/odishatv-khabar/media/media_files/2025/10/05/child-cough-syrup-2025-10-05-09-51-45.jpg)
Child-Cough-Syrup Photograph: (OTV)
ପିଲାଙ୍କୁ ମନା କଫ୍ ସିରଫ୍ ! ଥଣ୍ଡା କାଶ ପାଇଁ ଔଷଧ ଦେଉଥିଲେ ସାବଧାନ ! କଫ୍ ସିରଫ୍ ନେଇପାରେ ୨ ବର୍ଷରୁ କମ୍ ପିଲାଙ୍କ ଜୀବନ । ବିଶେଷ କରି ଶିଶୁମାନଙ୍କ ଥଣ୍ଡା କାଶ ପାଇଁ ଦିଆଯାଇଥିବା ଔଷଧ ବିପଦ ସାଜିପାରେ । ଏହାକୁ ଦୃଷ୍ଟିରେ ରଖି ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ୍ ସିରପ୍ ଦେବାକୁ ମନା କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । କଫ୍ ସିରଫକୁ ନେଇ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି । ହେଲେ ଏପଟେ ଓଡ଼ିଶା ପାଇଁ କୌଣସି ବିପଦ ନଥିବା କହିଛନ୍ତି ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ ।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦର୍ଶାଯାଇଛି ଯେ, ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ଦେବା ମନା । ସାଧାରଣତଃ ୫ ବର୍ଷର ପିଲାଙ୍କୁ ଔଷଧ ସୁପାରିସ କରାଯାଏ ନାହିଁ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଡାଇରେକ୍ଟର ଜେନେରାଲ୍ ଅଫ୍ ହେଲ୍ଥ ସର୍ଭିସ ତଥା DGHS ପରାମର୍ଶ ଦେଇଛି । ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କଫ୍ ସିରପ୍ ଖାଇବା ପରେ ଗତ କିଛି ଦିନ ମଧ୍ୟରେ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । କାଶ ଔଷଧ ଖାଇବା ପରେ କିଡନୀ ଫେଲ ହେବା ସହିତ ମୃତ୍ୟୁର କାରଣ ବୋଲି କୁହାଯାଇଛି । ରାଜସ୍ଥାନରେ ମଧ୍ୟ କାଶ ପାଇଁ ସିରପ୍ ଖାଇବା ପରେ ପିଲାମାନେ ମୃତ୍ୟୁବରଣ କରିଛନ୍ତି ।
ତେବେ କଫ୍ ସିରଫକୁ ନେଇ ଏବେ ଦଖୋ ଦେଇଛି ଭୟ । କୁନି କୁନି ପିଲାଙ୍କ ଜୀବନ ଯାଉଛି । ସେପଟେ କେନ୍ଦ୍ର ସରକାରଙ୍କ ଆଡଭାଇଜାରୀ ପରେ ଯେମିତି ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଦେଇଛି ।
ଅଧିକ ଦେଖନ୍ତୁ:
SI Exam Scam Exposed: SI ପରୀକ୍ଷା କେଳେଙ୍କାରୀ: ଜଣାପଡ଼ିଗଲା କେଉଁ କୋଚିଂରୁ ହୋଇଛି ଘୋଟାଲା, ପୋଲିସ ପାଖରେ ଲମ୍ବା ତାଲିକା

Shreemayee Mishra: ବିଜେଡିକୁ ଶ୍ରୀମୟୀଙ୍କ ପରମାଣୁ ଆଟାକ୍: ନବୀନ, ପାଣ୍ଡିଆନ୍, ସୁଜାତା ଘାୟଲ !

India vs Pakistan: ପୁଣି ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

Cough Syrup: ଘାତକ ସାଜିଛି କଫ ସିରପ, ଏବେ ଏହି ରାଜ୍ୟରେ ବ୍ୟାନ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)