Advertisment

‘ମୁଁ ମରିଯାଇ ଥାଆନ୍ତି’.. ଡ୍ରାଇଭର୍‌ ବଖାଣିଲେ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ

ଅଳ୍ପକେ ବର୍ତ୍ତିଛନ୍ତି ବସର ଡ୍ରାଇଭର୍ । କହିଲେ, ସିଏ ଖୁବ୍ ଜୋରରେ ଆଣି ଲେଫ୍ଟରୁ ପିଟିଲା ।

ଅଦ୍ୟତନ ହୋଇଛି
Ganjam Digapahandi Bus Accident

accident

Advertisment

‘ରାତି ପ୍ରାୟ ସାଢ଼େ ୧୨ଟା ସମୟ..ମୁଁ ଫ୍ୟାମିଲି ବାଲା.. ଧୀରେ ଧୀରେ ଯାଉଥିଲି..ଖେମୁଣ୍ଡି କଲେଜ୍‌ ପାଖାପାଖି ଗାଡ଼ି ସ୍ଲୋ କରି ଦେଇଥିଲି ..ହେଲେ ହଠାତ୍‌ ବାମପଟୁ ସେ ଜୋରରେ ଆସି ମାଡ଼ କଲା ..ଆଉ ତା’ପରେ ଗାଡ଼ି ପଲଟିଗଲା.. ମୋ ଲୋକ ସବୁ ମରିଗଲେ...ତା’ପର ଠାରୁ ମୁଁ ଆଉ କିଛି ଜାଣିନି ..ମୋ ଗାଡ଼ି ଚଳାଇବାରେ କେବେ ଦୁର୍ଘଟଣା ଘଟିନି..ମୋ ଫ୍ରଣ୍ଟରୁ ବାଡ଼େଇଲା ..ମୁଁ ମରିଯାଇ ଥାଆନ୍ତି ...ଚିପି ହୋଇ ରହିଥିଲି..ମୋତେ ଶେଷରେ କଢ଼ାହେଲା..ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକ ଧାଇଁ ଆସିଲେ.. ସବୁ ପାଣି ପାଣି କହି ଚିତ୍କାର କରୁଥିଲେ.. ତା’ପରେ ଗାଡ଼ି ସବୁ ଜାମ ହୋଇଗଲା‘.... ଗଂଜାମ ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣାର ଏଭଳି ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ଘରୋଇ ବସ୍‌ର ଡ୍ରାଇଭର୍‌ ।

Advertisment

ଅଧିକ ପଢ଼ନ୍ତୁ: ଦିଗପହଣ୍ଡି ଦୁର୍ଘଟଣା; ପୂର୍ବତନ ସାଂସଦଙ୍କ ୧୧ ସମ୍ପର୍କୀୟ ମୃତ, ଗାଁରେ ଶୋକାକୁଳ ପରିବେଶ

ଗଂଜାମ ଦିଗପହଣ୍ଡିରେ ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଛି। ବ୍ରହ୍ମପୁରରୁ ବିବାହ ଭୋଜି ସାରି ଫେରୁଥିଲା ଘରୋଇ ବସ । ସେପଟେ ରାୟଗଡ଼ା ଗୁଡାରୀରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ଓଏସଆରଟିସି ବସ । ପ୍ରାୟ ରାତ୍ରି ଗୋଟାଏରେ ଘଟିଥିଲା ଦୁର୍ଘଟଣା । ଉଭୟ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଦେବା ପରେ ଘରୋଇ ବସଟି ଓଲଟି ପଡିଥିଲା ।

Advertisment

ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଛନ୍ତି । ଆହତ ହୋଇଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଜଣକୁ କଟକବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଘରୋଇ ବସଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବସରେ ଅବସ୍ଥା ଦେଖିଲେ ହିଁ ଦୁର୍ଘଟଣାର ଭୟବହତାକୁ ଅନୁମାନ କରାଯାଇପାରୁଛି ।

Bus Accident Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ