Advertisment

Local Son Snubbed: ଘାସିରାମଙ୍କ କ୍ଷୋଭ ,ମାଟି ପୁଅକୁ ଚିହ୍ନିଲେନି...ଆଉ ୩ ଥର ନିର୍ବାଚନ ଲଢ଼ିବି ‍

ନୂଆପଡ଼ା ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ ଘାସିରାମଙ୍କ କ୍ଷୋଭ । ଭୋଟର ଟଙ୍କାରେ କିଣି ହୋଇଗଲେ, ମାଟି ପୁଅକୁ ଚିହ୍ନିଲେନି । କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି ।

author-image
Manas Ranjan Mohanty
congress

congress Photograph: (OTV)

ନୂଆପଡ଼ା ଉପନିର୍ବାଚନରେ ପ୍ରଦର୍ଶନକୁ ନେଇ ଘାସିରାମଙ୍କ କ୍ଷୋଭ । ଭୋଟର ଟଙ୍କାରେ କିଣି ହୋଇଗଲେ, ମାଟି ପୁଅକୁ ଚିହ୍ନିଲେନି । କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି । ଆବ୍ରାହମ୍‌ ଲିଙ୍କନ ୯ ଥର ହାରିଥିଲେ, ମୁଁ ୬ ଥର ହାରିଛି । ଆଉ ୩ ଥର ନିର୍ବାଚନ ଲଢ଼ିବି ‍ବୋଲି ‍ଘାସିରାମ କହିଛନ୍ତି । 

Advertisment

ସେପଟେ ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ମନମୋହନ ସାମଲ । 'ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି' । 'ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ' । 'ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି' । 'ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି' । କଂଗ୍ରେସର ଆରୋପ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ। 

୧୪ ରାଉଣ୍ଡ ସୁଦ୍ଧା ଭୋଟିଂରେ ବିଜେପିର ଜୟ ଢ଼ୋଲକିଆ ଆଗରେ ଅଛନ୍ତି । ଦ୍ବିତୀୟ ସ୍ଥାନରେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ ତୃତୀୟ ସ୍ଥାନରେ ଘାସିରାମ  ଅଛନ୍ତି । 

Advertisment
Advertisment
Related Articles
Advertisment