• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୩ ଜଣଙ୍କର ଗଲା ଜୀବନ । ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର । ଏଭଳି ଏକ ଦୁର୍ଘଟଣା ଘଟିଛି, ବାଙ୍ଗଲୋର -ପୁଣେ ହାଇୱେରେ । କର୍ଣ୍ଣାଟକ ହାଭେରୀ ଜିଲ୍ଲା ଅନ୍ତର୍ଗତ ଗୁଣ୍ଡେନାହାଲ୍ଲି ଦେଇ ଯାଇଥିବା ହାଇୱେରେ ଆଜି ସକାଳୁ ଏଭଳି ଏକ ଛାତି ଥରା ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାରକାରୀ ଟିମ୍‌ ମଧ୍ୟ ପହଞ୍ଚିଥିଲା । ଗୁରୁତରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

ତେବେ ମିଳିଥିବା ସୂଚନାନୁରେ, ଭଗବାନଙ୍କୁ ଦର୍ଶନ କରି ଏକ ଟ୍ରାଭେଲରରେ ଫେରୁଥିଲେ ତୀର୍ଥଯାତ୍ରୀ । ଏହି ସମୟରେ ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରାଭେଲର । ସେତେବେଳେ ସମୟ ପ୍ରାୟ ଭୋର ୪ଟା ହୋଇଥିଲା ।

ମୃତକମାନେ ମନ୍ଦିର ଦର୍ଶନ ପାଇଁ କର୍ଣ୍ଣାଟକର ସାବଦତ୍ତୀ ଯାଇଥିବା ବେଳେ ସେଠାରୁ ଫେରୁଥିଲେ । ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଶିବାମୋଗା ବାସିନ୍ଦା ହୋଇଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now