/odishatv-khabar/media/media_files/2026/02/09/gold-silver-price-hike-2026-02-09-15-21-41.jpg)
Gold Silver Price Hike Photograph: (OTV)
ସୁନାପ୍ରେମୀଙ୍କୁ ଛାନିଆଁ କରୁଛି ସୁନା । କମୁଛି କମ୍, ବଢ଼ୁଛି ବେଶି । ପୁଣି ଦେଢ଼ ଲକ୍ଷ ଟପିବ ହଳଦିଆ ଧାତୁ ! ଗତ କିଛି ଦିନର ହ୍ରାସ ପରେ ଏବେ ପୁଣି ୩ ଦିନ ହେଲା ଲଗାତର ସୁନା ଦର ବଢ଼ିବାରେ ଲାଗିଛି । ସତେ ଯେମିତି ସୁନା ବଜାରରେ ହୁତୁହୁତୁ ନିଆଁ ଜଳୁଛି ।
ଏଇ କିଛି ଦିନ ହେବ ସୁନା ଦର ଖସୁଥିବାରୁ ଝିଅ ବାହାଘରକୁ ନେଇ ଖୁସିଥିଲେ ଗରିବ ମଧ୍ୟବିତ୍ତ ପରିବାର । ଏବଂ କିଛି ଗ୍ରାହକ ଆହୁରି ଖସିବା ଆଶରେ ଅପେକ୍ଷା କରିଥିଲେ । କିନ୍ତୁ ଏବେ ପୁଣି ସୁନା ଦର ଉପର ମୁହାଁ ହୋଇଛି । ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୨ ହଜାର ୨୪୦ ଟଙ୍କା ବୃଦ୍ଧି ପାଇଛି ।
ଫଳରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୮ ହଜାର ୮୪୦ ଟଙ୍କା ହୋଇଛି । ସେହିପରି, ୨୨ କ୍ୟାରେଟ୍ ସୁନା ଦର ୨ହଜାର ୫୦ ଟଙ୍କା ବଢ଼ି ୧୦ ଗ୍ରାମ୍ ପିଛା ୧ ଲକ୍ଷ ୪୫ ହଜାର ୬୦୦ ଟଙ୍କାରେ ପହଞ୍ଚିଛି ।
ପ୍ରତ୍ୟେକ ଦିନ ଗୋଲ୍ଟ-ସିଲଭର ପ୍ରାଇସ୍ ବଢ଼ୁଛି ଖସୁଛି । ସବୁଦିନ ଦରରେ ବଡ଼ ଧରଣର ପରିବର୍ତ୍ତନ ଘଟି ସୁନା ଓ ରୁପା ଦର କେବେ ତଳମୁହାଁ ତ ପୁଣି କେବେ ଉପରମୁହାଁ ହେଉଛି । ଏବେ ପୁଣି ସୁନା ଦର ୨ହଜାରୁ ଅଧିକ ଟଙ୍କା ବୃଦ୍ଧି ପାଇଥିବାବେଳେ ରୁପା ୧୫ ହଜାର ଟଙ୍କା ବଢ଼ିଛି ।
ରୁପା ଦର ୧୫ ହଜାର ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ହୋଇଛି । ସବୁଠାରୁ ବଡ଼ କଥା ହେଉଛି, ସୁନା ଓ ହୀରା ଠାରୁ ପ୍ଲାଟିନମକୁ ଆହୁରି ମୂଲ୍ୟବାନ ବୋଲି ମନାଯାଏ । ହେଲେ ବର୍ତ୍ତମାନ ପ୍ଲାଟିନମର ମୂଲ୍ୟ ଠାରୁ ଢେର ଆଗକୁ ଯାଇସାରିଛି ସୁନା ଦର । ତେବେ ଆଗକୁ ଆହୁରି ସୁନା ଦର ବଢ଼ିବାରେ ସମ୍ଭାବନା ରହିଛି ।
ଜାନୁଆରୀ ୨୮ରେ ୨୪ କ୍ୟାରେକ୍ଟ ସୁନା ଥିଲା ୧ ଲକ୍ଷ ୭୮ ହଜାର ୮୮୫ ଟଙ୍କା । ଆଉ ୨୯ ତାରିଖରେ ୯ହଜାର ୬୫୦ ଟଙ୍କା ଖସି ୧ଲକ୍ଷ ୭୯ ହଜାର ୨ଶହ ଟଙ୍କା ହେଲା । ସେହିପରି ୩୧ତାରିଖରେ ଖସିଲା ୮ ହଜାର ୬୨୦ ଟଙ୍କା ।
ଆଉ ଫେବ୍ରୁଆରୀ ୨ରେ ୯ ହଜାର ୫୦ ଟଙ୍କା ଖସି ୧ଲକ୍ଷ ୫୧ ହଜାର ୫୩୦ ଟଙ୍କାରେ ପହଞ୍ଚିଥିଲା । ହେଲେ ଏବେ ପୁଣି ଏକାଧିକ ଥର ଦର ବଢ଼ି ୨୪ କ୍ୟାରେକ୍ଟ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୫୮ ହଜାର ୮୪୦ ଟଙ୍କାରେ ପହଞ୍ଚିଛି । ଆଉ ୨୨ କ୍ୟାରେଟ୍ ସୁନା ମଧ୍ୟ ୧ ଲକ୍ଷ ୪୫ ହଜାର ୬୦୦ ହୋଇଛି ।
Faith and Hope: ଜ୍ୟୋତିର୍ମୟୀ ନାୟକଙ୍କ ପାଇଁ ପ୍ରାର୍ଥନା, ମନ୍ଦିରରେ ଜଳୁଛି ଅଖଣ୍ଡ ଦୀପ

Tight Security for Matric Exams: ମାଟ୍ରିକ ପରୀକ୍ଷା ପାଇଁ କାଲିଠୁ ଯିବ ପ୍ରଶ୍ନପତ୍ର, ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା

Pakistan Softens: ମ୍ୟାଚ୍ ଖେଳିବାକୁ ପାକିସ୍ତାନର ୩ ସର୍ତ୍ତ, ICC କଠୋର ହେବା ପରେ ଭାଙ୍ଗିଛି ମୁହଁତୋଡ଼

Gold And Silver Rate Today: ପୁଣି ବଢିଲା ସୁନା ଦର, ରୁପା ଗୋଟିଏ ଦିନରେ ୧୫ ହଜାର ବଢିଗଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)