Advertisment

17 Tourists Rescued: ଉଦ୍ଧାର ହେଲେ ଫସିଥିବା ୧୭ ପର୍ଯ୍ୟଟକ, ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ ୩ ଶିଶୁଙ୍କ ସମେତ ୧୭ ଛତିଶଗଡ଼ି ପର୍ଯ୍ୟଟକ । ପର୍ଯ୍ୟଟକମାନେ ହରିଶଙ୍କର ପଟୁ ପାହାଡ଼ ଚଢ଼ି ନୃସିଂହନାଥ ଆସୁଥିବା ବେଳେ, ରାସ୍ତା ଭୁଲି ଯାଇ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଫସି ରହିଥିଲେ।

author-image
Manasranjan Mohanty
17 Tourists Rescued

17 Tourists Rescued

୧୬ ଘଣ୍ଟା ପରେ ଉଦ୍ଧାର ହେଲେ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ପର୍ଯ୍ୟଟକ । ପାହାଡ଼ ଉପରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ରେସ୍କ୍ୟୁ ଟିମ୍ । ଫରେଷ୍ଟ ରେଞ୍ଜରଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ତଳକୁ ଆଣୁଛି ।

Advertisment

ଅଧିକ ପଢନ୍ତୁ: ସୃଷ୍ଟି ହେଲା ଲଘୁଚାପ, ୨୭ ଯାଏ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ସମ୍ଭାବନା

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ ୩ ଶିଶୁଙ୍କ ସମେତ ୧୭ ଛତିଶଗଡ଼ି ପର୍ଯ୍ୟଟକ । ପର୍ଯ୍ୟଟକମାନେ ହରିଶଙ୍କର ପଟୁ ପାହାଡ଼ ଚଢ଼ି ନୃସିଂହନାଥ ଆସୁଥିବା ବେଳେ, ରାସ୍ତା ଭୁଲି ଯାଇ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଫସି ରହିଥିଲେ।

Advertisment

ଗତକାଲି ରାତିରେ ସୂଚନା ପାଇବା ପରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲା ସ୍ବତନ୍ତ୍ର ଟିମ୍ । ପୋଲିସ, ଅଗ୍ନିଶମ ବାହିନୀ ସହ ମନ୍ଦିର କର୍ମଚାରୀଙ୍କର ଏକ ୪୦ ଜଣିଆ ଟିମ୍ ପର୍ଯ୍ୟଟକଙ୍କ ମୋବାଇଲ ଲୋକେସନ୍ ଟ୍ରାକ୍ କରି ସେମାନଙ୍କ ପାଖରେ ପହଞ୍ଚି ଉଦ୍ଧାର କରିବାରେ ସଫଳ ହୋଇଛି । 

ଅଧିକ ପଢନ୍ତୁ: ଏକାଠି ହେବେ କି ବିଜେଡି-କଂଗ୍ରେସ, ଅନାସ୍ଥା ପ୍ରସ୍ତାବ ବଢାଇଲା ଚର୍ଚ୍ଚା

Odisaha Tourists Gandhamardan
Advertisment
Related Articles
Advertisment