/odishatv-khabar/media/media_files/2026/02/16/7-pakistani-soldiers-hostage-2026-02-16-16-29-53.jpg)
7 Pakistani Soldiers Hostage Photograph: (OTV)
ପାକିସ୍ତାନ ସୈନିକଙ୍କୁ ଟେକିନେଲା ବଲୁଚିସ୍ତାନ । ୭ ଯବାନଙ୍କୁ ବନ୍ଧକ ରଖି ଶୁଣାଇଲା ଚାରଣ ବାଣୀ । ବଲୁଚିସ୍ତାନର ସର୍ତ୍ତ ଆଗରେ ଥରିଲାଣି ପାକିସ୍ତାନ । ବଢ଼ୁଛି ପାକର ଟେନସନରେ, ହେଲେ ମସ୍ତି କରୁଛି ବଲୁଚି । ବଲୁଚିସ୍ତାନର ବିଚ୍ଛିନ୍ନତା ପାଇଁ ଲଢୁଥିବା ଏକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ, ବଲୁଚିସ୍ତାନ ଲିବରେସନ ଆର୍ମି ବା ବିଏଲ୍ଏ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।
୭ ଜଣ ପାକିସ୍ତାନୀ ସୈନିକଙ୍କୁ ବନ୍ଧକ ରଖି ସେମାନଙ୍କ ଏକ ଭିଡିଓ ଜାରି କରି ବଡ଼ ଦାବି କରିଛି । ବଲୁଚି କହିଛି, ପାକିସ୍ତାନର ୭ ଜଣ ସୈନିକ ଆମ ପାଖରେ ବନ୍ଦି ଅଛନ୍ତି । ସେମାନଙ୍କୁ ମୁକ୍ତ କରିବାକୁ ହେଲେ ବଲୁଚିର ପୂର୍ବ ବନ୍ଧକଙ୍କୁ ବଦଳ କରିବାକୁ ସେ ଦାବି କରିଛି । ଖାଲି ସେତିକି ନୁହେଁ, ଏଥି ପାକିସ୍ତାନ ସରକାରଙ୍କୁ ୭ ଦିନର ସମୟ ଦେଇଛି ବଲୁଚିସ୍ତାନର ବିଏଲ୍ଏ । ଏହାଛଡ଼ା ବିଏଲ୍ଏର ଏକ ଭିଡିଓ ପୋଷ୍ଟ କରି ଏହି ସମ୍ପର୍କରେ ସୂଚନା ଦେଇଛି ।
ପୋଷ୍ଟ କରାଯାଇଥିବା ଭିଡିଓରେ ପାକିସ୍ତାନ ସୌନିକ ମାନେ ସିଧାସଳଖ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିବେଦନ କରୁଥିବା ଦେଖିବାକୁ ମଳିଛି । ସେମାନେ ଶେହବାଜ ସରକାରଙ୍କୁ ଆଲୋଚନା କରିବାକୁ ଏବଂ ସେମାନଙ୍କୁ ଫେରାଇନେବାକୁ ଅନୁରୋଧ କରିଛନ୍ତି ।
କେବଳ ଏତିକି ନୁହେଁ, BLAର ଦାବି ମାନିନେବାକୁ ମଧ୍ୟ ସେମାନେ ଭିଡିଓରେ ଅନୁରୋଧ କରିଛନ୍ତି । ବନ୍ଦି ହୋଇଥିବା ପାକିସ୍ତାନ ସୈନିକମାନେ ଆହୁରି କହିଛନ୍ତି, ସେମାନଙ୍କ ଜୀବନ ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭରଶୀଳ ।
ସେପଟେ ବିଏଲ୍ଏ କହିଛି, ଅପରେସନ୍ ହେରୋଫ୍ ୨.୦ ସମୟରେ ଓରାଞ୍ଚ ଅଞ୍ଚଳରେ ସାତ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ବନ୍ଦୀ କରାଯାଇଥିଲା । ବଲୁଚ ଲିବରେସନ୍ ଆର୍ମିର କମାଣ୍ଡ କାଉନସିଲ୍ ବନ୍ଧକଙ୍କ ବିନିମୟ ପାଇଁ ଆଲୋଚନା କରିବା ଲାଗି ପାକିସ୍ତାନକୁ ସାତ ଦିନ ସମୟ ଦେବାକୁ ନିଷ୍ପତ୍ତି ନେଇଛି ।
ବର୍ତ୍ତମାନ ପ୍ରକାଶିତ ଏକ ଭିଡିଓରେ, ଜଣେ ପାକିସ୍ତାନୀ ସୁରକ୍ଷାକର୍ମୀନିଜର ନାଁ ଏବଂ ପଦବୀ କହୁଛନ୍ତି । ବିଏଲ୍ଏର ଦାବି ପୂରଣ କରି ନିଜର ଓ ସାଥୀ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରୁଛନ୍ତି । ବିଏଲ୍ଏ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲା । ଯାହାକୁ ନେଇ ଏବେ ପାକିସ୍ତାନ ସେନାର ଚିନ୍ତା ବଢ଼ିଛି ।
Tight Security for Odisha Assembly Budget: ବଜେଟ୍ ଅଧିବେଶନ ପାଇଁ ବିଧାନସଭାରେ କଡ଼ା ସୁରକ୍ଷା ବ୍ୟବସ୍ଥା; ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ

All Party Meeting: ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଶାସକ ଏବଂ ବିରୋଧୀ ଦଳଙ୍କ ସହଯୋଗ ଲୋଡା

No Entry After 10 AM: କାଲିଠାରୁ CBSE ଦଶମ-ଦ୍ୱାଦଶ ପରୀକ୍ଷା, ଡେରିରେ ପହଞ୍ଚିଲେ ଗେଟ୍ ବନ୍ଦ

Students Study on Roadside: ଶିଶୁ ସେବିକା ଚୟନରେ ଅନିୟମିତତା; ସ୍କୁଲରେ ପଡିଲା ତାଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)