/odishatv-khabar/media/post_attachments/uploadimage/library/16_9/16_9_0/Accident_1717382324.jpg)
Accident
ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଚାଲିଗଲା ୧୩ ଜୀବନ । ସେହିପରି ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଏକ ଟ୍ରାକ୍ଟରରେ ରାଜଗଡ଼ କୁଲାମପୁରା ଯାଉଥିଲେ । ସମସ୍ତ ମୃତାହତ ରାଜସ୍ଥାନ ମୋତିପୁରା ଗାଁର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ରବିବାର ସନ୍ଧ୍ୟା ୮ଟାରୁ ୯ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ରାଜସ୍ଥାନ ମୋତିପରାରୁ ଟ୍ରାକ୍ଟର ଟ୍ରଲିରେ ଏକ ବରଯାତ୍ରୀ ଦଳ ରାଜଗଡ଼ ଅଭିମୁଖେ ଆସୁଥିଲେ । କିନ୍ତୁ ଏହି ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଏଥିରେ ପ୍ରାୟ ୪୦ରୁ ୫୦ ଜଣ ଲୋକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ଘାଟିରୁ ୧୫୦ ଫୁଟ୍ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍; ୨୧ ମୃତ
ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି, ‘ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ନିଜ ଲୋକଙ୍କୁ ହରାଇଥିବା ବ୍ୟକ୍ତିଙ୍କୁ ମୁଁ ସମବେଦନା ଜଣାଇବା ସହ ଯେଉଁମାନେ ଏଥିରେ ଗୁରୁତର ଅଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି’।
मध्य प्रदेश के राजगढ़ जिले में हुई सड़क दुर्घटना में अनेक लोगों की मृत्यु का समाचार बहुत ही दुखदाई है। अपने स्वजनों को खोने वाले परिवारों के प्रति मैं गहन शोक संवेदना व्यक्त करती हूं तथा घायल हुए लोगों के शीघ्र स्वस्थ होने की कामना करती हूं।
— President of India (@rashtrapatibhvn) June 2, 2024
ସେହିପରି ଏହି ଘଟଣାରେ ଶୋକପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି, ‘ରାଜଗଡ଼ ଜିଲ୍ଲା ଟ୍ରାକ୍ଟର ଓଲଟି ପଡ଼ିବାରୁ ରାଜସ୍ଥାନର ଝାଲୱାଡ୍ ଜିଲ୍ଲାର ୧୩ ଜଣଙ୍କର ଅକାଳ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ଘଟଣାସ୍ଥଳରେ ମନ୍ତ୍ରୀ ନାରାୟଣ ସିଂ ପନୱାର, ଜିଲ୍ଲାପାଳ ଓ ଏସ୍ପି ଉପସ୍ଥିତ ଅଛନ୍ତି । ଆମେ ରାଜସ୍ଥାନ ସରକାରଙ୍କ ସହ ସମ୍ପର୍କରେ ଅଛୁ । ରାଜସ୍ଥାନ ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସାରିଛି । ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ଭର୍ତ୍ତି କରାଯାଇଛି । ସେହିପରି ଗୁରୁତରଙ୍କୁ ଭୋପାଳକୁ ରେଫର କରାଯାଇଛି’।
ଅଧିକ ପଢ଼ନ୍ତୁ: ପାର୍କିଂରେ ଛିଡ଼ା ହୋଇଥିଲା ସବୁ କାର, ଅଚାନକ ଜଳିଗଲା..!
राजगढ़ जिले के पीपलोदी रोड पर ट्रैक्टर ट्राली पलटने से राजस्थान के झालावाड़ जिले के 13 लोगों की असमय मृत्यु का समाचार अत्यंत दुखद है।
कैबिनेट में साथी श्री @bjpnspbiaora जी सहित कलेक्टर एवं एसपी राजगढ़ मौके पर उपस्थित है। हम राजस्थान सरकार के संपर्क में हैं और राजस्थान पुलिस भी…
— Dr Mohan Yadav (Modi Ka Parivar) (@DrMohanYadav51) June 2, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)