Advertisment

Comedian Guru Prusty’s Death: ସସପେନ୍ସ ଘେରରେ କମେଡିଆନ ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା , ହାସ୍ୟ ଅଭିନେତା ନରି ପଣ୍ଡା ଦେଲେ ବଡ଼ ବୟାନ

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ସାଧାରଣ ସଡ଼କ ଦୁର୍ଘଟଣା ନୁହେଁ । ପ୍ରକୃତରେ କେମିତି ମୃତ୍ୟୁ ହେଲା ତାହା ସାମ୍ନାକୁ ଆସୁ । ପୋଲିସ ତଦନ୍ତ କରି ଏହି ମୃତ୍ୟୁ ରହସ୍ୟର ଖୁଲାସା କରୁ । ଗୁରୁଙ୍କୁ ନ୍ୟାୟ ମିଳୁ । ଏମିତି କିଛି ଦାବି କରିଛନ୍ତି ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା ।

author-image
Manas Ranjan Mohanty
COMEDIAN-GURU-PRUSTY-DEATH-UPDATE

COMEDIAN-GURU-PRUSTY-DEATH-UPDATE Photograph: (OTV)

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ସାଧାରଣ ସଡ଼କ ଦୁର୍ଘଟଣା ନୁହେଁ । ପ୍ରକୃତରେ କେମିତି ମୃତ୍ୟୁ ହେଲା ତାହା ସାମ୍ନାକୁ ଆସୁ । ପୋଲିସ ତଦନ୍ତ କରି ଏହି ମୃତ୍ୟୁ ରହସ୍ୟର ଖୁଲାସା କରୁ । ଗୁରୁଙ୍କୁ ନ୍ୟାୟ ମିଳୁ । ଏମିତି କିଛି ଦାବି କରିଛନ୍ତି ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା । ଗୁରୁ ପୃଷ୍ଟିଙ୍କ ସ୍ତ୍ରୀ ସହ ସ୍ୱର ମିଳାଇଛନ୍ତି ନରି । ମୃତ୍ୟୁର କିଛି ସମୟ ପୂର୍ବରୁ ଜଣେ ଅଭିନେତ୍ରୀଙ୍କ ସହ ଗୁରୁଙ୍କର ରାସ୍ତାକଡ଼ରେ ପାଟିତୁଣ୍ଡ ହୋଇଥିଲା । ପୋଲିସ ତଦନ୍ତ କଲେ ଜଣେ ଉଦୀୟମାନ କଳାକାରଙ୍କର ମୃତ୍ୟୁ ପଛର ରହସ୍ୟ କଣ ଜଣାପଡିବ ବୋଲି ନରି ପଣ୍ଡା କହିଛନ୍ତି । 

 ନୂଆ ମୋଡ ନେଇଛି ଯାତ୍ରା କମେଡିଆନ ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା । ପ୍ରଥମରୁ ସଡ଼କ ଦୁର୍ଘଟଣା ଜନିତ ଲାଗୁଥିବା ତାଙ୍କର ମୃତ୍ୟୁ ଘଟଣା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି । ପ୍ରଥମେ କେମେଡିଆନଙ୍କ ସ୍ତ୍ରୀ ସ୍ନେହଲତା ମୃତ୍ୟୁ ପଛରେ ହତ୍ୟା ଅଭିଯୋଗ ଆଣିଥିଲେ । ଜଣେ ଅଭିନେତ୍ରୀଙ୍କ ସହ ଗୁରୁଙ୍କ ସମ୍ପର୍କ ଥିଲା । ମୃତ୍ୟୁ ପୂର୍ବରୁ ଦୁହିଁଙ୍କ ଭିଡିଓ ଭାଇରାଲ ହେବା ପରେ ଅଭିଯୋଗ କରିଥିଲେ ସ୍ତ୍ରୀ । ଏବେ ଯାତ୍ରା ଅଭିନେତା ନରି ପଣ୍ଡା ବି ସମାନ କଥା କହିଛନ୍ତି ।

Advertisment



ତାହେଲେ କମେଡିଆନ ଗୁରୁଙ୍କ ମୃତ୍ୟୁ ପଛରେ ରହିଛି କି ପ୍ରେମ ସମ୍ପର୍କ ?  ସମ୍ପୃକ୍ତ ଅଭିନେତ୍ରୀଙ୍କ ସହ ଚାଟ୍‌ରେ ପ୍ରେମାଳପ ଓ କିଛି ଅନ୍ତରଙ୍ଗ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ବଢିବାରେ ଲାଗିଛି ସନ୍ଦେହ । 

ପୂର୍ବରୁ ଗୁରୁ ପୃଷ୍ଟି ଯାତ୍ରା ରଙ୍ଗ ମହଲ ଓ ବିଶ୍ୱ ଦରବାରରେ ଅଭିନୟ କରିଛନ୍ତି । ଏବେ ହାସ୍ୟ ଅଭିନେତା ଭାବେ ଇନ୍ଦ୍ର ଭୁବନରେ ଯାତ୍ରା କରୁଥିଲେ । ଗତ ୮ ତାରିଖ ଦିନ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଭଦ୍ରକ ଚିଙ୍ଗୁଡିପୁର ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ସ୍ତ୍ରୀ ସ୍ନେହଲତା ।  ତେବେ ଏ ଘଟଣା ଆଗକୁ କି ମୋଡ ନେଉଛି ଦେଖିବା ବାକି ରହିଲା

Advertisment
Advertisment
Related Articles
Advertisment