/odishatv-khabar/media/media_files/2026/02/09/babu-singh-2026-02-09-15-50-25.jpg)
Babu Singh Photograph: (OTV)
କୃଷକର ‘କ’ ଅକ୍ଷର ବିଷୟରେ ବି ଜାଣି ନାହାନ୍ତି ନବୀନ ପଟ୍ଟନାୟକ । ୨୪ ବର୍ଷରେ ଯିଏ ୧୦୦ ଟଙ୍କା ଦେଇ ପାରିଲେ ନାହିଁ । ସେମାନେ କୃଷକଙ୍କ ବିଷୟରେ କହିବା ଲୋକହସା କଥା। ଏହା କହିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଆମ ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ ୮୦୦ ଟଙ୍କା ଇନପୁଟ ସବସିଡି ଦେଲେ ।
ଚାଷୀଙ୍କୁ ନେଇ ନବୀନ ରାଜନୀତି ନକରନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଚାଷୀଙ୍କ ପାଇଁ କେବଳ ମୋହନ ସରକାର କାନ୍ଦୁଛନ୍ତି ଆଉ କରୁଛନ୍ତି ବୋଲି ସେ କହିଛନ୍ତି ।
ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ସରକାର ବିଫଳ
ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖିଛନ୍ତି ।
ସେ ଲେଖିଛନ୍ତି, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ ତଦ୍ଜନିତ କଷଣର ସମ୍ମୁଖୀନ ହେଉଛନ୍ତି । କୃଷି ହେଉଛି ଓଡିଶାର ଜୀବନ ରେଖା । ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ସରକାର ବିଫଳ ହୋଇଛନ୍ତି।
ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀ ମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି ।
୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦିଆ ଯାଇଥିଲା । କିନ୍ତୁ ବାସ୍ତବ ସ୍ଥିତି ହେଉଛି ଯେ ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟି ଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବାବୁ ସିଂ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)