Advertisment

Nation Betrayal Backfires: ଦେଶ ସହ ଗଦ୍ଦାରୀର ଭୟଙ୍କର ପରିଣାମ, ଧ୍ୱଂସ ହେଲା ଆତଙ୍କୀ ଡାକ୍ତରର ଘର…

ଯେମିତି ରାଜଧାନୀ ଛାତିକୁ ଖିନଭିନ୍ କରିଥିଲା, ସେମିତି ଆତଙ୍କବାଦୀର ଘରକୁ ବି ଖିନ୍‌ଭିନ୍ କରିଦେଇଛନ୍ତି ସୁରକ୍ଷା ଏଜେନ୍ସି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏ ବଡ଼ ଆକ୍ସନ ।

author-image
Tapan Swain
Terrorist

Terrorist Photograph: (OTV)

ଯେମିତି ରାଜଧାନୀ ଛାତିକୁ ଖିନଭିନ୍ କରିଥିଲା, ସେମିତି ଆତଙ୍କବାଦୀର ଘରକୁ ବି ଖିନ୍‌ଭିନ୍ କରିଦେଇଛନ୍ତି ସୁରକ୍ଷା ଏଜେନ୍ସି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏ ବଡ଼ ଆକ୍ସନ ।  ବିଳମ୍ବିତ ରାତିରେ ଆତଙ୍କୀ ଡାକ୍ତର ଉମର ଉନ୍-ନବିର ପୁଲାୱାମାରେ ଥିବା ଘରକୁ ଆଇଇଡି ବିସ୍ଫୋରଣରେ ଉଡାଇଛନ୍ତି ସୁରକ୍ଷାକର୍ମୀ ।

Advertisment

ଦେଶରେ ରହି ଦେଶ ସହ ଗଦ୍ଦାରୀ କଲେ ପରିଣାମ କଣ ହୁଏ, ତାହା ବୁଝାଇ ଦେଉଛି ମାଟିରେ ମିଶିଥିବା ଆତଙ୍କବାଦୀ ଉମର ଏ ଘର । ଘଟଣାରେ ପୋଲିସ ତା' ପରିବାରର ୩ ଜଣଙ୍କୁ ଗିରଫ ବି କରିଛି ।
ଉମର ସେହି ଆତଙ୍କୀ ଡାକ୍ତର, ଯିଏ ୧୦/୧୧ ଦିଲ୍ଲୀ ବିସ୍ଫୋରଣର ଥିଲା ମୁଖ୍ୟ ଖଳନାୟକ । ଲହୁଲୁହାଣ କରିଥିଲା ରାଜଧାନୀକୁ । ଜନଗହଳି ଭିତରେ ବିସ୍ଫୋଟକ ବୋଝେଇ ହୁଣ୍ଡାଇ i20 କାର୍ ନେଇ ଭୟଙ୍କର ବିସ୍ଫୋରଣ ଘଟାଇଥିଲା, ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଏ ବିସ୍ଫୋରଣ ପରେ ଯେଉଁସବୁ ତଥ୍ୟ ସାମ୍ନାକୁ ଆସୁଛି ତାହା ହୋସ୍ ଉଡାଇଲା ଭଳି । ୨ ବର୍ଷ ହେଲା ଭାରତରେ ଆଟାକ୍ ପାଇଁ ଷଡଯନ୍ତ୍ର ରଚିଥିଲା ଉମର ମହମ୍ମଦ । 

ନିଶା ଥିଲା ଆତଙ୍କବାଦ

ପେସାରେ ଥିଲା ଡାକ୍ତର, ହେଲେ ନିଶା ଥିଲା ଆତଙ୍କବାଦ ।  ଅନ୍ୟ ଆତଙ୍କୀ ଡାକ୍ତର ସାହିନ, ମୁଜାମିଲ୍, ଆଦିଲ୍ ସହ ମିଶି ଏହି ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା ଉମର । ସବୁ ବ୍ୟବସ୍ଥା ସରିଥିଲା, ଟାଇମ୍ ବି ସେଟ୍‌ ଥିଲା । ବାବ୍ରି ମସଜିଦ୍‌ ଭଙ୍ଗାର ପ୍ରତିଶୋଧ ନେବାକୁ ଡିସେମ୍ବର ୬ରେ ଦିଲ୍ଲୀରେ ସିରିଜ୍ ବିସ୍ଫୋରଣ ଥିଲା ଏମାନଙ୍କ ଉଦ୍ଦେଶ୍ୟ ।

Advertisment

ତା' ସହ ଅଯୋଧ୍ୟା ରାମ ମନ୍ଦିର ଓ ପ୍ରୟାଗରାଜ ବି ଟାର୍ଗେଟ୍‌ରେ ଥିବା କୁହାଯାଉଛି । କିନ୍ତୁ ଆଟାକ୍ ପୂର୍ବରୁ ହିଁ ‌ଏହି ଟେରର୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ ହୋଇଗଲା । ତେଣୁ ଭୟରେ ତରବରିଆ ହୋଇ ସୋମବାର ଦିନ ଦିଲ୍ଲୀରେ ବିସ୍ଫୋରଣ କରିଥିଲା ଉମର । ଆଉ ଏ ବିସ୍ଫୋରଣରେ ନିଜେ ଉମର ମଧ୍ୟ ନିହତ ହୋଇଥିବା କୁହାଯାଉଛି ।

ସେପଟେ ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଆତଙ୍କବାଦୀଙ୍କୁ କଡା ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆମେ ଏମିତି ଶାସ୍ତି ଦେବୁ ଯେ ପୂରା ବିଶ୍ୱ ଦେଖିବ । ଯେମିତି ଆଉ କେହି ବି ଭାରତ ଉପରେ ଆକ୍ରମଣ କରିବାକୁ ସାହସ କରିବେନି ବୋଲି ଚେତାଇଛନ୍ତି ଶାହ । 

Terrorist House Demolished
Advertisment