Advertisment

IndiGo Flight Disruption: କାହିଁକି ଉଡ଼ିଲାନି ଇଣ୍ଡିଗୋ ? ପୂରା ଘଟଣା ବୁଝନ୍ତୁ ଗୋଟିଏ କ୍ଲିକରେ

ଭାରତରେ ଅନେକ ବିମାନ ଉଡ଼ାଣ କମ୍ପାନୀ ଅଛି । କିନ୍ତୁ ଅଧିକ ଫ୍ଲାଇଟ୍ ଓ କମ୍ ଟିକେଟ୍ ଦର ପାଇଁ ବିଗତ ଦଶନ୍ଧିରେ ଭାରତର ସବୁଠୁ ବେଶି ବ୍ୟବହାର ହେଉଥିବା ବିମାନ ଯାତାୟତ କମ୍ପାନୀ ହେଉଛି ଇଣ୍ଡିଗୋ । ଭାରତର ପୂରା ବିମାନ ଉଡ଼ାଣ ଇଣ୍ଡଷ୍ଟ୍ରିରେ ଏକାକି ଇଣ୍ଡିଗୋର ୬୫ ପ୍ରତିଶତ ସେୟାର୍ ।

author-image
Manas Ranjan Mohanty
IndiGo Flight Disruption

IndiGo Flight Disruption Photograph: (OTV)

ବିମାନ ଉଡୁନି, ଯାତ୍ରୀ ଟେନସନରେ । ସରକାର ବି ଟେନସରରେ ଆଉ ବିମାନ ଉଡ଼ାଣ କମ୍ପାନୀ କ୍ଷମା ପରେ କ୍ଷମା ମାଗି ଚାଲିଛି । କିନ୍ତୁ କାହିଁକି । କଣ ଏମିତି ହେଲା କି ଅଚାନକ ଭାରତରେ ଇଣ୍ଡିଗୋ ବିମାନକୁ ନେଇ ଆଜି ସବୁ ଦିନ ହେଡଲାଇନ୍ସ ହେଉଛି । ଚାଲନ୍ତୁ ଆଜି ବୁଝିବା ପୂରା ଘଟଣା କଣ ଆଉ ୟାର ସମାଧାନ କେବେ ଓ କେମିତି ହେବ ।

Advertisment

ଭାରତରେ ଅନେକ ବିମାନ ଉଡ଼ାଣ କମ୍ପାନୀ ଅଛି । କିନ୍ତୁ ଅଧିକ ଫ୍ଲାଇଟ୍ ଓ କମ୍ ଟିକେଟ୍ ଦର ପାଇଁ ବିଗତ ଦଶନ୍ଧିରେ ଭାରତର ସବୁଠୁ ବେଶି ବ୍ୟବହାର ହେଉଥିବା ବିମାନ ଯାତାୟତ କମ୍ପାନୀ ହେଉଛି ଇଣ୍ଡିଗୋ । ଭାରତର ପୂରା ବିମାନ ଉଡ଼ାଣ ଇଣ୍ଡଷ୍ଟ୍ରିରେ ଏକାକି ଇଣ୍ଡିଗୋର ୬୫ ପ୍ରତିଶତ ସେୟାର୍ । ମାନେ ଅଧାରୁ ଅଧିକ କେବଳ ଇଣ୍ଡିଗୋର ଆଧିପତ୍ୟ । ଲୋକମାନେ ଏଧିକ ଏୟାର୍ ଟ୍ରାଭେଲ୍ ପାଇଁ ଭାରତ ଭିତରେ ଇଣ୍ଡିଗୋକୁ ପସନ୍ଦ କରନ୍ତି, ଚୟନ କରନ୍ତି । କିନ୍ତୁ ୨୦୨୫ର ଡିସେମ୍ବର ଆସୁ ଆସୁ ସବୁ କିଛି ଅଚାନକ ବଦଳିଗଲା । କାହିଁକି ?

ଭାରତର ବିମାନ ଉଡ଼ାଣକୁ ନିୟନ୍ତ୍ରଣ କରିବା ଓ ନିୟମ ବନାଇ ତାକୁ କାର୍ଯକାରୀ କରନ୍ତି ଭାରତ ସରକାରଙ୍କ DGCA ( ଡିରେକ୍ଟର ଜେରେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ ) । DGCAର ନିୟମ ଓ ପଲିସି ଆଧାରରେ ହିଁ ବିମାନ ଉଡ଼ାଣକାରୀ କମ୍ପାନୀମାନେ ସେମାନଙ୍କର ଅପରେସନ୍ କରନ୍ତି । ସେମିତି ବିମାନ ଉଡ଼ାଉଥିବା ପାଇଲଟ୍ ଓ କୋ-ପାଇଲଟ୍ ମାନେ ଫାର୍ଷ୍ଟ ଅଫିସରଙ୍କ ପାଇଁ ବି ଡିଜିସିଏର କିଛି ନିୟର ରହିଛି । ଏହାକୁ କୁହାଯାଏ, Flight duty time limitation । ମାନେ,  ଜଣେ ପାଇଲଟ୍ କେତେ ସମୟ ବିମାନ ଉଡ଼ାଇ ପାରିବେ, ତାଙ୍କୁ କେତେ ସମୟର ରେଷ୍ଟ୍ ଦରକାର । ଛୁଟି କେମିତି ମିଳିବ, ରାତିରେ କେତେ ଥର ସେମାନେ ଉଡ଼ାଣ ଭରିପାରିବେ ।

Advertisment

ଏସବୁକୁ ନେଇ ଜାନୁଆରୀ, ୨୦୨୪ରେ DGCA FDTL ମାନେ Flight duty time limitation ନିୟମରେ କିଛିଟା ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଥିଲେ । ଯାହାକି ଏବର୍ଷ ଶେଷ ଆଡ଼କୁ ଲାଗୁ କରାଯାଇଥିଲା । ସଂଶୋଧିତ ନିୟମରେ DGCA ପ୍ରାବଧାନ ରଖିଥିଲା କି ଜଣେ ପାଇଲଟ୍ ସପ୍ତାହକ ଭିତରେ ଲଗାତାର ୪୮ ଘଣ୍ଟାର ମାନେ ୨ ଦିନର ରେଷ୍ଟ ନେବେ । ତା ପରେ ଆଉ କୌଣସି ବିମାନ ସେ ଉଡ଼ାଇବେ । ଆଗରୁ ଏ ନିୟମ ୩୬ ଘଣ୍ଟାର ମାନେ ଦେଢ଼ ଦିନର ଥିଲା । ସେମିତି ଯଦି ଜଣେ ପାଇଲଟଙ୍କ ଡ୍ୟୁଟି ରାତିର ଫ୍ଲାଇଟରେ ଅଛି ତେବେ ସେ ସପ୍ତାହକ ଭିତରେ କେବଳ ୨ଥର ହିଁ ରାତିର ଫ୍ଲାଇଟ୍ ଉଡ଼ାଇ ପାରିବେ । ରାତି କହିଲେ ଆମେ ସାଧାରଣତଃ ସନ୍ଧ୍ୟା ପରଠୁ ବୁଝନ୍ତି । କିନ୍ତୁ ବିମାନ ଉଡ଼ାଣ କ୍ଷେତ୍ରରେ DGCAର ନୂଆ ପଲିସି ଏହାକୁ ମଧ୍ୟରାତ୍ରି ୧୨ଟାରୁ ସକାଳ ୬ ପର୍ଯ୍ୟନ୍ତ describe କରିଛି ।

ଟିକେ ଧ୍ୟାନ ଦିଅନ୍ତୁ, ବୁଝିବା ଦରକାର, କାରଣ ଏଇଠୁ ହିଁ ଏ ଫ୍ଲାଇଟ୍ ଡିଲେ ଓ କ୍ୟାନସଲର ପୂରା ଘଟଣା ସୃଷ୍ଟି ହେଇଛି । ଧରନ୍ତୁ ଜଣେ ପାଇଲଟ୍ ରାତି ସାଢ଼େ ୧୧ଟା କିମ୍ବା ୧୧.୪୫ ବେଳକୁ ଲ୍ୟାଣ୍ଡ କଲେ, ତେବେ ତାଙ୍କ ପାଇଁ ନର୍ମାଲ୍ ଡ୍ୟୁଟି ନିୟମ ଲାଗୁ ହେବ । କିନ୍ତୁ ଯଦି କିଛି କାରଣ ପାଇଁ ଫ୍ଲାଇଟ୍ ଟିକେ ଡିଲେ ହେଇ ସେ ୧୫ ମିନିଟ୍ ପରେ ମାନେ ରାତି ୧୨ଟା ପରେ ଲ୍ୟାଣ୍ଡ କରୁଛନ୍ତି, ତେବେ ତାଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଲାଗୁ ହେଇଯିବ । ମାନେ ସେ ଲ୍ୟାଣ୍ଡିଂ ତାଙ୍କ ନାଇଟ୍ ଲ୍ୟାଣ୍ଡିଂ ଭାବେ ଧରାଯିବ ଓ ସେ ପାଇଲଟ୍  ସପ୍ତାହରେ କେବଳ ୨ଥର ହିଁ ସେମିତି ନାଇଟ୍ ଲ୍ୟାଣ୍ଡିଂ କରିପାରିବେ । ଆପଣ ଭାବୁଥିବେ ପାଇଲଟ୍ ଯଦି ଫ୍ଲାଇଟ୍ ଲ୍ୟାଣ୍ଡ୍ କରାଇବା ପରେ ୪୮ ଘଣ୍ଚାର ରେଷ୍ଟ୍ ନେଉଛନ୍ତି ତେବେ କଣ ସେଇଟା ତାଙ୍କର Weekly off ବୋଲି ଧରାଯିବ । ଉତ୍ତର ହେଉଛି ନା । Weekly off ଅଲଗା, Leave ଅଲଗା ଓ ରେଷ୍ଟ୍ ଟାଇମ୍ ଅଲଗା । ରେଷ୍ଟ୍ ଟାଇମକୁ Leave କି off ବୋଲି ଧରାଯାଇପାରିବ ନାହିଁ । ଆଉ ଲଗାତାର ରାତି ଡ୍ୟୁଟି ବି କେବଳ ୨ଥର ପଡ଼ିପାରିବ, ତା ଠୁ ଅଧିକ ନୁହେଁ ।

ପ୍ରତିଦିନ ଇଣ୍ଡିଗୋ ପାଖାପାଖି ୨୨ ଶହ ଫ୍ଲାଇଟ୍ ଚଲାଏ । ଇଣ୍ଡିଗୋ ପାଖରେ ୨୩୫୭ ପାଇଲଟ୍ ଅଛନ୍ତି ଓ ତା ସହ ୨୧୯୪ ଫାର୍ଷ୍ଟ ଅଫିସର । ମିଶେଇକି ଦେଖିଲେ ପାଇଲଟ୍ ଓ କୋ-ପାଇଲଟଙ୍କ ସଂଖ୍ୟା ୪୫୫୧ । କିନ୍ତୁ ବିଗତ କିଛି ଦିନରେ ୬୫ ପାଇଲଟ୍ ଓ ୫୯ କୋ-ପାଇଲଟଙ୍କ ସର୍ଟେଜ୍ ଥିଲା ଇଣ୍ଡିଗୋ ପାଖରେ ଫ୍ଲାଇଟ୍ ସବୁକୁ ଅପରେଟ୍ କରିବା ପାଇଁ । ଅର୍ଥାତ୍ ମୋଟ୍ ୧୨୪ ପାଇଲଟ୍ ଓ କୋ-ପାଇଲଟଙ୍କ ସର୍ଟେଜ୍ । ଯେତେବେଳେ DGCAର ନୂଆ ନିୟମ ଲାଗୁ ହେଲା, ସେବେ ଯଦି ସମସ୍ୟା ୧୨୪ ପାଇଲଟ୍ ଓ କୋ-ପାଇଲଟଙ୍କୁ ନେଇ ଥିଲା, ତାହେଲେ ୭ ଦିନ ଭିତରେ ଶହ ଶହ ଫ୍ଲାଇଟ୍ କାହିଁକି ବାତିଲ୍ ହେଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭେଟେରାନ୍ ପାଇଲଟ୍ । ଯେବେକି ପୂରା ଅପରେସନର ମାତ୍ର ୫-୭ ପ୍ରତିଶତ ହିଁ ପ୍ରଭାବିତ ହେବା କଥା ।

ସେପଟେ ଇଣ୍ଡିଗୋରେ ପାଇଲଟଙ୍କ ଅଭାବ ଓ ଫ୍ଲାଇଟ୍ ଅପରେସନରେ ବଡ଼ ଗଡ଼ବଡ଼ ଭିତରେ କେନ୍ଦ୍ର ସରକାର ଓ DGCA ସାମୟିକ ଭାବେ ସବୁକିଛି ଠିକ୍ କରିବା ପାଇଁ Flight duty time limitationକୁ ନେଇ ନୂଆ ନିୟମରେ ଟିକେ କୋହଳ କରିଛନ୍ତି । ମାନେ ଫେବ୍ରୁଆରୀ, ୨୦୨୬ ଅର୍ଥାତ୍ ୩ ମାସର ସମୟ ଦେଇଛନ୍ତି ସବୁ କିଛି ଠିକ୍ କରିବାକୁ । କିନ୍ତୁ ପ୍ରଶ୍ନ ହେଉଛି ଯଦି ଇଣ୍ଡିଗୋ ନିଜେ ନଚାହେଁ ତେବେ ଅଚଳାବସ୍ଥାରେ ସୁଧାର ଆସିବା ସମ୍ଭବ ନୁହେଁ । ଏହା ଭିତରେ ଚର୍ଚ୍ଚା ଏକଥା ବି ହେଉଛି କି ସରକାର ଇଣ୍ଡିଗୋର ମନପୋଲି ଆଗରେ ହାର୍ ମାନି ମୁଣ୍ଡ ନୁଁଆଇଦେଲେ ଓ ନିଜ ଆଣିଥିବା ନୂଆ ପଲିସିରେ ପରିବର୍ତ୍ତନ କରିଦେଲେ । କିନ୍ତୁ ତଥ୍ୟ ହେଉଛି କି ସରକାର ଯେଉଁ ପରିବର୍ତ୍ତନ କରିଥିଲେ ତାହା ଏବେ ବି ଅଛି । କେବଳ ଏବେର ଅଚଳାବସ୍ଥା ଦେଖି, ସାମୟିକ ଭାବେ ଇଣ୍ଡିଗୋକୁ ତାର ଅପରେସନକୁ ସୁଧାରିବାକୁ କିଛିଟା କୋହଳ କରି ଟିକିଏ ସମୟ ଦେଇଛନ୍ତି । ଦେଖିବା କଥା ପରିସ୍ଥିତିରେ ସୁଧାର କେବେ ଆସୁଛି ।

Advertisment
Related Articles
Advertisment