Advertisment

Rat Nibbled off Thumb: କ୍ୟାନସର ସହ ଯୁଝୁଥିଲା କୁନି ପୁଅ; ହସ୍ପିଟାଲ୍‌ରେ ଆଙ୍ଗୁଳି କାମୁଡି ଖାଇଲା ମୂଷା, ଚାଲିଗଲା ଜୀବନ !

ରାତିରେ ପିଲାର ପାଟି ଶୁଣି ସଂପର୍କୀୟ ତା ନିକଟକୁ ଯାଇଥିଲେ, ସେତେବେଳେ ସେମାନେ ଆଙ୍ଗୁଠିରୁ ରକ୍ତସ୍ରାବ ହେଉଥିବା ଦେଖିଲେ। କମ୍ବଳ ଉଠାଇବା ପରେ ତଳେ ଏକ ମୂଷା ଚାଲୁଥିବାର ଦେଖିଲେ। ଶୁକ୍ରବାର ଭୋର୍ ୪ ଟାରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Rajasthan

Rajasthan

Advertisment

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। ରକ୍ତ କର୍କଟରେ ପୀଡ଼ିତ ୧୦ ବର୍ଷର ନାବାଳକର ଆଙ୍ଗୁଳିକୁ କାମୁଡି ଖାଇଲା ମୂଷା। ଆଉ ଏହି କାରଣରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ରାଜସ୍ଥାନର ଏହି ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣା ଜଣାପଡିବା ପରେ ସରକାରୀ ହସ୍ପିଟାଲ୍‌ର ଅସଲ ଚିତ୍ର ପଦାରେ ପଡିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ। ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା ଓ ଅବସ୍ଥା ଅତି ଗୁରୁତର ଥିବାରୁ ପିଲାଟିର ଜୀବନ ଯାଇଛି ବୋଲି ଡାକ୍ତର କହିଛନ୍ତି। ତେବେ ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଗତକାଲି ରାଜସ୍ଥାନର ସରକାରୀ କର୍କଟ ପ୍ରତିଷ୍ଠାନରେ ରକ୍ତ କର୍କଟରେ ପୀଡିତ ଥିବା ୧୦ ବର୍ଷର ନାବାଳକର ମୃତ୍ୟୁ ହୋଇଛି। ତେବେ ଦୁଇଦିନ ତଳେ ପିଲାଟିର ଗୋଡ଼ ଆଙ୍ଗୁଳି ମୂଷା କାଟିଦେଇଥିଲା। ଗଣମାଧ୍ୟମ ରିପୋର୍ଟରେ ଦିଆଯାଇଥିବା ଦାବିକୁ ଖଣ୍ଡନ କରି ଡାକ୍ତରଖାନା ଅଧୀକ୍ଷକ ଡକ୍ଟର ସନ୍ଦୀପ ଜସୁଜା କହିଛନ୍ତି ଯେ ମୃତ୍ୟୁ ମୁଖ୍ୟତଃ ସେପ୍ଟିସେମିକ୍ ଶକ୍ ଏବଂ ସଂକ୍ରମଣ କାରଣରୁ ହୋଇଛି। ପିଲାଟି ଜ୍ୱର ଏବଂ ନିମୋନିଆରେ ପୀଡିତ ଥିଲା। ରାଜ୍ୟ ସରକାର ତିନିଜଣିଆ ତଦନ୍ତ କମିଟି ଗଠନ କରି ତିନି ଦିନ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଏଥିସହ ରାଜ୍ୟ ମେଡିକାଲ୍ ଶିକ୍ଷା ସଚିବ ଅମ୍ବ୍ରିଶ କୁମାର ରାଷ୍ଟ୍ରାୟତ୍ତ SMS ମେଡିକାଲ କଲେଜର ମୁଖ୍ୟଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ସହରର ପ୍ରତାପ ନଗର ଅଞ୍ଚଳରେ ଥିବା କର୍କଟ ପ୍ରତିଷ୍ଠାନ SMS ହସ୍ପିଟାଲ ଅଧୀନରେ ଅଛି। ମୂଷା କାମୁଡ଼ିବା ନେଇ ରିପୋର୍ଟ ଶୁକ୍ରବାର ଦିନ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ରାତିରେ ପିଲାର ପାଟି ଶୁଣି ଜଣେ ସଂପର୍କୀୟ ତା' ନିକଟକୁ ଯାଇଥିଲେ, ସେତେବେଳେ ସେମାନେ ଆଙ୍ଗୁଠିରୁ ରକ୍ତସ୍ରାବ ହେଉଥିବା ଏବଂ କମ୍ବଳ ତଳେ ଏକ ମୂଷା ଚାଲୁଥିବାର ଦେଖିଲେ। ଶୁକ୍ରବାର ଭୋର୍ ୪ ଟାରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା। ସରକାରଙ୍କ ଦ୍ୱାରା ଗଠିତ ଅନୁସନ୍ଧାନ କମିଟିରେ ରାଜସ୍ଥାନ ମେଡିକାଲ ଏଜୁକେସନ୍ ସୋସାଇଟି ଅତିରିକ୍ତ ନିର୍ଦ୍ଦେଶକ (ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍) ମୁକେଶ କୁମାର ମୀନା, ଡେପୁଟି ଡାଇରେକ୍ଟର (ଏକାଡେମିକ୍) ଡାକ୍ତର ରାକେଶ କର୍ଣ୍ଣାନି ଏବଂ ଡେପୁଟି ଡାଇରେକ୍ଟର (ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍) ଡାକ୍ତର ବନ୍ଦନା ଶର୍ମା ଅଛନ୍ତି।

Advertisment

ଅଧିକ ପଢନ୍ତୁ:  ଜୀବନଶୈଳୀ-ଖାଦ୍ୟ ନିଯନ୍ତ୍ରଣ, ଫୋର୍ଥ ଷ୍ଟେଜରେ କ୍ୟାନସର ମାତ୍ !

ଡାକ୍ତରଖାନା ଅଧୀକ୍ଷକ ଡକ୍ଟର ସନ୍ଦୀପ ଜସୁଜା କହିଛନ୍ତି, ପିଲାଟିର ମାଆ ସନ୍ଦେହ କରୁଛନ୍ତି ଯେ ମୂଷା ତାଙ୍କୁ କାମୁଡି ଦେଇଛି। ମାତ୍ର ରୋଗୀ ଶରୀରର କୌଣସି ସ୍ଥାନରେ ମୂଷା କାମୁଡ଼ିବାର ଚିହ୍ନ ମିଳିଲା ନାହିଁ। ଯେଉଁମାନଙ୍କର ପ୍ଲେଟଲେଟ୍ କମ୍ ଥାଏ, ସେମାନଙ୍କ କ୍ଷତରୁ ରକ୍ତସ୍ରାବ ହୋଇଥାଏ। ଏହା ସ୍ପଷ୍ଟ ଯେ ରକ୍ତସ୍ରାବ ମୂଷା କାମୁଡ଼ା ନୁହେଁ ବରଂ ଚର୍ମର କ୍ଷତ କାରଣରୁ ହୋଇଥିଲା। ଜସୁଜା କହିଛନ୍ତି ଯେ ପିଲାଟିର ମୃତ୍ୟୁ ସ୍ୱାଭାବିକ ଭାବରେ ହୋଇଛି। ଶୁକ୍ରବାର ଦିନ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।

 ଅପରିଷ୍କାର ହେତୁ କୁକୁର, ବିଲେଇ ଏବଂ ମୂଷା ରାଜ୍ୟ କର୍କଟ ପ୍ରତିଷ୍ଠାନରେ ବୁଲୁଛନ୍ତି । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କୌଣସି ସୁରକ୍ଷା କର୍ମୀ ନାହାଁନ୍ତି। ଜୁଲାଇ ୨୦୨୩ରେ ମଧ୍ୟ ଯୋଧପୁରର MDMA ହସ୍ପିଟାଲରେ ମୂଷା ଜଣେ ରୋଗୀର ଗୋଡକୁ କାମୁଡି ଦେଇଥିଲା। ୨୦୨୨ରେ, କୋଟା ଏମବିଏସ୍ ହସ୍ପିଟାଲରେ ରୋଗୀଙ୍କ ଆଖି ମୂଷା ନେଇଯାଇଥିବା ଅଭିଯୋଗ ହୋଇଥିଲା।

Advertisment

ଅଧିକ ପଢନ୍ତୁ: ବିଲ-ବାଡିରେ ଏହି ଘାସ ଦେଖିଲେ ନେଇଆସନ୍ତୁ; ମଧୁମେହ-ଆଜ୍‌ମା ପାଇଁ ଭାରି ଉପକାରୀ

Rajasthan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ