• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କଟକରେ ନିର୍ମାଣ କାମ ବେଳେ ଦୁର୍ଘଟଣା । ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ । ନିର୍ମାଣ କାମ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସି ଯାଇଥିଲା। ଏହା ତଳେ ଚାପି ହୋଇଯାଇଥିଲେ କାମ କରୁଥିବା ଶ୍ରମିକ । ଅଣନିଶ୍ବାସୀ ହୋଇ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ, ଅନ୍ୟ ସାଥୀ ଶ୍ରମିକ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ।

ଏହାସହ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସମସ୍ତେ ମିଶି ଶ୍ରମିକଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକଙ୍କଘର ଜଗତସିଂହପୁରେ ବୋଲି ସୂଚନା ମିଳିଛି । 

ନିକଟରେ କଟକରେ ଓଭର ବ୍ରିଜ୍‌ରୁ ତଳକୁ ଖସିଥିଲା ଯାତ୍ରୀବାହୀ ବସ୍ । ଏନ୍ ଏଚ୍ -୧୬ର ବାରବାଟୀ ଛକ ପାଖରେ ବସ୍ ଖସିଥିବା ବେଳେ ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିଲେ । ୫ ଜଣଙ୍କର ମୃତ୍ୟୁ ହୋଇଥିଲା । 

ସୂଚନା ଅନୁସାରେ ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଥିଲା । ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିଲେ । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।