• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଛାତ୍ରଙ୍କ ଉପରେ ଛିଡ଼ିପଡ଼ିଲା ଫ୍ୟାନ । କଟକ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଏପରି ଅଘଟଣ ଘଟିଛି । ପରୀକ୍ଷା ଦେଉଥିବା ୨ ଛାତ୍ରଙ୍କ ଉପରେ ଫ୍ୟାନ୍ ଛିଡ଼ିପଡ଼ିଥିବା ଜଣାପଡ଼ିଛି । ଫ୍ୟାନ ଛିଡ଼ି ପଡ଼ିବାରୁ ଉଭୟେ ଛାତ୍ର ଆହତ ହୋଇଛନ୍ତି । ଜଣେ ଛାତ୍ରଙ୍କ ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ଉଭୟଙ୍କୁ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଦୁଇ ଜଣ ଛାତ୍ର ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ବୋଲି ଜଣାପଡ଼ିଛି । ଜଣେ ଆହତ ଛାତ୍ରଙ୍କ ନାଁ ସମୀର ସେଠୀ ହୋଇଥିବାବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ସେହିପରି ଅନ୍ୟ ଜଣେ ଛାତ୍ରଙ୍କ ନାଁ ତାପସ ଜେନା । ତାଙ୍କ ବେକରେ ଆଘାତ ଲାଗିଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହି ଘଟଣାକୁ ନେଇ କଲେଜ ଅଧ୍ୟକ୍ଷ ପ୍ରତିକ୍ରିୟା ରଖିଛନ୍ତି । କଲେଜର ସମସ୍ତ ଫ୍ୟାନ୍‌ ଗୁଡ଼ିକୁ ଖୁବ୍‌ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।

  • Reported by:
  • NILAKANTHA DORA