/odishatv-khabar/media/media_files/2026/02/09/faridabad-doli-accident-2026-02-09-15-44-27.jpg)
Faridabad Doli Accident Photograph: (OTV)
ଜୀବନ ମୃତ୍ୟୁର ଖେଳ ଭିତରେ ଧପକିଣା ଜୀବନ ଦୀପଟିଏ ଲିଭିଗଲା । କେହିକିଛି ଚିନ୍ତା କରିବା ଆଗରୁ ଖୁସିର ମୁହୂର୍ତ୍ତଟା କାନ୍ଦବୋବାଳିରେ କମ୍ପି ଉଠିଲା । ଇଏ ହେଉଛି ଫରିଦାବାଦର ସୁରଜକୁଣ୍ଡ ମେଳାର ଦୃଶ୍ୟ । ଏ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି ।
ଶନିବାର ସନ୍ଧ୍ୟାରେ ସୁନାମି ଦୋଳି ଛିଡ଼ିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଦୋଳିଟି ଖସିପଡ଼ିଥିଲା । ପ୍ରାୟ ୧୫ ଜଣ ଦୋଳିରେ ଥିଲେ । ଏହି ଦୁର୍ଘଟଣାରେ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୩ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଦୁର୍ଘଟଣା ଘଟିବା ପରେ ପୋଲିସ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସୁନାମି ଦୋଳି କିପରି ଛିଡ଼ିଲା ତାହା ଜଣାପଡ଼ିନାହିଁ । ପୋଲିସ ଏ ଘଟଣାରେ ତଦନ୍ତ କରୁଛି ।
ମୃତ ୫୭ ବର୍ଷୀୟ ଇନିସପେକ୍ଟର ପ୍ରସାଦ, ଉତ୍ତର ପ୍ରଦେଶର ମଥୁରା ବାସିନ୍ଦା ଥିଲେ । ତାଙ୍କୁ ହରିଆଣାର ପଲୱାଲରେ ପୋଷ୍ଟିଂ ମିଳିଥିଲା । ଜାନୁଆରୀ ୩୧ ତାରିଖରେ ସେ ସୁରଜକୁଣ୍ଡ ମେଳାରେ ଡ୍ୟୁଟି କରିଥିଲେ । ନିଜର କାର୍ଯ୍ୟ ପ୍ରତି ପ୍ରସାଦଙ୍କ ସମର୍ପଣ, ଶୃଙ୍ଖଳା ଏବଂ ଦାୟିତ୍ୱବୋଧ ପାଇଁ ସେ ବେଶ୍ ଜଣାଶୁଣା ଥିଲେ । ଆଉ ୨୦୧୯-୨୦ରେ ପ୍ରସାଦ ରାଜ୍ୟପାଳଙ୍କ ହାତରୁ ପୋଲିସ ପଦକ ପାଇଥିଲେ ।
୧୯୮୯ ମସିହାରେ ହରିୟାଣା ସଶସ୍ତ୍ର ପୋଲିସରେ ଯୋଗଦେଇ ୩୬ ବର୍ଷ ଫେର୍ସରେ କାମ କରିଛନ୍ତି ଇନିସପେକ୍ଟର ପ୍ରସାଦ । ଏଇ ମାର୍ଚ୍ଚରେ ସେ ଅବସର ନେଇଥା’ନ୍ତେ । ପ୍ରାସଦଙ୍କ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ରହିଛନ୍ତି । ସମସ୍ତ ପିଲାମାନେ ପାଠ ପଢ଼ୁଛନ୍ତି ।
ତେଣୁ ପୋଲିସ ମହାନିର୍ଦ୍ଦେଶକ ଅଜୟ ସିଂଘଲ କହିଛନ୍ତି, ଇନ୍ସପେକ୍ଟର ପ୍ରସାଦଙ୍କ ପରିବାରକୁ ନିୟମ ଅନୁଯାୟୀ କୋଟିଏ ଟଙ୍କା ସହାୟତା ମିଳିବ । ତା’ ଛଡ଼ା ସରକାରଙ୍କ ଦ୍ୱାରା ମିଳିବାକୁ ଥିବା ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।
ସେପଟେ ଏହି ଘଟଣାକୁ ନେଇ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସାଇନି ମୃତ ଇନ୍ସପେକ୍ଟରଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଟ୍ବିଟ୍ କରି ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ପାଇଁ ସମସ୍ତ ଚିକିତ୍ସା ସୁବିଧା ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ହରିଆଣା ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଆହତମାନଙ୍କ ଚିକିତ୍ସା ପାଇଁ ମେଡିକାଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
Fake Milk Racket: ମାର୍କେଟରେ ମିଳୁଛି ନକଲି କ୍ଷୀର, ଡିଟରଜେଣ୍ଟ ପାଉଡରରେ ହେଉଛି ତିଆରି

Gold Prices: ସୁନାପ୍ରେମୀଙ୍କୁ ଛାନିଆଁ କରୁଛି ସୁନା, କମୁଛି କମ୍… ବଢ଼ୁଛି ବେଶି

Faith and Hope: ଜ୍ୟୋତିର୍ମୟୀ ନାୟକଙ୍କ ପାଇଁ ପ୍ରାର୍ଥନା, ମନ୍ଦିରରେ ଜଳୁଛି ଅଖଣ୍ଡ ଦୀପ

Gold And Silver Rate Today: ପୁଣି ବଢିଲା ସୁନା ଦର, ରୁପା ଗୋଟିଏ ଦିନରେ ୧୫ ହଜାର ବଢିଗଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)