• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରପ୍ରଦେଶର ହାଥରସରେ ବଡ଼ ଅଘଟଣ । ଦଳାଚକଟାରେ ଲୋକଙ୍କ ମୃତ୍ୟୁ ୮୭ ଛୁଇଲାଣି । ହାଥରସ୍‌ ଫୁଲୁରୀ ଗାଁରେ ସତ୍‌ସଙ୍ଗ ବେଳେ ବଡ଼ ଅଘଟଣ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା । ଘଟଣା ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ହାଥରସରେ ଭଗବାନ ଶିବଙ୍କର ଏକ ସତସଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଲୋକେ ଅଚାନକ ଦୌଡାଦୌଡି କରିବାରୁ ଦଳଚକଟାରେ ଲୋକଙ୍କ ମୃତ୍ୟୁ ହୋଇଛି। 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସତସଙ୍ଗ ସରିବା ପରେ ଲୋକେ ଘରକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଏହି ସମୟରେ ଦୌଡାଦୌଡି ଆରମ୍ଭ ହୋଇଥିଲା । ଏଥିରେ ୮୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ମଧ୍ୟପ୍ରଦେଶରେ ଦିଲ୍ଲୀ ବୁରାଡ଼ି ଘଟଣା ରିପିଟ୍; ଗୋଟିଏ ପରିବାରରୁ ମିଳିଲା ୫ ମୃତ ଦେହ

ଏଟା ଏସଏସପି ରାଜେଶ କୁମାର ସିଂଙ୍କ କହିବାନୁସାରେ, ହାଥରାସ୍‌ ଜିଲ୍ଲାର ସିକନ୍ଦରାଉ ସହରରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ଦଳାଚକଟା ହୋଇଥିଲା । ଏପର୍ଯ୍ୟନ୍ତ ୮୭ଟି ମୃତଦେହ ଏଟା ହସ୍ପିଟାଲରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା ଏହି ୮୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଉଛି । ସେପଟେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ଏସ୍‌ପି ରାଜେଶ କୁମାର ସିଂ କହିଛନ୍ତି ।

ଏହି ଘଟଣା ପରେ ଜଣେ ଶ୍ରଦ୍ଧାଳୁ କହିଛନ୍ତି କି, ସତସଙ୍ଗରେ ପ୍ରବଳ ଭିଡ଼ ହୋଇଥିଲା । ସତସଙ୍ଗ ସମାପ୍ତ ହେବା ପରେ ଲୋକ ବାହାରକୁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟରେ କୌଣସି କାରଣରୁ ଲୋକାମାନେ ଦୌଡିବା ଆରମ୍ଭ କରିଥିଲେ । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ ଓ କିଛି ଲୋକ ସେମାନଙ୍କ ଉପରେ ଚଢି ଦୌଡିବା ଆରମ୍ଭ କରିଥିଲେ । ଏଥିରେ ଅନେକ ଲୋକ ଗୁରୁତର ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଗୁରୁତରମାନଙ୍କୁ ନିକଟସ୍ଥ ଏକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ: ପିକ୍‌ନିକ୍‌ରେ ଯାଇଥିଲେ; ପୂରା ପରିବାର ଉଜାଡିଦେଲା ଫ୍ଲାସଫ୍ଲଡ୍, ଭାସିଗଲେ ୫ଜଣ

OTV is now on Whatsapp

Join and get latest news update delivered to you via whatsapp

Join Now