Advertisment

ଦିଗପହଣ୍ଡି ଦୁର୍ଘଟଣା : ପୂର୍ବତନ ସାଂସଦଙ୍କ ୧୧ ସମ୍ପର୍କୀୟ ମୃତ, ଗାଁରେ ଶୋକାକୁଳ ପରିବେଶ

ଦୁର୍ଘଟଣାରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ସମ୍ପର୍କୀୟଙ୍କ ମୃତ୍ୟୁ । ଖଣ୍ଡଦେଉଳି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଅଦ୍ୟତନ ହୋଇଛି
Ganjam Digapahandi Bus Accident

accident

Advertisment

କେଇ ଘଣ୍ଟାର ଉତ୍ସବ ପରେ ଆଚାନକ ମିଳେଇ ଗଲା ଖୁସି । ଦୁଇ ଦିନ ତଳେ ବାହାଘରରେ ଉଛୁଳୁଥିଲା ପରିବେଶ । ଶୋକରେ ବୁଡ଼ିଛି ଗଂଜାମ ଦିଗପହଣ୍ଡି ଅଂଚଳର ଖଣ୍ଡଦେଉଳି ଗାଁ । ଗୋଟିଏ କି ଦୁଇଟି ନୁହଁ ଅକାଳରେ ଚାଲିଗଲା ୧୨ଟି ଜୀବନ। କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ । ନିକଟପରିଜନଙ୍କୁ ହରାଇ ଆଖିରୁ ଲୁହ ଝରାଉଛନ୍ତି ପରିବାର ଲୋକେ।

Advertisment

ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ଜଣ ସମ୍ପର୍କୀୟ। ୧୨ ଜଣଙ୍କ ମଧ୍ୟରୁ ୧୧ ଜଣ କେବଳ ପୂର୍ବତନ ସାଂସଦଙ୍କ ପରିବାର ଓ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ବ୍ରହ୍ମପୁରରୁ ଭୋଜି ଖାଇ ଫେରୁଥିବାବେଳେ ଦିଗପହଣ୍ଡି କଲେଜ ନିକଟରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା । ଏହାକୁ ନେଇ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି।...

ଅଧିକ ପଢ଼ନ୍ତୁ: ‘ମୁଁ ମରିଯାଇ ଥାଆନ୍ତି’.. ଡ୍ରାଇଭର୍‌ ବଖାଣିଲେ ଦୁର୍ଘଟଣାର ଲୋମଟାଙ୍କୁରା କାହାଣୀ

Advertisment

ଗଂଜାମ ଦିଗପହଣ୍ଡିରେ ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ଦେବା ପରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଛନ୍ତି । ଆହତ ହୋଇଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଜଣକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସେପଟେ ଗଂଜାମ ଦିଗପହଣ୍ଡି ବସ ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଦୁର୍ଘଟଣାରେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଂଜାମ ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ଦୁଖଃପ୍ରକାଶ କରିଛନ୍ତି । ଘଟଣାକୁ ନେଇ ମର୍ମାହତ ହେବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମହାପ୍ରଭୁ ଶୋକ ସନ୍ତପ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।...

Advertisment

ଅନ୍ୟପଟେ ଦିଗପହଣ୍ଡି ବସ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଶୋକ ସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।....

Bus Accident Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ