/odishatv-khabar/media/media_files/2026/02/16/raseswari-panigrahi-critically-ill-2026-02-16-16-38-40.jpg)
ପୂର୍ବତନ ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ Photograph: (OTV)
ପୂର୍ବତନ ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ। ରାସେଶ୍ୱରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ତାଙ୍କର ଚାଲିଛି ଚିକିତ୍ସା। ସ୍ନାୟୁଜନିତ ସମସ୍ୟା ପାଇଁ ଅସୁସ୍ଥ ହୋଇପଡ଼ିଛନ୍ତି ରାସେଶ୍ୱରୀ। ଗତକାଲି ରାତିରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଘୋର ଅବନ୍ନତି ଘଟୁଛି। ଡାକ୍ତରମାନେ ତାଙ୍କ ଘରକୁ ଆସି ଚିକିତ୍ସା କରୁଛନ୍ତି। ଦୁଇ ବର୍ଷ ପୂର୍ବରୁ ସ୍ନାୟୁଜନିତ ସମସ୍ୟା ଯୋଗୁଁ ତାଙ୍କ ଗୋଟିଏ ଗୋଡ଼ ଉପରେ ସମସ୍ୟା ଦେଖା ଦେଇଥିଲା।
ରାସେଶ୍ୱରୀ ପାଣିଗ୍ରାହୀ ୨୦୧୪ ଓଡ଼ିଶା ବିଧାନ ସଭାକୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ରାସେଶ୍ୱରୀ ପାଣିଗ୍ରାହୀ ପେଷାରେ ଥିଲେ ଜଣେ ଡାକ୍ତର। ରାଉରକେଲାର ଇସ୍ପାତ ବିଦ୍ୟାଳୟରୁ ମାଟ୍ରିକ ଶିକ୍ଷା ପରେ ସମ୍ବଲପୁରର ଜିଏମ୍ କଲେଜରେ ପାଠ ପଢ଼ିଥିଲେ। ପିଲାବେଳୁ ଜଣେ ଡାକ୍ତର ହେବାର ଇଚ୍ଛା ଥିଲା। ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ MBBS ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ରାଜ୍ୟ ସରକାରଙ୍କ ଅଧିନରେ ଜଣେ ଡାକ୍ତର ଭାବରେ ଚାକିରୀରେ ଯୋଗ ଦେଇଥିଲେ। ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ ଚାକିରୀରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ମେଡିକାଲ କଲେଜରେ ଜଣେ ପ୍ରଫେସର ଭାବରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।....
ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ୧୯୪୬ ମସିହା ଅକ୍ଟୋବର ମାସ ଅଠେଇଶ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ଡାକ୍ତରୀ ପାଠ ପଢ଼ିବା ପରେ ସେ ଗାଇନିଙ୍ଗ ସ୍ପେଶାଲିଷ୍ଟ ଭାବେ ଓଡ଼ିଶାର ବିଭିନ୍ନ ମେଡିକାଲ କଲେଜରେ ଚାକିରି କରିଥିଲେ ଓ burla vimsar ରେ HOD l ଭାବେ ଅବସର ଗ୍ରହଣ କରିଥିଲେ।
ତାପରେ ସେ ଦୁଇହଜାର ଚଉଦ ରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ MLA ଭାବେ ବିଜୟ ଲାଭ କରିଥିଲେ। ପରେ ଦୁଇହଜାର ଉଣେଇଶରେ ଦିତୀୟ ଥର ନିର୍ବାଚନ ଲଢ଼ି ସେ ହାରିଯାଇଥିଲେ l ସେ,ପୂର୍ବତନ ସଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଭଉଣୀ । ଡାକ୍ତର ପାଣିଗ୍ରାହୀ ଅବିବାହିତ ରହିଥିଲେ। ଡାକ୍ତରୀ ପେଶା ସହିତ ସେ ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟରେ ନିଜକୁ ନିଯୁକ୍ତ ରଖିଥିଲେ ଓ କୋଟି କୋଟି ଟଙ୍କା ସେ ବିଭିନ୍ନ ଅନୁଷ୍ଠାନକୁ ଦାନ କରିଥିଲେ ।
ଏପରିକି ସମ୍ବଲପୁର ଠାରେ ଏକ ଚାଇଲ୍ଡ୍ ହସ୍ପିଟାଲ୍ ପାଇଁ ସେ ସିଂହଭାଗ ଅର୍ଥ ଓ ଯାଗା ଦାନ କରିଥିଲେ l ଗରିବ ଓ ମେଧାବୀ ଛାତ୍ର ଛାତ୍ରୀମାନଙ୍କ ପାଠ ପଢ଼ା ପାଇଁ ସେ ଆର୍ଥିକ ସହଯୋଗ ଯୋଗାଇ ଦେଇ ଆସୁଥିଲେ। ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଜଟିଳ ହେବା ଖବର ପାଇଁ ପ୍ରିୟ ପରିଜନ ସୁଭେଚ୍ଛୁ ଓ ସମ୍ବଲପୁର ସହରର ଲୋକେ ତାଙ୍କ ଘରେ ପହଞ୍ଚିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)