Advertisment

Big Upadate : ଏକାଠି ହେବେ କି ବିଜେଡି-କଂଗ୍ରେସ, ଅନାସ୍ଥା ପ୍ରସ୍ତାବ ବଢାଇଲା ଚର୍ଚ୍ଚା

ପିସିସି ସଭାପତି ଭକ୍ତ ଦାସ ଅନାସ୍ଥା ପ୍ରସ୍ତାବ ଦେବା ପରେ ସରଗରମ ରାଜ୍ୟ ରାଜନୀତି। ଭକ୍ତଙ୍କ ବଡ଼ ବୟାନ ପରେ ଏବେ ପ୍ରଶ୍ନ ବିଜେପି ବିରୋଧରେ ଏକ ହେବେ କି ବିଜେଡି ଓ କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି, ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢ଼ୁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଆଣୁ ଅନାସ୍ଥା ପ୍ରସ୍ତାବ, ଆଉ ଏହାକୁ ଆମେ ସମର୍ଥନ ଦେବୁ ବୋଲି କହିଛନ୍ତି ଭକ୍ତ। ନଚେତ ଆମେ ଆଣିବୁ ଅନାସ୍ଥା ପ୍ରସ୍ତାବ, ବିଜେଡି ସମର୍ଥନ ଦେଉ ବୋଲି ଭକ୍ତ ସିଧା କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

author-image
Jnanadarsi Sahoo
ଅଦ୍ୟତନ ହୋଇଛି
ODISHA POLITICS

ODISHA POLITICS

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ବିରୋଧରେ ଆସିବ କି ଅନାସ୍ଥା ପ୍ରସ୍ତାବ। ପିସିସି ସଭାପତି ଭକ୍ତ ଦାସ ଏନେଇ ଆହ୍ବାନ ଦେବା ପରେ ସରଗରମ ରାଜ୍ୟ ରାଜନୀତି। ଭକ୍ତଙ୍କ ବଡ଼ ବୟାନ ପରେ ଏବେ ପ୍ରଶ୍ନ ବିଜେପି ବିରୋଧରେ ଏକ ହେବେ କି ବିଜେଡି ଓ କଂଗ୍ରେସ।

Advertisment

ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି, ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢ଼ୁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଆଣୁ ଅନାସ୍ଥା ପ୍ରସ୍ତାବ, ଆଉ ଏହାକୁ ଆମେ ସମର୍ଥନ ଦେବୁ ବୋଲି କହିଛନ୍ତି ଭକ୍ତ। ନଚେତ ଆମେ ଆଣିବୁ ଅନାସ୍ଥା ପ୍ରସ୍ତାବ, ବିଜେଡି ସମର୍ଥନଦେଉ ବୋଲି ଭକ୍ତ ସିଧା କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେପଟେ ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବରେ ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ଜବାବ ଦେଇ କହିଛନ୍ତି, ଏ ପର୍ଯ୍ୟନ୍ତ ବିଧାନସଭାର କୌଣସି ନୋଟିଫିକେସନ ହୋଇନାହିଁ।

ବିଜେଡି ମହିଳାମାନଙ୍କ ପାଇଁ ସର୍ବଦା ଲଢେଇ କରିଆସିଛି। ନାରୀ ନିର୍ଯାତନାକୁ ନିନ୍ଦା କରିଛି। ଆନ୍ଦୋଳନକୁ ଓହ୍ଲାଇଛି। ବିଜେଡି ରାଜ୍ୟର ବୃହତ୍ତମ ଦଳ ଭାବରେ, ନବୀନ ବାବୁଙ୍କ ନେତୃତ୍ୱରେ ମହିଳାଙ୍କ ହକ ପାଇଁ ଲଢେଇ କରିଛି। ବିଧାନସଭାର ଯେତେବେଳେ ନୋଟିଫିକେସନ ହେବ, ସେତେବେଳେ ବିଧାୟକ ଦଳ ବୈଠକ ପରେ ହିଁ ଅନାସ୍ଥା ପ୍ରସଙ୍ଗରେ ନିଷ୍ପତି ହେବ। ସେପଟେ ବିଜେପି କହିଛି, ରାଜ୍ୟରେ କଂଗ୍ରେସର ସ୍ଥିତି ନାହିଁ, ସେଥିପାଇଁ ଆଶାବାଡ଼ି ଖୋଜୁଛି। ଆଉ ଏଥିପାଇଁ ବିଜେଡିକୁ ସାଥି କରିଛି। ଏହାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି ବିଜପେି ବିଧାୟକ।

Advertisment
Odisha BJD BJP Congress Odisha Assembly
Advertisment
Advertisment