/odishatv-khabar/media/media_files/2025/11/14/nuapada-2025-11-14-13-22-37.jpg)
nuapada Photograph: (OTV)
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୧୫ ରାଉଣ୍ଡ ସୁଦ୍ଧା ୫୦ ହଜାର ୬୫୬ ଭୋଟ୍ରେ ଆଗୁଆ । ୧୫ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୭୩,୭୪୫ ଭୋଟ୍ । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୩,୦୮୯ଭୋଟ୍ । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୨,୬୧୮ ଭୋଟ୍ । ଭାରତୀୟ ଜନତା ପାର୍ଟି ଆଗେଇ ଚାଲିଛି। ଏହା ଡବଲ ଇଞ୍ଜିନ ସରକାର ଓ ନୂଆପଡ଼ାବାସୀଙ୍କ ଜିତ୍ ବୋଲି ଢୋଲକିଆ କହିଛନ୍ତି ।
୨୦୨୪ ନିର୍ବାଚନରେ ବାପା ପାଇଥିବା ଭୋଟ୍କୁ ଟପିଲେ ଜୟ ଢୋଲକିଆ। ୨୦୨୪ରେ ବାପା ରାଜେନ୍ଦ୍ର ଢୋଲକିଆ ପାଇଥିଲେ ୬୧,୮୨୨ ଭୋଟ୍ । ସେପଟେ ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଫଳାଫଳ ଘୋଷଣା ପରେ କରାଯିବ ସେଲିବ୍ରେସନ।
ସେପଟେ ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ମନମୋହନ ସାମଲ । 'ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି' । 'ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ' । 'ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି' । 'ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି' । କଂଗ୍ରେସର ଆରୋପ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ।
BJP's Jay Dholakia : ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ , ବିହାରରେ ଏନଡିଏ ଆଗରେ

Bangladesh Erupts Again: ସହର ସାରା ଫୁଟିଲା ବୋମା, ରାସ୍ତାରେ ଛାତ୍ର...ପୁଣି ଜଳିଲା ବାଂଲାଦେଶ

Planned in Turkey: ତୁର୍କୀରୁ ହୋଇଥିଲା କି ଦିଲ୍ଲୀ ବିସ୍ଫୋରଣର ପ୍ଲାନିଂ ? ୨୦୨୨ରେ ରଚାଯାଇଥିଲା ଭୟଙ୍କର ଷଡ଼ଯନ୍ତ୍ର

Babri Masjid Revenge: ହିଟ୍ ଲିଷ୍ଟରେ ଥିଲା ୪ ସହର , ୬ଟି ବିସ୍ଫୋରଣରେ ଥରିଥାନ୍ତା ଦିଲ୍ଲୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)