Advertisment

ବକ୍ସଡ୍ରେନ୍ ପାଇପରେ ଫସି ନାବାଳିକା ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

କଟକ ବକ୍ସ ଡ୍ରେନ୍ ଟ୍ରାଜେଡି ପାଇଁ ଦାୟୀ କିଏ? ଦୁଇ ଦିନରେ ଦୁଇଟି ଅଘଟଣରେ ଗଲା ଦୁଇ ଜଣଙ୍କ ଜୀବନ। ଏଥିପାଇଁ ବଢ଼ୁଛି ଅସନ୍ତୋଷ।

ଅଦ୍ୟତନ ହୋଇଛି
Cuttack Drain Mishap

Cuttack box drain mishap

Advertisment

ଦୁଇଦିନରେ ଅକାଳରେ ଚାଲିଗଲା ଦୁଇ ଦୁଇଟି ଜୀବନ। ତାହାପୁଣି କଟକ ସହରରେ। ସୋମବାର ତାଳଦଣ୍ଡା କେନାଲରେ କାର୍ ପଶିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ଡ୍ରେନେଜ୍ ଲୁହା ପାଇପରେ ଚାପି ହୋଇ ଜଣେ ଯୁକ୍ତ ୨ ଛାତ୍ରୀଙ୍କର ଜୀବନ ଯାଇଛି। ସେପଟେ ମୃତକ ମରଶରୀର ଘରକୁ ପହଞ୍ଚିବା ପରେ ଶୋକାକୂଳ ହୋଇପଡ଼ିଛି ପରିବେଶ। ଘର ଲୋକ ଝିଅର ମୃତଦେହ ଦେଖିବା ପରେ ମିୟମ୍ରାଣ ହୋଇପଡ଼ିଛନ୍ତି। ସାରା ଅଞ୍ଚଳରେ ଏବେ ଲୁହ ଓ କାନ୍ଦର ବିଭୀଷିକା।  ଆଉ ଏହି ଆକସ୍ମିକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଅଧିକ ପଢ଼ନ୍ତୁ: ‘ଜାଣିଶୁଣି.. ଏମାନେ କଟକକୁ ମରଣଯନ୍ତାରେ ପରିଣତ କରିଛନ୍ତି’

ବକ୍ସଡ୍ରେନ୍ ପାଇପରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ମିଳିବା ନେଇ ମେୟର ସୂଚନା ଦେଇଛନ୍ତି। ସେପଟେ କଟକ ଜିଲ୍ଲାପାଳ କହିଛନ୍ତି R & B ଅଧୀକ୍ଷଣ ଯନ୍ତ୍ରୀ ଓ କଟକ ସଦର ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ଦେବା ପାଇଁ କୁହାଯାଇଛି।

ତେବେ କଟକ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଡ୍ରେନ ଗୁଡିକ ଅତି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏମିତିକି ଯେଉଁଠି ନିର୍ମାଣ କାର୍ଯ୍ୟ ଚାଲୁଛି ସେଠାରେ ସାଧାରଣ ଲୋକଙ୍କ ପାଇଁ କୌଣସି ସତର୍କତା ଅବଲମ୍ବନ କରାଯାଇନାହିଁ ବୋଲି କଟକ ବାସିନ୍ଦା ଅଭିଯୋଗ କରିଛନ୍ତି। ଯେଉଁ ସଂସ୍ଥାଗୁଡିକ ଡ୍ରେନେଜ୍ କାମ ହାତକୁ ନେଇଛନ୍ତି ସେମାନଙ୍କ ଚରମ ଅବହେଳା ପାଇଁ ଏଭଳି ଘଟିଛି ବୋଲି ଅଭିଯୋଗ ହୋଇଛି।

Advertisment

ବକ୍ସଡ୍ରେନ୍ ପାଇପରେ ଫସି ନାବାଳିକା ମୃତ୍ୟୁ ପରେ ଚେତିଛି ପ୍ରଶାସନ। ଜାଇକା କାମ ଜାଗାରେ ସୂଚନା ଫଳକ, ବ୍ୟାରିକେଡ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କଟକର ଯେଉଁଠି ଜାଇକା କାମ ଚାଲିଛି ସେଠି ସୂଚନା ଫଳକ ନିର୍ଦ୍ଦେଶ ହୋଇଥିବା କଟକ ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି। କାର୍ଯ୍ୟ ସ୍ଥାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସୁରକ୍ଷାକର୍ମୀ ବି ରଖିବାକୁ ବି ନିର୍ଦ୍ଦେଶ ହୋଇଛି। ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର କହିଛନ୍ତି।

କଟକ ବକ୍ସ ଡ୍ରେନ୍ ଟ୍ରାଜେଡି ପାଇଁ ଦାୟୀ କିଏ? ଦୁଇ ଦିନରେ ଦୁଇଟି ଅଘଟଣରେ ଗଲା ଦୁଇ ଜଣଙ୍କ ଜୀବନ। ଏଥିପାଇଁ ବଢ଼ୁଛି ଅସନ୍ତୋଷ। କଟକ କେଶରପୁରରେ ଗତକାଲି ବକ୍ସ ଡ୍ରେନ୍ ଟ୍ରାଜେଡିରେ ମୃତ ଯୁକ୍ତ ଦୁଇ ଛାତ୍ରୀଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ଲୋକେ। ଏମିତିକି ମୃତ୍ୟୁର ଯନ୍ତା ପାଲଟିଥିବା ନିର୍ମାଣାଧୀନ କାମରେ ଆଉ କେତେ ଜୀବନ ଗଲେ ପ୍ରଶାସନ ଚେତିବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଓ ବିରୋଧୀ କର୍ପୋରେଟର। ଏମିତିକି ଗତକାଲିର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ନାବାଳିକା ଏନ୍. ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। ନଚେତ୍ ଆନ୍ଦୋଳନକୁ ଓହ୍ଲାଇବାକୁ କଂଗ୍ରେସ ଧମକ ଦେଇଥିଲା।

Advertisment

ଗତକାଲି କେଶରପୁରରେ ନିର୍ମାଣାଧୀନ ଡ୍ରେନ୍ ରେ ଜଣେ ନାବାଳିକା ଓ ସୋମବାର ତାଳଦଣ୍ଡା କେନାଲରେ କାର ଖସି ଜଣଙ୍କର ମୃତ୍ୟୁ ହେବା ଘଟଣାରେ ପ୍ରଶାସନକୁ ଘେରିଛନ୍ତି ବିରୋଧ।
ସେପଟେ ମେୟର କହିଛନ୍ତି ଘଟଣାର ତଦନ୍ତ ସହ ଯେମିତି ଏପରି ଘଟଣାର ପୁନରାବୃତ୍ତି ନଘଟେ, ସେଥିପ୍ରତି ସବୁ ବିଭାଗ ସହ ଆଲୋଚନା କରାଯିବ।

Drain Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ