/odishatv-khabar/media/media_files/2025/10/05/cough-syrup-2025-10-05-08-37-30.jpg)
Cough Syrup Photograph: (OTV)
ଘାତକ ସାଜିଛି କଫ ସିରପ (Cough Syrup)। ମଧ୍ୟପ୍ରଦେଶରେ ୧୧ ଜଣ କଅଁଳ ଶିଶୁଙ୍କ ଜୀବନ ନେବା ପରେ ଅଧିକଂଶ ରାଜ୍ୟ ଏବେ ଏହି ମଫ୍ ସିରପକୁ ବ୍ୟାନ କରିଛନ୍ତି। କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁ ଭଳି ରାଜ୍ୟ ଏବେ ଏହାକୁ ବ୍ୟାନ କରିଥିବା ବେଳେ ଅନ୍ୟ ରାଜ୍ୟ ଏହା ଉପରେ ଅଧିକ ଅନୁଧ୍ୟାନ ଚଳାଇଛନ୍ତି। ଏବେ କୋଲଡରିଫ କଫ ସିରଫ ବିକ୍ରି ଓ ବଣ୍ଟନ ଉପରେ ରୋକ ଲଗାଯାଇଛି। ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ ପରେ ପଦକ୍ଷେପ ନେଉଛନ୍ତି ସରକାର।
ଲାବ ଟେଷ୍ଟରୁ ଜଣାପଡିଛି, ଏହି ସିରଫରେ ସର୍ବାଧିକ ମାତ୍ରାରେ ବିଷାକ୍ତ କେମିକାଲ ବ୍ୟବହୃତ ହୋଇଛି। ଡାଇଥାଇଲାଇନ ଗ୍ଲାଇକଲ ନାମକ ଏହି କେମିକାଲ ପାଇଁ ଗଲାଣି ଅନେକ ଶିଶୁଙ୍କ ଜୀବନ। ମଧ୍ୟପ୍ରଦେଶର ଚିନ୍ନାୱାଡା, ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରୁ ସଂଗ୍ରହ ହୋଇଥିବା ସାମ୍ପୁଲରେ ଯଥେଷ୍ଟ ମାତ୍ରାରେ ଟକ୍ସିକ କେମିକାଲ ଥିବା ଜଣାପଡିବା ପରେ ଆକ୍ସନ ହୋଇଛି।
୨ ବର୍ଷରୁ କମ ପିଲାଙ୍କୁ ଏହି ସିରଫ ଦେବା ନେଇ କଟକଣା ଥିବା ବେଳେ ଅନେକ ଡାକ୍ତର ଏହାକୁ ପ୍ରେସ୍କ୍ରାଇବ କରିଥିଲେ। ସିରପରେ ୪୮ ପ୍ରତିଶତ ଡାଇଥାଇଲାଇନ ଗ୍ଲାଇକଲର ମାତ୍ର ୪୮ ପ୍ରତିଶତରୁ ଅଧିକ ରହୁଥିବାରୁ ଶିଶୁଙ୍କ ଲିଭର ଓ କିଡନି ଉପରେ ଏହାର ବଡ ପ୍ରଭାବ ପଡୁଛି। ଏପରିକି ଅନେକ କ୍ଷେତ୍ରରେ ଏହାକୁ ଡ୍ୟାମେଜ କରୁଥିବା ଜଣାପଡିଛି।
ସେପଟେ ମଧ୍ୟପ୍ରଦେଶରେ ଯେଉଁ ଡାକ୍ତର କିଛି ଶିଶୁଙ୍କ ପାଇଁ ଏହାକୁ ପ୍ରେସ୍କ୍ରାଇବ କରିଥିଲେ ତାଙ୍କୁ ଗିରଫ କରାଯାଇଛି। ତେବେ ଅନେକ ରାଜ୍ୟ ଏହା ଉପରେ ଅନୁଧ୍ୟାନ କରିବା ଆରମ୍ଭ କରିଥିବା ବେଳେ ଓଡିଶାରେ ଏହାର ବିକ୍ରି ହେଉଛି କି ନାହିଁ ତାହା ଜଣା ପଡିନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏ ନେଇ ସ୍ପଷ୍ଟ କରି ନଥିଲେ ବି ନମୁନା ସଂଗ୍ରହ କରି ଯାଂଚ କରିବାକୁ ଦାବି ହୋଇଛି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମୃତ ପିଲାମାନଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଭାବିତ ପିଲାମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ରାଜ୍ୟ ସରକାର ବହନ କରିବେ।
UK PM Keir Starmer: ଭାରତ ଆସୁଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମର

Daily Horoscope 5th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 5th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

After Cough Syrup Claims Young Lives: କଫ୍ ସିରପ୍ ଖାଇ ୧୧ ଶିଶୁଙ୍କ ମୃତ୍ୟୁ ପରେ ବଢିଲା ଛନକା, ୨ ବର୍ଷରୁ କମ୍ ପିଲାଙ୍କୁ ସିରପ୍ ନଦେବାକୁ କେନ୍ଦ୍ର ଆଡଭାଇଜରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)