Advertisment

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୮ ଆହତ

ବାହାଘର ପ୍ରୋସେସନ୍ ସାରି ମନମୁଣ୍ଡାରୁ ଫେରୁଥିବା ବେଳେ ସୋନପୁର-ବଲାଙ୍ଗିର ରାସ୍ତା ହରଡ଼ଖୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଥିବା ଲୋକଙ୍କୁ କଟର ମେସିନ ସହାୟତାରେ କାଟି ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

author-image
Tapaswini Nayak
Accident

Accident

ସୋନପୁର-ବଲାଙ୍ଗିର ରାସ୍ତା ହରଡ଼ଖୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବ୍ୟାଣ୍ଡ୍ ପାର୍ଟି ଗାଡ଼ି ଓଲଟି ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଓ ମୃତକଙ୍କ ଘର ବରଗଡ଼ ତୁରା ଅଞ୍ଚଳର ବୋଲି ସୂଚନା ମିଳିଛି ।

Advertisment

ଅଧିକ ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ

ବାହାଘର ପ୍ରୋସେସନ୍ ସାରି ମନମୁଣ୍ଡାରୁ ଫେରୁଥିବା ବେଳେ ସୋନପୁର-ବଲାଙ୍ଗିର ରାସ୍ତା ହରଡ଼ଖୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ଭିତରେ ଥିବା ଲୋକଙ୍କୁ କଟର ମେସିନ ସହାୟତାରେ କାଟି ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ଦୁର୍ଘଟଣା ବେଳେ ଗାଡିରେ ପ୍ରାୟ ୨୫ ଜଣ ଥିଲେ । ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଓ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

Road Accident Sonepur
Advertisment
Advertisment