• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଅଟୋ। ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଗଜପତି ଜିଲ୍ଲା ସେରଙ୍ଗ ଥାନା କେରଡ଼ାଙ୍ଗ ଘାଟିରେ ଘଟିଛି ଏହି ଦୁର୍ଘଟଣା। ପ୍ରାୟ ୧୫ ଫୁଟ ତଳକୁ ଅଟୋ ଖସି ପଡ଼ିଛି।

ଅଟୋଟି କେରଡ଼ାଙ୍ଗରୁ ୯ ଜଣ ଯାତ୍ରୀଙ୍କୁ ନେଇ ନୂଆଗଡ ଯାଉଥିଲା। ହଠାତ୍‌ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀକୁ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଖଜୁରିପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। 

ମୃତକ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମୃତକ ମାନେ ହେଲେ ବଡପଦା ଗାଁର ଡଲି କର ଓ କୁଲେଶିଂ ଗାଁର ଲୁକ ମଣ୍ଡଳ ଓ  ଜଲାଙ୍ଗ ଗାଁର ୯ ବର୍ଷର ନାବାଳକ ପ୍ରତ୍ୟୁଷ କାର୍ଜି ବୋଲି ଜଣାପଡ଼ିଛି। ଅନ୍ୟ ଆହତମାନେ କେ. ବାରଡ଼ାଙ୍ଗ, ଜଲାଙ୍ଗ, ବଡପଡ଼ା ଓ ନୂଆଗଡ ଗାଁର ବୋଲି ଜଣା ପଡ଼ିଛି। 

ତେବେ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜଣଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

  • Reported by:
  • Mihir Jati