Advertisment

କଟକ ବକ୍ସଡ୍ରେନରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ନାବାଳିକା ଏନ୍. ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା।

ଅଦ୍ୟତନ ହୋଇଛି
Cuttack Box Drain Mishap

Cuttack box drain tragedy

Advertisment

କଟକ ବକ୍ସଡ୍ରେନରେ ଫସି ନାବାଳିକା ମୃତ୍ୟୁ ଘଟଣାରେ CMCର ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ ହୋଇଛନ୍ତି। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ସସ୍‌ପେଣ୍ଡ ହୋଇଛନ୍ତି। ଡ୍ୟୁଟିରେ ଖିଲାପ ନେଇ ସସ୍‌ପେଣ୍ଡ କଲା ନଗର ଉନ୍ନୟନ ବିଭାଗ। ଗତକାଲି ଗହ୍ମାଡିଆରେ ପାଇପ ସନ୍ଧିରେ ଫସି ନାବାଳିକାର ମୃତ୍ୟୁ ଘଟିଥିଲା। 

Advertisment

ବକ୍ସଡ୍ରେନ୍ ପାଇପରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ମିଳିବା ନେଇ ମେୟର ସୂଚନା ଦେଇଛନ୍ତି।କଟକ ଜିଲ୍ଲାପାଳ କହିଛନ୍ତି R & B ଅଧୀକ୍ଷଣ ଯନ୍ତ୍ରୀ ଓ କଟକ ସଦର ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ଦେବା ପାଇଁ କୁହାଯାଇଛି।

ଗତକାଲିର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ନାବାଳିକା ଏନ୍. ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। ନଚେତ୍ ଆନ୍ଦୋଳନକୁ ଓହ୍ଲାଇବାକୁ କଂଗ୍ରେସ ଧମକ ଦେଇଥିଲା।

Advertisment

କଟକ ସହରରେ ଯନ୍ତ୍ରଣାର ଅନ୍ୟ ନାଁ ପାଲଟିଥିବା ଜାଇକା ପାଇଁ ଲମ୍ବି ଚାଲିଛି ଜୀବନହାନିର ତାଲିକା। ହେଲେ ସମସ୍ତେ ଯେମିତି ବେପରୱା, ବେଫିକର।ସହରରେ ୧୦ ବର୍ଷ ତଳୁ ଜାଇକା ଆରମ୍ଭ କରିଥିବା ବକ୍ସ ଡ୍ରେନ୍ କାମ ଏବେ ବି ଚାଲିଛି। କାମ ଚାଲିଥିବା ବେଳେ ବ୍ୟାରିକେଡ୍ ଓ ସୂଚନା ଫଳକ ସହ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ଏସଓପି ଅଛି। ହେଲେ ଅଭିଯୋଗ ଏସବୁ କାଗଜ କଲମରେ। 

Drain Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ