/odishatv-khabar/media/media_files/2026/02/09/jyotirmayee-nayak-2026-02-09-15-05-39.jpg)
Jyotirmayee Nayak Photograph: (OTV)
ଜ୍ୟୋତିର୍ମୟୀ ନାୟକଙ୍କ ପାଇଁ ପ୍ରାର୍ଥନା, ଜଳୁଛି ଅଖଣ୍ଡ ଦୀପ। ରାଜ୍ୟ ପାଇଁ ଗର୍ବ ସାଜିଛନ୍ତି ନୀଳଗିରିର ଝିଅ ଜ୍ୟୋତିମୟୀ ନାୟକ। ଇଣ୍ଡିଆନ୍ ଆଇଡଲ୍-୧୬ରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶିତ କରାଉଛନ୍ତି।
ନିଜର ଗୀତ ମାଧ୍ୟମରେ ଜାତୀୟ ସ୍ତରରେ ଓଡି଼ଶା ସମେତ ନୀଳଗିରି ପାଇଁ ମଧ୍ୟ ଗର୍ବ ଆଣିଛନ୍ତି। ତେବେ ମାର୍ଚ୍ଚରେ ହେବାକୁ ଥିବା ଇଣ୍ଡିଆନ୍ ଆଇଡଲ୍-୧୬ର ଫାଇନାଲରେ ଜିତିବା ପାଇଁ ଘରଲୋକେ ଭାଗବତ ମନ୍ଦିରରେ ଅଖଣ୍ଡ ଦୀପ ଜାଳିବା ସହ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି।
ଇଣ୍ଡିଆନ୍ ଆଇଡଲରେ କମାଲ୍ କରୁଛନ୍ତି କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ। ଏନେଇ ଭୁରୀ ଭୁରୀ ପ୍ରଶଂସା କରୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି କହିଛନ୍ତି, ‘ଓଡ଼ିଶାର ପ୍ରତିଭାବାନ୍ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ୍ ଆଇଡଲ୍ –୧୬ରେ ଲଗାତାର ପ୍ରଭାବଶାଳୀ ପ୍ରଦର୍ଶନ କରି ଆମ ରାଜ୍ୟକୁ ଗର୍ବିତ କରିଛନ୍ତି।
ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସୁନ୍ଦର ପ୍ରତିନିଧିତ୍ୱ କରିବା ସହ, ସେ ରାଜ୍ୟର ଅଗଣିତ ଯୁବ ପ୍ରତିଭାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଆଗାମୀ ଦିନରେ ସେ ଆହୁରି ସଫଳ ହୁଅନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଇଣ୍ଡିଆନ୍ ଆଇଡଲ୍-୧୬ରେ ଭାଗ ନେଇଛନ୍ତି ଜ୍ୟୋତିର୍ମୟୀ
ରାଜ୍ୟ ପାଇଁ ଗର୍ବ ସାଜିଛନ୍ତି ନୀଳଗିରିର ଝିଅ ଜ୍ୟୋତିମୟୀ ନାୟକ
ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)