/odishatv-khabar/media/media_files/2026/02/09/gujarat-class-12-student-slaps-teacher-2026-02-09-15-50-26.jpg)
Gujarat Class 12 Student Slaps Teacher Photograph: (OTV)
ଶିକ୍ଷୟିତ୍ରୀଙ୍କ ଗାଲରେ ଚାପୁଡ଼ା ମାରିଲା ଛାତ୍ର । +୨ ଷ୍ଟୁଡେଣ୍ଡର ଫାୟାର ଫଣ୍ଡା । କହିଲା, ତମେ କିଏ ମତେ ପ୍ରଶ୍ନ କରୁଛ ? ସାହାସ କେମିତି ହେଲା ମତେ କହିବାକୁ ? ଗୁରୁଙ୍କୁ ଈଶ୍ବର ବୋଲି ମନାଯାଏ । ଗୁରୁଙ୍କ କଥାକୁ ଛାତ୍ରଟିଏ ଅକ୍ଷରେ ଅକ୍ଷରେ ପାଳନ କରେ ।
ହେଲେ ସେହି ଗୁରୁଙ୍କୁ ଜଣେ +୨ ଛାତ୍ର ମାଡ଼ ମାରିବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଛାତ୍ର ଜଣକ ପରୀକ୍ଷାରେ ବିଳମ୍ବରେ ପହଞ୍ଚିବାରୁ ଶିକ୍ଷକ କାହିଁକି ଡେରିରେ ଆସିଲ ବୋଲି ପ୍ରଶ୍ନ କରିବା ପରେ ଏପରି ଏକ କାଣ୍ଡ ଘଟାଇଛି ୧୮ ବର୍ଷୀୟ ଛାତ୍ର ଜଣକ । ସାଧାସିଧା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରି ପରୀକ୍ଷା ହଲରୁ ଚମ୍ପଟ ମାରିଛି ।
ଗୁଜୁରାଟର ପଞ୍ଚମହଲ ଜିଲ୍ଲାରେ ଏହି ଘଟଣା ଘଟିଛି । ପରୀକ୍ଷା ହଲରେ ଶିକ୍ଷୟିତ୍ରୀ ଜଣକ ଡ୍ୟୁଟି କରୁଥିବା ସମୟରେ ଛାତ୍ର ଜଣଙ୍କ ତାଙ୍କୁ ମାଡ଼ ମାରିଛି । ଆଉ କହିଛି, ମୋ ଘରେ ମତେ କହି କିଛି କୁହନ୍ତିନି । ମୋର ମନ ଯାହା ମୁଁ ତା’ କରେ । ତମେ କିଏ ମତେ ପ୍ରଶ୍ନ କରୁଛ ବୋଲି କହିଥିଲା ଛାତ୍ର ଜଣକ ।
କେବଳ ଏତିକି ନୁହେଁ, ପରେ ସେ ଓ ତାଙ୍କ ବାପା କିଛି ଲୋକଙ୍କ ସହିତ ସ୍କୁଲ ପରିସରକୁ ଫେରିଥିଲେ । ଶିକ୍ଷୟିତ୍ରୀ ଏକା ରହୁଥିବାରୁ ତାଙ୍କୁ ଧମକ ଦେଇଥିଲେ ବୋଲି ପୋଲିସ କହିଛି । ଜାନୁଆରୀ ୨୪ ତାରିଖରେ ଏହି ଘଟଣା ଘଟିଥିଲା ।
ଏବେ ସେହି ସିସିଟିଭି ଫୁଟେଜ୍ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଏନେଇ ଅଭିଯୁକ୍ତକୁ ପଚରାଉଚରା କରିବା ସହ ତଦନ୍ତ ଚଳାଇଛି ।
ଘଟଣାକୁ ନେଇ ଇନ୍ସପେକ୍ଟର ଅଙ୍କୁର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୨୪ ତାରିଖରେ ଏହି ଘଟଣା ଘଟିଥିଲା । ଶେହରା ସହରର ଏସ.ଜେ. ଡେଭ୍ ହାଇସ୍କୁଲରେ ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛନ୍ତି । ପରେ ଫେବ୍ରୁଆରୀ ୩ ତାରିଖରେ ଏଫଆଇଆର ପଞ୍ଜିକୃତ ହୋଇଥିଲା ।
ପରବର୍ତ୍ତୀ ସମୟରେ ଯବକଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । ହେଲେ ସେ ଶୁକ୍ରବାର ଜାମିନରେ ବାହାରକୁ ବାହାରିଛି । ପୋଲିସ ଆହୁରି ମଧ୍ୟ କହିଛି ଅଭିଯୁକ୍ତ ଛାତ୍ର ଶିକ୍ଷୟିତ୍ରୀଙ୍କୁ ତାଙ୍କ ଗାଲରେ ଚାପୁଡ଼ା ମାରିବା ପରେ ତାଙ୍କୁ ଠେଲି ଦେଇଥିଲେ । ପରେ ପରୀକ୍ଷା ହଲରୁ ଚାଲିଯାଇଥିଲା ।
ପରେ ଏନେଇ ପୋଲିସ ମମଲା ରୁଜୁକରି ତଦନ୍ତ କରିବା ପରେ ଅଭିଯୁକ୍ତ ଛାତ୍ର ଓ ତା’ ବାପାଙ୍କୁ ପୋଲିସ ପଚରାଉଚରା କରିଥିଲା । ପରେ ଅଭିଯୁକ୍ତର ବାପା ଶିକ୍ଷୟିତ୍ରୀଙ୍କ ନିକଟକୁ ଯାଇ କ୍ଷମା ପ୍ରାର୍ଥନା କରିଛନ୍ତି ।
Surajkund Mela Tragedy: ମୃତ୍ୟୁର ପଞ୍ଝା ସାଜିଲା ସୁନାମି ଦୋଳି, ନେଲା ଇନ୍ସପେକ୍ଟରଙ୍କ ଜୀବନ

Fake Milk Racket: ମାର୍କେଟରେ ମିଳୁଛି ନକଲି କ୍ଷୀର, ଡିଟରଜେଣ୍ଟ ପାଉଡରରେ ହେଉଛି ତିଆରି

Agni Dev Chopra PSL 2026: ଭାରତରେ ଜନ୍ମ ହୋଇ ପାକିସ୍ତାନ ପାଇଁ ଖେଳିବେ ବଲିଉଡ୍ ପ୍ରଡ୍ୟୁସରଙ୍କ ପୁଅ !

Gold Prices: ସୁନାପ୍ରେମୀଙ୍କୁ ଛାନିଆଁ କରୁଛି ସୁନା, କମୁଛି କମ୍… ବଢ଼ୁଛି ବେଶି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)