Advertisment

Accident: ଡିଭାଇଡର ଉପରେ ଚଢିଯାଇ ଚୁରମାର୍ କାର୍, କୁଆଡେ ଗଲା ନମ୍ବରପ୍ଲେଟ୍?

ଡିଭାଇଡର୍ ଉପରେ ଚଢିଗଲା କାର୍ । ଇଲେକ୍ଟ୍ରି ପୋଲ୍‌କୁ ଧକ୍କା ଦେଇ ଚୁରମାର୍ ହୋଇଛି କାର୍ । ଡ୍ରାଇଭରଙ୍କର ମଧ୍ୟ ପତ୍ତା ମିଳୁନଥିବାବେଳେ ଗାଡ଼ିରେ ନାହିଁ ନମ୍ବରପ୍ଲେଟ୍ । ପୋଲିସର ଛାନଭିନ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Accident In Bhubaneswar

Accident In Bhubaneswar

ଭୁବନେଶ୍ୱର ଇନଫୋସିଟି ଛକରେ ଭୟାବହ ଦୁର୍ଘଟଣା । ଡିଭାଇଡର୍ ଉପରେ ଚଢିଯାଇ ଚୁରମାର୍ କାର୍ । ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଗାଡ଼ିଟିର ବେଲୁନ୍ ମଧ୍ୟ ବାହାରି ପଡ଼ିଛି । କାରଟି ଡିଭାଇଡର ଉପରେ ଏକ ଇଲେକ୍ଟ୍ରି ପୋଲ୍‌କୁ ଧକ୍କା ଦେଇଛି । ଗାଡ଼ିଟିର ନମ୍ବର ପ୍ଲେଟ୍ ନାହିଁ । ଏହାକୁ କେହି କାଢିନେଇଥିବା ସନ୍ଦେହ କରାଯାଉଛି । ଡ୍ରାଇଭରଙ୍କର ମଧ୍ୟ ପତ୍ତା ମିଳୁନି ।

Advertisment

ଅପରପକ୍ଷେ ଗାଡ଼ିଟି କାହାର ଏବଂ ଡ୍ରାଇଭର କୁଆଡେ ଗଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଦୁର୍ଘଟଣା ପରେ କାରର ନମ୍ବର ପ୍ଲେଟ୍ କେହି କାଢିନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାର ଛାନଭିନ କରିବା ଗାଡ଼ି ମାଲିକକୁ ଖୋଜୁଛି ପୋଲିସ ।

ଅଧିକ ପଢନ୍ତୁ: ରାଜଧାନୀରେ ସିରିଜ ଦୁର୍ଘଟଣା; ୨ଟି ଟ୍ରକକୁ ପଛପଟୁ ପିଟିଲା ବଡ଼ କଣ୍ଟେନର

Advertisment
Car Accident
Advertisment
Related Articles
Advertisment