• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାନଦୀରେ ଡଙ୍ଗା ବୁଡ଼ି ୨ ଜଣଙ୍କ ମୃତ୍ୟୁ, ୭ ନିଖୋଜ। ଝାରସୁଗୁଡ଼ା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଘଟିଛି ଏ ଅଘଟଣ। ଡଙ୍ଗାରେ ପ୍ରାୟ ୫୦ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ନିଖୋଜ ଅଛନ୍ତି। ୪୦ରୁ ଅଧିକ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଥିଲେ। ସମସ୍ତ ନିଖୋଜ ମାନେ ବରଗଡ଼ ବାଞ୍ଜିପାଲି ଅଞ୍ଚଳର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡି। ଚାଲିଗଲା ୨ଜଣଙ୍କ ଜୀବନ, ୭ଜଣଙ୍କ ଏଯାଏଁ ପତ୍ତା ମିଳିନି। ନିଖୋଜଙ୍କ ମଧ୍ୟରେ ଅଛନ୍ତି ୪ ମହିଳା ଓ ୩ ଜଣ ଶିଶୁ। ଦୀର୍ଘ ସମୟର ଖୋଜାଖୋଜି ପରେ ବି ଏହି ୭ ଜଣଙ୍କ ପତ୍ତା ମିଳିନଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର। ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବାବେଳେ ଘଟିଛି ଏହି ଅଘଟଣ। ଡଙ୍ଗାରେ ପ୍ରାୟ ୫୦ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ। ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ଥିଲେ।

ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା, ସେନେଇ ସ୍ପଷ୍ଟ ଜଣାପଡ଼ିନାହିଁ। କୁହାଯାଉଛି, ଏହା ଏକ ପୁରୁଣା ଡଙ୍ଗା ଥିଲା। ତେଣୁ ଓଭରଲୋଡିଂ ଯୋଗୁ ଏହା ବୁଡ଼ିଯାଇଛି। ଏପରିକି ଡଙ୍ଗାରେ କୌଣସି ଲାଇଫ୍ ଜାକେଟ୍ ବି ନଥିଲା ବୋଲି ସୂଚନା ମିଳିଛି। ଏହି ଅଘଟଣ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିମାନଯୋଗେ ଘଟଣାସ୍ଥଳ ଅଭିମୁଖେ ୨ଟି ସର୍ଚ୍ଚ କ୍ୟାମେରା ସହ ଯାଇଛନ୍ତି ୫ ଜଣ ସ୍କୁବା ଡାଇଭର। ଘଟଣାସ୍ଥଳରେ ଆରଡିସି, ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ରହିଛନ୍ତି। ମୁଖ୍ୟ ଶାସନ ସଚିବ ଓ ଏସଆରସି ଉଦ୍ଧାର କାର୍ଯ୍ୟର ମନିଟରିଂ କରୁଛନ୍ତି।

ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାର ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ନିର୍ମାଣ କାମ ବେଳେ ଦୁର୍ଘଟଣା; ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ

ସେପଟେ ଡଙ୍ଗା ବୁଡ଼ିରେ ନିଖୋଜ ୭ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ବିମାନ ଯୋଗେ ଝାରସୁଗୁଡ଼ା ପଠାଗଲା ୨ଟି ସର୍ଚ୍ଚ କ୍ୟାମେରା। ୫ ଜଣ ସ୍କୁବା ଡାଇଭର ଓ ୨ଟି ସର୍ଚ୍ଚ କ୍ୟାମେରା ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।