/odishatv-khabar/media/media_files/2025/12/06/putin-return-2025-12-06-22-23-46.jpg)
PUTIN-RETURN Photograph: (OTV)
ଭାରତ ଗସ୍ତ ସାରି ଫେରିଗଲେ ରୁଷ୍ ରାଷ୍ଟ୍ରପତି। ପୁଟିନଙ୍କ ଗସ୍ତ ବେଳେ ଚର୍ଚ୍ଚାରେ ଓଡ଼ିଆ ସେନା ଅଫିସର। ପୁଟିନଙ୍କ ସହ କର ମର୍ଦ୍ଦନ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ମେଜର ଜେନେରାଲ୍ ଭୂଦେବ ପରିଡ଼ା। ରାଷ୍ଟ୍ରପତି ଭବନ ଆସିବା ବେଳେ ତାଙ୍କ ସହ କରମର୍ଦ୍ଦନ କରିଥିଲେ ପୁଟିନ୍। ଗାଡ଼ିରୁ ଓହ୍ଲାଇବା ପରେ ମେଜର ଜେନେରାଲ୍ ଭୂଦେବ ପରିଡ଼ାଙ୍କ ସହ ହ୍ୟାଣ୍ଡସେକ୍ କରିଥିଲେ ରୁଷ୍ ରାଷ୍ଟ୍ରପତି।
ସବୁବେଳେ ନିଜ ସ୍ବଜନତାକୁ ନେଇ ଚର୍ଚ୍ଚାରେ ରହି ଥାଆନ୍ତି ପୁଟିନ୍। ଭାରତରେ ବି ତାଙ୍କର ଏହି ଗୁଣ ଦେଖିବାକୁ ମିଳିଥିଲା। ଗାଡ଼ିରୁ ଓହ୍ଲାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଡ଼କୁ ଯାଉଥିବା ବେଳେ ପୁଣି ବୁଲି ମେଜର ଜେନେରାଲ୍ ପରିଡ଼ାଙ୍କ ସହ ହ୍ୟାଣ୍ଡସେକ୍ କରିଥିଲେ ପୁଟିନ୍।
ମେଜର ଜେନେରାଲ୍ ପରିଡ଼ା ଏବେ ରାଷ୍ଟ୍ରପତିଙ୍କ ମିଲିଟାରୀ ସେକ୍ରେଟାରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ୨୦୨୫ ଫେବ୍ରୁଆରୀ ତାଙ୍କୁ ରାଷ୍ଟ୍ରପତିଙ୍କ ସାମରିକ ସଚିବ ଭାବେ ନିଯୁକ୍ତି ମିଳିଥିଲା। ୩୫ ବର୍ଷରୁ ଅଧିକ ସମୟ ଧରି ସେନାବାହିନୀରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି। ବିଭିନ୍ନ କମାଣ୍ଡ, ଷ୍ଟାଫର ଦାୟିତ୍ବ ତୁଲାଇଛନ୍ତି।
ପୂର୍ବରୁ ପଶ୍ଚିମ ଉତ୍ତରପ୍ରଦେଶ ସବ୍ ଏରିଆର ଜେନେରାଲ ଅଫିସର କମାଣ୍ଡିଂ (GOC) ଭାବରେ କାର୍ଯ୍ୟ କରିଥିଲେ ମେଜର ଜେନେରାଲ୍ ଭୂଦେବ ପରିଡ଼ା। ନ୍ୟାସନାଲ୍ ଡିଫେନ୍ସ୍ ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଡେରାଡୁନର ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରୁ ପ୍ରଶିକ୍ଷଣ ନେଇ ୧୯୮୦ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ମେଜର ଜେନେରାଲ୍ ଭୂଦେବ ପରିଡ଼ା।
ପୁଟିନଙ୍କ ଗସ୍ତ ବେଳେ ଚର୍ଚ୍ଚାରେ ଓଡ଼ିଆ ସେନା ଅଧିକାରୀ
ମେଜର ଜେନେରାଲ୍ ଭୂଦେବ ପରିଡ଼ାଙ୍କ ସହ ପୁଟିନଙ୍କ ହ୍ୟାଣ୍ଡସେକ୍
ଗାଡ଼ିରୁ ଓହ୍ଲାଇ କରମର୍ଦ୍ଦନ କଲେ ପୁଟିନ
ରାଷ୍ଟ୍ରପତି ଭବନ ଆସିବା ବେଳେ ହ୍ୟାଣ୍ଡସେକକୁ ନେଇ ଚର୍ଚ୍ଚା
ରାଷ୍ଟ୍ରପତିଙ୍କ ମିଲିଟାରୀ ସେକ୍ରେଟାରୀ ମେଜର ଜେନେରାଲ୍ ପରିଡ଼ା
୨୦୨୫ ଫେବ୍ରୁଆରୀରେ ରାଷ୍ଟ୍ରପତିଙ୍କ ସାମରିକ ସଚିବ ଅଛନ୍ତି
Key BJD Leaders From Bhadrak : ପ୍ରଫୁଲ୍ଲଙ୍କୁ ଏକା କରି ଦଳ ଛାଡ଼ିଦେଲେ ଦୁଇ ପୁଅ ଓ ଭଉଣୀ

Government Imposes Fare Cap : ଭଡ଼ା ୧୮ ହଜାର ଟପିବନି, ବିମାନ ଉଡ଼ାଣ କମ୍ପାନୀ ଉପରେ ରୋକ୍ ଲଗାଇଲା ମନ୍ତ୍ରାଳୟ

Operation Lotus Explodes in Bhadrak: ଭଦ୍ରକ ବିଜେଡିରେ ବିସ୍ଫୋରଣ, ପଦ୍ମ ଧରିଲେ ଭେଟେରାନ୍ ପ୍ରଫୁଲ୍ଲଙ୍କ ଦୁଇ ପୁଅ ଓ ଉଭଣୀ

Primary School Teachers Protest: ଜିଦ୍ ହଟୁନି କି ଗର୍ଜନ ଥମୁନି , ୨ ଦଫା ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)