Advertisment

Health Scare for Sharad Pawar: ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ବାରାମତୀରୁ ପୁଣେର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ

ଅଜିତ ପାୱାରଙ୍କ ମୃତ୍ୟୁ ପରଠାରୁ ଶରଦ ପାୱାର ସାର୍ବଜନୀନ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ସାମିଲ ଅଛନ୍ତି। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାର ରିପୋର୍ଟ ଆସିଛି।

author-image
Tapan Swain
Sharad Pawar

Sharad Pawar Photograph: (OTV)

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ତାଙ୍କୁ ପୁଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗଳା ସଂକ୍ରମଣ ଏବଂ ଜ୍ୱରରେ ପୀଡିତ ଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି। 

Advertisment

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶରଦ ପାୱାର ବାରାମତୀରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ପରେ ଉନ୍ନତ ଚିକିତ୍ସା ପାଇଁ ପୁଣେର ସ୍ଥାନାନ୍ତର କରାଯାଇଛି। 

ପାୱାରଙ୍କ ସହ ହସ୍ପିଟାଲରେ ଝିଅ ଜ୍ୱାଇଁ

ତାଙ୍କ ଝିଅ ତଥା ଏନସିପି (ଶପା) ସାଂସଦ ସୁପ୍ରିୟା ସୁଲେ ଏବଂ ଜ୍ୱାଇଁ ସଦାନନ୍ଦ ସୁଲେ ହସ୍ପିଟାଲରେ ପାୱାରଙ୍କ ସହିତ ଉପସ୍ଥିତ ଅଛନ୍ତି।

Advertisment

ଶରଦ ପାୱାର ତାଙ୍କ ପୁତୁରା ଅଜିତ ପାୱାରଙ୍କ ମୃତ୍ୟୁ ପରଠାରୁ ସାର୍ବଜନୀନ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ସାମିଲ ହେଉଥିଲେ । ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି । 

Hospitalised Sharad Pawar
Advertisment
Related Articles
Advertisment