର ଶୁଣି ହୃଦଘାତରେ ଟଳିପଡ଼ିଲେ ଦାଦା

ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ ବାପ-ପୁଅ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ।

author-image
Sonali Ojha
ଅଦ୍ୟତନ ହୋଇଛି
Father Son Died By Road Accident In Keonjhar

ACCIDENT

ସତରେ ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ ପରିଜନଙ୍କୁ ସାଙ୍ଗରେ ନେଇ ଆସେ। ପ୍ରଥମେ ଦୁର୍ଘଟଣାରେ ବାପା-ପୁଅଙ୍କର ଜୀବନ ଗଲା। ଖବର ଶୁଣି ଏହାକୁ ସହି ପାରିଲେନି ଦାଦା। ହୃଦଘାତରେ ସେ ବି ଆରପାରିକୁ ଚାଲିଗଲେ। ଗୋଟିଏ ଦିନରେ ମାତ୍ର କିଛି ଘଣ୍ଟା ବ୍ୟବଧାନରେ ସମାନ ପରିବାରର ୩ଜଣଙ୍କର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଘଟଗାଁ ଥାନା ବାରିଗାଁରେ।

Advertisment

ଘଟଗାଁ ଥାନା ପିପିଳିଆ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ ରଡ୍ ବୋଝେଇ ଟ୍ରକ୍ ଧକ୍କାରେ ବାରିଗାଁର ବାପ-ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କାଣ୍ଡେ ମୁଣ୍ଡା ଓ ତାଙ୍କ ପୁଅ ଲକ୍ଷ୍ମଣ । ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ ବାପ-ପୁଅ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପପୁଅ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ଖବର ଗାଁରେ ପହଞ୍ଚିବା ପରେ ଲକ୍ଷ୍ମଣଙ୍କ ଦାଦା ସମରା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ସମରାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH - ୨୦ ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

Advertisment
Accident Heart Attack
Advertisment
Advertisment