/odishatv-khabar/media/media_files/2026/02/16/58-years-couple-2026-02-16-16-44-06.jpg)
58 Years Couple Photograph: (OTV)
ବିବାହର ୫୮ ବର୍ଷ ପରେ ଛାଡ଼ପତ୍ର ଆବେଦନ । ବୃଦ୍ଧ-ବୃଦ୍ଧା ସମୟରେ କୋଟରେ ଡିଭୋର୍ସ ଫାଇଲ୍। ଅଭିଯୋଗର ଶୁଣାଣି କରି କୋଟ ଦେଲେ ବଡ଼ ରାୟ । ବାହାଘରକୁ ୫୮ ବର୍ଷ ପୂରଣ ହୋଇସାରିଛି । ୧୯୬୭ ଜୁନ୍ ୨୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦମ୍ପତି ।
୨୦୧୩ ପର୍ଯ୍ୟନ୍ତ ଉଭୟ ଖୁସିରେ ଚଳିଆସୁଥିଲେ । ବିନା ଅଭିଯୋଗରେ ୪୬ ବର୍ଷ ଏକାଠି ରହିଥିଲେ । ହେଲେ ୨୦୧୪ ମେ’ ୨୬ରେ ସେମାନେ ଛାଡପତ୍ର ଆବେଦନ କରିଥିଲେ । ସ୍ୱାମୀଙ୍କ ଅଭିଯୋଗ ଥିଲା, ସ୍ତ୍ରୀ ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଏଫଆଇଆର ଦାୟର କରିଥିଲେ ।
ତା’ ସହ ସ୍ବାମୀ ଆହୁରି ଅଭିଯୋଗ ଆଣିଥିଲେ କି, ତାଙ୍କ ସ୍ତ୍ରୀ ସମସ୍ତ ସମ୍ପତ୍ତି ବଡ଼ ପୁଅ ନାଁରେ କରିବାକୁ ଚାହୁଁଛନ୍ତି । ହେଲେ ସେ ସମାନ ଭାଗରେ ଦୁଇ ପୁଅଙ୍କ ମଧ୍ୟରେ ସମ୍ପତ୍ତି ବାଣ୍ଟିବାକୁ ଚାହୁଁଛନ୍ତି । ଯାହାକୁ ପୋଲିସ ମନଗଢ଼ା କାହାଣୀ ବୋଲି କହିଛି ।
ସେପଟେ ସ୍ତ୍ରୀଙ୍କ ଅଭିଯୋଗ ସ୍ୱାମୀ ପାରିବାର ସମ୍ପତ୍ତି ନଷ୍ଟ କରୁଛନ୍ତି । ତାଙ୍କ ସାନ ଭାଇର କଥାରେ ପଡ଼ି ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଖାଲି ଏତିକି ନୁହେଁ, ସ୍ୱାମୀଙ୍କ ଅବୈଧ ସମ୍ପର୍କ ରହିଛି । ସେ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ରୁମକୁ ଡାକନ୍ତି । ଯାହା ଫଳରେ ଆମ ଭିତରେ ପାତିତୁଣ୍ଡ ହୁଏ । ତା’ ଛଡ଼ା ପତ୍ନୀଙ୍କ ଅଭିଯୋଗ, ସ୍ବାମୀ ଯେଉଁ ସମ୍ପତ୍ତି କଥା କହୁଛନ୍ତି, ସେ ବ୍ୟକ୍ତିଗତ ଭାବରେ କିଣିଥିଲେ ।
ଏପରି ଏକ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ରାଜସ୍ଥାନ ହାଇକୋର୍ଟ ଏହି ଅଭିଯୋଗର ଶୁଣାଣିକରି, ଉଭୟଙ୍କୁ ଛଡପତ୍ର ଆବେଦନକୁ ଖାରଜ କରିଛନ୍ତି । ୫୮ ବର୍ଷ ପୁରୁଣା ବିବାହ ସମ୍ପର୍କକୁ ଅଲଗା କରିବାକୁ ମନା କରିଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ଛୋଟ ଛୋଟ ଭୁଲ ବୁଝାମଣା ଛାଡପତ୍ରର କାରଣ ହେବା ଆବଶ୍ୟକ ନୁହେଁ ବୋଲି କହିଛନ୍ତି ।
ରାଜସ୍ଥାନ ହାଇକୋର୍ଟର ବିଚାରପତି ସୁଦେଶ ବଂଶଲ ଏବଂ ବିଚାରପତି ଅନିଲ କୁମାର ଉପମ୍ୟାନଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି । ଉଭୟଙ୍କ ଛାଡପତ୍ର କେବଳ ସ୍ବାମୀ-ସ୍ତ୍ରୀ ନୁହେଁ ବରଂ ସମଗ୍ର ପରିବାରକୁ କ୍ଷତି ପହଞ୍ଚାଇବ ଏବଂ ସେମାନଙ୍କ ପ୍ରତିଷ୍ଠା ତଳେ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଭରତପୁର ପରିବାରର ଏହି ମାମଲା ଏବେ ଖୁବ୍ ଚର୍ଚ୍ଚାରେ ରହିଛି ।
Raseswari Panigrahi Critically Ill: ପୂର୍ବତନ ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ

Gold Prices Drop: କମିଲା ସୁନାଦର, ୩ ଲକ୍ଷ ତଳକୁ ଖସିଛି ବି ରୁପା

BLA Takes 7 Pakistani Soldiers: ପାକିସ୍ତାନ ସୈନିକଙ୍କୁ ଟେକିନେଲା ବଲୁଚିସ୍ତାନ, ବନ୍ଦି ରଖି କହିଲା ଏମିତି

Tight Security for Odisha Assembly Budget: ବଜେଟ୍ ଅଧିବେଶନ ପାଇଁ ବିଧାନସଭାରେ କଡ଼ା ସୁରକ୍ଷା ବ୍ୟବସ୍ଥା; ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)