/odishatv-khabar/media/media_files/2026/02/09/detergent-milk-factory-2026-02-09-15-38-35.jpg)
Detergent Milk Factory Photograph: (OTV)
ମାର୍କେଟରେ ମିଳୁଛି ନକଲି କ୍ଷୀର ! ଡିଟରଜେଣ୍ଟ ପାଉଡରରେ ହେଉଛି ତିଆରି ! କ୍ଷୀରରେ ମିଶୁଛି ବିଷାକ୍ତ ରାସାୟନିକ ପଦାର୍ଥ ! ଗତ ପାଞ୍ଚ ବର୍ଷ ଧରି ନକଲି କ୍ଷୀର ତିଆରି କରିବା ପରେ ଏବ ପୋଲିସ ଏକ ମିଲ୍ମ ଫ୍ୟାକ୍ଟେରୀକୁ ସିଜି କରିଛି ।
ଚଢ଼ାଉ ସମୟରେ କ୍ଷୀର ପାଉଡର, କଷ୍ଟିକ୍ ସୋଡା, ପାମୋଲିନ୍ ଓ ସୋୟାବିନ୍ ତେଲ, ଡିଟରଜେଣ୍ଟ ପାଉଡର ଏବଂ ୟୁରିଆ ସାର ଜବତ କରିଛି । ଏହି ସବୁ ଜିନିକୁ ମିଶ୍ରଣ କରି ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କରାଯାଉଥିଲା ବୋଲି ଜଣାପଡ଼ିଛି ।
ମାତ୍ର ୩୦ ଲିଟର ଅସଲି କ୍ଷୀର ବ୍ୟବହାର କରି, ଅଭିଯୁକ୍ତମାନେ ଅନେକ ରାସାୟନିକ ପଦାର୍ଥ ମିଶ୍ରଣ କରି ଦୈନିକ ୧୭୦୦ରୁ ୧୮୦୦ ଲିଟର କ୍ଷୀର ଉତ୍ପାଦନ କରୁଥିଲେ । ଆଉ ସେସବୁ ବିକ୍ରି ପାଇଁ ବଜାରକୁ ଛଡ଼ାଯାଉଥିଲା ।
ଶୁକ୍ରବାର ଦିନ ଶ୍ରୀ ସତ୍ୟ ଡେରୀ ପ୍ରଡକ୍ଟସ୍ ନାମକ ଏକ ୟୁନିଟ୍ରେ ଏହି ଚଢାଉ କରାଯାଇଥିଲା । ଗୁଜୁରାଟର ସାବରକଣ୍ଠାରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ ଓ ପୋଲିସ । ଚଢ଼ାଉ ସମୟରେ ଜଣେ ନାବାଳକ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଜଣେ ବରିଷ୍ଟ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି, ବିଭିନ୍ନ ରାସାୟନିକ ପଦାର୍ଥ ଜବତ କରିବା ସହ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ୧,୯୬୨ ଲିଟର ଅପମିଶ୍ରିତ କ୍ଷୀର ଏବଂ ୧,୧୮୦ ଲିଟର ଅପମିଶ୍ରିତ ବଟରମିଲ୍କ ମଧ୍ୟ ଜବତ ହୋଇଛି ।
ଗ୍ରାହକମାନଙ୍କୁ ଠକିବା ପାଇଁ କ୍ଷୀରର ଘନତା, ଫେଣ, ପ୍ରୋଟିନ ପରିମାଣ ଏବଂ ସାମଗ୍ରିକ ରୂପକୁ କୃତ୍ରିମ ଭାବରେ ବୃଦ୍ଧି କରିବା ପାଇଁ ଅନେକ ଭେଜାଲ ଜିନିଷ ବ୍ୟବହାର କରାଯାଉଥିଲା । ତେଣୁ କାରଖାନାକୁ ସିଲ୍ କରାଯାଇଛି ବୋଲି ସେ କହିଛନ୍ତି ।
ହେଲେ ବର୍ତ୍ତମାନ ସୁଦ୍ଧା ମିଲ୍ମ ଫ୍ୟାକ୍ଟେରୀର ମାଲିକ ରାକେଶ ପଟେଲଙ୍କୁ ପୋଲିସ ଗିରଫ କରିପାରିନାହିଁ । ଚଢ଼ାଉ ହେବା ପରେ ରାକେଶ ଫୋରର ହୋଇଯାଇଛନ୍ତି । ପୋଲିସ ତାଙ୍କୁ ଧରିବା ପାଇଁ ପ୍ରୟାସ କରୁଥିବା ବେଳେ BNS ଏବଂ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଛି।
Gold Prices: ସୁନାପ୍ରେମୀଙ୍କୁ ଛାନିଆଁ କରୁଛି ସୁନା, କମୁଛି କମ୍… ବଢ଼ୁଛି ବେଶି

Faith and Hope: ଜ୍ୟୋତିର୍ମୟୀ ନାୟକଙ୍କ ପାଇଁ ପ୍ରାର୍ଥନା, ମନ୍ଦିରରେ ଜଳୁଛି ଅଖଣ୍ଡ ଦୀପ

Gold And Silver Rate Today: ପୁଣି ବଢିଲା ସୁନା ଦର, ରୁପା ଗୋଟିଏ ଦିନରେ ୧୫ ହଜାର ବଢିଗଲା

Pakistan Softens: ମ୍ୟାଚ୍ ଖେଳିବାକୁ ପାକିସ୍ତାନର ୩ ସର୍ତ୍ତ, ICC କଠୋର ହେବା ପରେ ଭାଙ୍ଗିଛି ମୁହଁତୋଡ଼

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)