/odishatv-khabar/media/media_files/2025/10/05/shreemayee-mishra-2025-10-05-09-28-39.jpg)
Shreemayee-Mishra Photograph: (OTV)
ଏକ ଗୋଲିମେ ତିନ୍ ତିନ୍ ଶିକାର୍ ! ନବୀନ, ପାଣ୍ଡିଆନ୍, ସୁଜାତା ଘାୟଲ ! ଆଗରୁ ବମ୍ ପଡ଼ୁଥିଲା, ଏବେ ଶ୍ରୀମୟୀଙ୍କ ପରମାଣୁ ଆଟାକ୍ । ଦଳରୁ ବିଜେଡି ବିଦା କରିବା ପରେ ଶ୍ରୀମୟୀ (shreemayee-mishra) ଯେମିତି ଆଗଠୁ ଆହୁରି ଆକ୍ଟିଭ୍ ହୋଇଛନ୍ତି । ଦୁର୍ଗା ପୂଜାରେ ବୁଲିଛନ୍ତି, ମା’ଙ୍କ ମଣ୍ଡପରୁ ଭୈରବ ବଧ ପୁରାଣ ଶୁଣାଇ ବିଜେଡିକୁ ଟାର୍ଗେଟ କରିଛନ୍ତି । ଆଉ ଏବେ ସୋସିଆଲ ମିଡିଆରେ ପୁଣି ‘ଅନାମ ବାବୁଙ୍କ କାହାଣୀ’ କହି ଶ୍ରୀମୟୀ ଯେମିତି ବିଜେଡି ମୁଖିଆଙ୍କ ଅଦେଖା ଦରଜରେ ଚେଙ୍କ ମାରିଛନ୍ତି ।
ଆଉ କାହାଣୀର ସାରାଂଶ ରହିଛି, “ବିବାହିତା ଝିଅ ବାପ ଘରେ ଓ ଘରଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ” । ଶ୍ରୀମୟୀ ଲେଖିଛନ୍ତି, ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ଫେରିଲା ନାହିଁ, ବରଂ ଘର ଜ୍ୱାଇଁ ହୋଇ ଅନାମ ବାବୁଙ୍କ ଘରେ ରହିଗଲେ । ଧୀରେ ଧୀରେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ନେଲେ । ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହିଗଲେ । ଜ୍ୱାଇଁଙ୍କ ଦ୍ୱାରା ସମ୍ପତ୍ତି ନିୟନ୍ତ୍ରଣ ଓ ଅନାମ ବାବୁଙ୍କ ନୀରବତା ତାଙ୍କ ସାମାଜିକ ପ୍ରତିଷ୍ଠାକୁ ଆହୁରି କ୍ଷତିଗ୍ରସ୍ତ କଲା।
ଝିଅ ସୁଜାତା, ଘରଜ୍ବାଇଁ ନୁହଁନ୍ତି ତ ପାଣ୍ଡିଆନ୍ ? ଅନାମ ବାବୁ କି ନବୀନ ? ଦଳ ଭିତରେ ଥିବାବେଳେ ଶ୍ରୀମୟୀଙ୍କ ଆକ୍ରମଣ ଠାରୁ ବଳିଗଲାଣି ଏବେର ଘନଘନ ଟାର୍ଗେଟ୍ । ଦୁର୍ଗା ଅଷ୍ଟମୀରେ ଭୈରବ ବଧ ପୁରାଣ ଶୁଣାଇଥିଲେ । ଆଉ ଏବେ ମା’ଙ୍କ ଭସାଣ ପରେ ପୁଣି ସୋସିଆଲ ମିଡିଆରେ ଶୁଭିଲା ‘ଅନାମ ବାବୁଙ୍କ କାହାଣୀ’ । ମହିଷାଶୂରକୁ ବଧ କଲାପରି ବିଜେଡିର ଶେଷ ନହେବା ଯାଏଁ ବୋଧହୁଏ ଆକ୍ରମଣ କରିବାକୁ ପଣ କରିଛନ୍ତି ରାଜନେତ୍ରୀ ଶ୍ରୀମୟୀ ମିଶ୍ର ।
ପ୍ରଥମେ ନାଁ ନ ନେଇ ପାଣ୍ଡିଆନ୍ ଓ ନବୀନଙ୍କୁ ପରୋକ୍ଷରେ ନିଶାନା କରୁଥିଲେ । ଆଉ ମନ୍ମଥଙ୍କୁ ବି ଟାର୍ଗେଟ୍ ହେଉଥିଲା । ଆଉ ଏବେ ସୁଜାତାଙ୍କ ବିବାହ ଓ ପାଣ୍ଡିଆନଙ୍କ ଘରଜ୍ବାଇଁଆ କଥା କହି ସୋସିଆଲ ମିଡିଆରେ ଶ୍ରୀମୟୀ ଅନାମ ବାବୁଙ୍କ କାହାଣୀ ଲୋଖିଥିବା ଚର୍ଚ୍ଚା ହେଉଛି । ଅର୍ଥାତ୍ ଶ୍ରୀମୟୀଙ୍କ ଚକ୍ରବ୍ୟୁହରେ ନୂଆ ନୂଆ ଚରିତ୍ର ପ୍ରବେଶ କରୁଛନ୍ତି ।
ପୂର୍ବରୁ ଶ୍ରୀମୟୀଙ୍କ ଲେଖା ବିଜେଡି ଉପରେ ବେଶ୍ ପ୍ରଭାବ ପକାଇଛି । ଶଙ୍ଖ ଭବନରେ ବସିଛି ଘନଘନ ବୈଠକ । ବରିଷ୍ଠ ରାଜନୋ ରାଜନେତ୍ରୀ ବି ରଖିଛନ୍ତି ପ୍ରତିକ୍ରିୟା । ବର୍ତ୍ତମାନ ଶ୍ରୀମୟୀ ବିଜେଡିକୁ ଟାର୍ଗେଟ୍ କରିବା ସହ ସୁଜାତାଙ୍କ ଉପାଖ୍ୟାନ ଖୋଲିଛନ୍ତି । ତେବେ ଆକୁ ଏନେଇ ବିଜେଡି କି ଉତ୍ତର ରଖୁଛି ତା’ ଦେଖିବାକୁ ବାକି ।
ଅଧିକ ଦେଖନ୍ତୁ:
India vs Pakistan: ପୁଣି ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

Cough Syrup: ଘାତକ ସାଜିଛି କଫ ସିରପ, ଏବେ ଏହି ରାଜ୍ୟରେ ବ୍ୟାନ୍

UK PM Keir Starmer: ଭାରତ ଆସୁଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମର

Daily Horoscope 5th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)