Advertisment

INS Tamal: ଭାରତୀୟ ନୌସେନାକୁ ମିଳିଲା ବଳ; ସାମିଲ ହେଲା INS ତମାଲ

ରୁଷର ୟନ୍ତର ସିପୟାର୍ଡରେ ଆଇଏନଏସ୍ ତମାଲ ନିର୍ମାଣ କରାଯାଇ ଏହାର ଜଳାବତରଣ ହୋଇଯାଇଛି। ଆଇଏନଏସ୍ ତମାଲରେ ୨୬ ପ୍ରତିଶତ ସ୍ବଦେଶୀ ଜ୍ଞାନକୌଶଳ ସମ୍ପର୍କୀତ ସରଞ୍ଜାମ ବ୍ୟବହାର ହୋଇଛି। ଏଥିରେ ଅତ୍ୟାଧୁନିକ ରାଡାର, ସେନ୍ସର ପ୍ରଣାଳୀ ଲାଗିଛି। ଥରକେ ୩ ହଜାର କିମି ଦୂରତା ଯିବାର କ୍ଷମତା ରଖିଛି।

author-image
Chinmayee Sahoo
INS Tamal

INS Tamal

ରୁଷିଆରେ ଆଇଏନ୍ଏସ୍ ତମାଲର ଜଳାବତରଣ ହୋଇଯାଇଛି। ଏହି ଗୌରବମୟ ମୁହୂର୍ତ୍ତରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ନୌସେନା ଉପମୁଖ୍ୟ ତଥା ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଭାଇସ ଆଡମିରାଲ ସଂଜୟ ଜେ. ସିଂ। ଭାରତ ଓ ରୁଷିଆ ନୌସେନାର ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ଆଇଏନଏସ୍ ତମାଲର ଜଳାବତରଣ ଉତ୍ସବରେ ଯୋଗ ଦେଇଥିଲେ। ଏହି ଯୁଦ୍ଧ ଜାହାଜର ସଂଚାଳନ ଏବଂ ଅତ୍ୟାଧୁନିକ ପ୍ରଣାଳୀ ବିଷୟରେ ୨ ଶହରୁ ଅଧିକ ଭାରତୀୟ ନୌସୈନିକଙ୍କୁ ରୁଷରେ ପ୍ରଶିକ୍ଷଣ ଦିଆଯାଇଛି। ତମାଲର ସମୁଦ୍ର ଟ୍ରାଏଲରେ ମଧ୍ୟ ସମସ୍ତେ ଅଂଶଗ୍ରହଣ କରିସାରିଛନ୍ତି। ଏହି ଭାରତୀୟ ଦଳ ଆସନ୍ତା ବର୍ଷ ମେ ମାସ ଶେଷ ବେଳକୁ ତମାଲକୁ ରୁଷରୁ ଆଣି ଭାରତରେ ପହଞ୍ଚିବେ। ଏହା ପରେ ଭାରତୀୟ ନୌସେନା ଆହୁରି ସୁଦୃଢ ହେବ।

Advertisment

ଅଧିକ ପଢ଼ନ୍ତୁ: ମହାକାଶରୁ ଶତ୍ରୁକୁ ଜଗିବ ଭାରତ, ପ୍ରସ୍ତୁତ ହେଉଛି ମିଲିଟାରୀ ସାଟେଲାଇଟ୍

ଜାଣନ୍ତୁ INS-ତମାଲ ବିଷୟରେ କିଛି ବିଶେଷ ତଥ୍ୟ:

୨୦୧୬ରେ ଭାରତ ଓ ରୁଷ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ବୁଝାମଣାର ଏକ ଅଂଶବିଶେଷ। ବୁଝାମଣା ଅନୁସାରେ ଭାରତୀୟ ବିଶେଷଜ୍ଞଙ୍କ ତଦାରଖରେ ରୁଷର ୟନ୍ତରରେ ଦୁଇଟି ଓ ଗୋଆର ସିପୟାର୍ଡରେ ଦୁଇଟି ଯୁଦ୍ଧପୋତ ନିର୍ମାଣ କରାଯାଇଛି। ରୁଷର ୟନ୍ତର ସିପୟାର୍ଡରେ ଆଇଏନଏସ୍ ତମାଲ ନିର୍ମାଣ କରାଯାଇଛି।

Advertisment

ଆଇଏନଏସ୍ ତୁଶିଲର ସ୍ଥାନ ନେବ ଆଇଏନଏସ୍ ତମାଲ। ଏହା ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ମୁତୟନ ହେବ। ଆଇଏନଏସ୍ ତୁଶିଲ ଠାରୁ ଏହା ଅଧିକ ଉନ୍ନତ ଏବଂ ଅତ୍ୟାଧୁନିକ ବୋଲି କୁହାଯାଉଛି। ତୁଶିଲ କ୍ଲାସର ଦ୍ବିତୀୟ ଯାହାଜ ଅଟେ ଆଇଏନଏସ ତମାଲ। ଏହା ତଲୱାର ଏବଂ ତେଗ୍ କ୍ଲାସେସର ଉନ୍ନତ ଭର୍ସନ ଅଟେ। ୨୦୦୩ରୁ ୨୦୧୩ ମଧ୍ୟରେ ତଲୱାର ଏବଂ ତେଗ୍ କ୍ଲାସର ୬ଟି ଜାହାଜ ଭାରତୀୟ ନୌସେନାରେ ପୂର୍ବରୁ ସାମିଲ ହୋଇସାରିଛି। ତୁଶିଲ କ୍ଲାସର ପ୍ରଥମ ଜାହାଜ ଆଇଏନଏସ୍ ତୁଶିଲ ମଧ୍ୟ ପୂର୍ବରୁ ଗତ ୨୦୨୪ ଡିସେମ୍ବର ୯ରେ ଭାରତୀୟ ନୌସେନାରେ ସାମିଲ ହୋଇସାରିଛି।

ଆଇଏନଏସ୍ ତମାଲ, ଖାଲି ଏକ ଯୁଦ୍ଧ ଯାହାଜ ନୁହେଁ, ସମୁଦ୍ରରେ ପଇଁତରା ମାରୁଥିବା ଜଣେ ଘାତକ ଯୋଦ୍ଧା। ଭଗବାନ ଈନ୍ଦ୍ରଙ୍କ ପୌରାଣିକ ଖଣ୍ଡା ନାଁରେ ହିଁ ଏହାର ନାମକରଣ କରାଯାଇଛି। ଆଉ ଈନ୍ଦ୍ରଙ୍କ ଖଣ୍ଡା ଭଳି ରହିଛି ଏହାର ଆକ୍ରମଣ କ୍ଷମତା। ଷ୍ଟିଲ୍ଥ ଫ୍ରିଗେଟ୍ ବା ଶତ୍ରୁ ଦେଶର ସମସ୍ତ ରାଡାର ବ୍ୟବସ୍ଥାକୁ ପ୍ରତିହତ କରି ଜଳସୀମାରେ ପ୍ରବେଶ କରିବାର ଦକ୍ଷତା ରଖିଛି ଆଇଏନଏସ୍ ତମାଲ। ଏହାର ଲମ୍ବ ୧୨୫ ମିଟର ଏବଂ ଓଜନ ୩ ହଜାର ୯ ଶହ କ୍ବିଣ୍ଟାଲ। ଏହା ସର୍ବାଧିକ ଘଣ୍ଟା ପ୍ରତି ୫୫ କିମି ବେଗରେ ଯାଇପାରିବ।

ଅଧିକ ପଢ଼ନ୍ତୁ: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ

ଯୁଦ୍ଧାସ୍ତ୍ର ଭାବେ ଏଥିରେ ଉଭୟ ସ୍ଥଳ ଓ ଜଳ ପଥରୁ ନିକ୍ଷେପ ହେବାକୁ ଥିବା ଦୂରଗାମୀ ବ୍ରହ୍ମୋସ, ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ ରହିବାର ବ୍ୟବସ୍ଥା ରହିଛି। ଆବଶ୍ୟକସ୍ଥଳେ ଏହା ମାତ୍ର କେଇ ସେକେଣ୍ଡ ଭିତରେ ହିଁ ଦୂରରେ ଥିବା ଶତ୍ରୁଙ୍କ ଠିକଣାକୁ ଧ୍ବଂସ କରିବାରେ ସହାୟକ ହେବ। ଏଥିରେ ୨୬ ପ୍ରତିଶତ ସ୍ବଦେଶୀ ଜ୍ଞାନକୌଶଳ ସମ୍ପର୍କୀତ ସରଞ୍ଜାମ ବ୍ୟବହାର ହୋଇଛି। ଏଥିରେ ଅତ୍ୟାଧୁନିକ ରାଡାର, ସେନ୍ସର ପ୍ରଣାଳୀ ଲାଗିଛି। ଥରକେ ୩ ହଜାର କିମି ଦୂରତା ଯିବାର କ୍ଷମତା ରଖିଛି।

ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଆଇଏନଏସ୍ ତମାଲ ଖୁବ୍ ଉନ୍ନତ। ଏଥିରେ ମୁତୟନ ନୂଆ ପିଢ଼ିର ଭର୍ଟିକାଲ୍ ଲଞ୍ଚର ଦ୍ବାରା ଭୂପୃଷ୍ଠରୁ ଆକାଶକୁ ମିସାଇଲ୍ ଲଞ୍ଚ୍ କରାଯାଇପାରିବ। ଫଳରେ ଆକାଶମାର୍ଗରୁ କୌଣସି ଆକ୍ରମଣର ପ୍ରତିରୋଧ କରିବାର କ୍ଷମତା ରଖିଛି। ଆଣ୍ଟି ସବମରିନ୍ ରକେଟ୍ ଏବଂ ଟରପିଡୋ ସମେତ ଯେକୌଣସି ବୁଡ଼ାଜାହାଜ ଆକ୍ରମଣରୁ ବର୍ତ୍ତିପାରିବାର କ୍ଷମତା ବି ରହିଛି। ଏଥିସହ ଜାହାଜରେ ମୁତୟନ ସୋନାର ସିଷ୍ଟମ ଏବଂ ଅତ୍ୟାଧୁନିକ ରାଡାର ଶତ୍ରୁର ସମସ୍ତ ପ୍ରକାରର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିପାରିବ।

ଆଇଏନଏସ୍ ତମାଲ ଡେକ୍ ରେ ବିଭିନ୍ନ ପ୍ରକାରର ହେଲିକପ୍ଟର ମଧ୍ୟ ଉଡ଼ାଣ ଭରିପାରିବ। ଯାହା ଫଳରେ ଆକାଶମାର୍ଗରୁ ଶତ୍ରୁ ଉପରେ ନଜର ରଖିବା ଏବଂ ଆକ୍ରମଣ କରିବାର କ୍ଷମତାକୁ ବହୁଗୁଣା ବଢ଼ାଇ ଦେବ। ବିଦେଶରେ ନିର୍ମାଣ ହୋଇ ବିଦେଶରେ ଜଳାବତରଣ କରିଥିବା ଏହା ଭାରତୀୟ ନୌସେନାର ଶେଷ ଯୁଦ୍ଧ ଜାହାଜ ଅଟେ। ଏଥି ସହ ଏହି ଯୁଦ୍ଧପୋତ, ଭାରତ-ରୁଷ ବନ୍ଧୁତା ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ସର୍ବଶ୍ରେଷ୍ଠ ଉଦାହରଣ ହେବ।

ଅଧିକ ପଢ଼ନ୍ତୁ: ମେକ୍ସିକୋ ଯାଉଥିଲା ଜାହାଜ, ଥିଲା ୩ ହଜାର ଗାଡ଼ି...ଲାଗିଗଲା ନିଆଁ

Indian Navy
Advertisment
Advertisment