/odishatv-khabar/media/media_files/2026/01/24/odia-woman-arrested-2026-01-24-08-43-44.jpg)
Odia Woman Arrested Photograph: (OTV)
ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଓଡ଼ିଆ ମହିଳା ଗିରଫ। ଭୁବନେଶ୍ବରରୁ ମୁମ୍ବାଇ ଗଞ୍ଜେଇ ଚାଲାଣ କରୁଥିବା ବେଳେ ହାଇଦ୍ରାବାଦରୁ ଧରାପଡ଼ିଛନ୍ତି ଫୁଲବାଣୀର ମହିଳା। ତାଙ୍କୁ ହାଇଦ୍ରାବାଦର ବେଗମ୍ପେଟରେ ଗିରଫ କରିଛି ତେଲେଙ୍ଗାନା ପୋଲିସ। କୋଣାର୍କ ଏକ୍ସପ୍ରେସରେ ମୁମ୍ବାଇ ଯାଉଥିଲେ।
ମହିଳାଙ୍କ ପାଖରୁ ଦୁଇଟି ଟ୍ରଲି ବ୍ୟାଗରୁ ୮ ଲକ୍ଷ ଟଙ୍କା ମୂଲ୍ୟର ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତେଲେଙ୍ଗାନା ପୋଲିସ ବେଗମ୍ପେଟ୍ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସକୁ ଯାଞ୍ଚ କରିଥିଲେ। ଏତିକିବେଳେ ସୁଟକେସ୍ ଭିତରୁ ମିଳିଥିଲା ୯ଟି ଗଞ୍ଜେଇ ପ୍ୟାକେଟ୍।
ଗିରଫ ମହିଳା ନଭି ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ଘର ଫୁଲବାଣୀରେ। ପଚରାଉଚରା ବେଳେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଛନ୍ତି। ମୁମ୍ବାଇର ଜଣେ ଡ୍ରଗ୍ସ ବେପାରୀ ତାଙ୍କୁ ସୁଟକେସ୍ ପିଛା ୧୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଭୁବନେଶ୍ୱରରେ ଟ୍ରେନରେ ଚଢ଼ିବା ପୂର୍ବରୁ ଜଣେ ଅଜ୍ଞାତ ବ୍ୟକ୍ତି ମହିଳାଙ୍କୁ ସୁଟକେସ ହସ୍ତାନ୍ତର କରିଥିଲେ ବୋଲି ଜଣାପଡିଛି।
ହାଇଦ୍ରାବାଦରେ ଓଡ଼ିଆ ମହିଳା ଗିରଫ
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ
ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଆ ମହିଳା ଗିରଫ
ହାଇଦ୍ରାବାଦ ବେଗମ୍ପେଟରୁ ଗିରଫ କଲା ତେଲେଙ୍ଗାନା ପୋଲିସ
କୋଣାର୍କ ଏକ୍ସପ୍ରେସରେ ଗଞ୍ଜେଇ ଭର୍ତ୍ତି ସୁଟକେସ୍ ଧରି ଯାଉଥିଲେ
ସୁଟକେସରୁ ୮ ଲକ୍ଷ ଟଙ୍କାର ୧୬ କେଜି ଗଞ୍ଜେଇ ଜବତ
ଗିରଫ ମହିଳାଙ୍କ ଘର ଫୁଲବାଣୀରେ, ମୁମ୍ବାଇରେ ରହୁଥିଲେ
୨ଟି ସୁଟକେସରୁ ୯ ପ୍ୟାକେଟ୍ ଗଞ୍ଜେଇ ଜବତ
Daily Horoscope 24th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 24th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Top Jaish-e-Mohammad Commander Killed : ଟଳିଲା ଜେଇଏମ୍ କମାଣ୍ଡର, M4 ଅଟୋମେଟିକ୍ ରାଇଫଲ୍ ଜବତ

Gunfire Erupts in Saranda Jungle: ସରଣ୍ଡା ଜଙ୍ଗଲରେ ଫୁଟୁଛି ଗୁଳି, ଓଡ଼ିଶା ସୀମାରେ କଡ଼ାକଡ଼ି ସୁରକ୍ଷା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)