Advertisment

New Rule: ଟ୍ରେନ ଟିକେଟ୍‌ ବୁକିଂକୁ ନେଇ ବଡ ଖବର, ଏଣିକି ବଦଳିପାରିବ କନଫର୍ମ ଟିକେଟ୍‌ ତାରିଖ

ଟ୍ରେନ ଟିକେଟ୍‌ ବୁକିଂକୁ ନେଇ ରହିବନି କ୍ୟାନସଲ ଟେନସନ୍ । ନୂଆ ଟିକେଟ୍ ବୁକିଂ କରିବାକୁ ବି ପଡିବନି । ଘରେ ବସି ଫ୍ରି'ରେ ଟ୍ରେନ ଯାତ୍ରା ରିସେଡ୍ୟୁଲ କରିପାରିବେ ଆପଣ ।

author-image
Chinmayee Sahoo
TRAIN-TICKET-BOOKING-NEW-RULE

TRAIN-TICKET-BOOKING-NEW-RULE Photograph: (OTV)

ଖୁବଶୀଘ୍ର ନୂଆ ନିୟମ ଆଣିବାକୁ ଯାଉଛି ଭାରତୀୟ ରେଲୱେ (Indian Railway)। ଏଣିକି କନଫର୍ମ ଟିକେଟରେ ରହିବ ରିସେଡ୍ୟୁଲ ସୁବିଧା । ଏଥିପାଇଁ ଦେବାକୁ ପଡିବନି କୌଣସି ଚାର୍ଜ । 
ଆଗରୁ ଯଦି ଆପଣ କନଫର୍ମ ଟ୍ରେନ ଟିକେଟ୍‌ ବୁକ୍ କରିଛନ୍ତି ଏବଂ ହଠାତ୍ କୌଣସି କାମ କିମ୍ବା ଏମର୍ଜେନ୍ସି ଯୋଗୁଁ ତାରିଖ ବଦଳାଇବାକୁ ଚାହାଁନ୍ତି, ତାହେଲେ ଟିକେଟ୍ କ୍ୟାନସଲ କରି ନୂଆ ଟିକେଟ୍‌ ବୁକିଂ କରିବାକୁ ପଡୁଥିଲା । ଏଥିପାଇଁ କ୍ୟାନସଲେସନ ଚାର୍ଜ କଟୁଥିଲା । ତା' ଉପରେ ନୂଆ ଟିକେଟ୍‌ରେ ୱେଟିଂର ଝାମେଲା ରହୁଥିଲା । ଆଉ ସେ ଝିନଝଟ୍ ରହିବ ନାହିଁ ।
ଏବେଠୁ ଆପଣ କନଫର୍ମ ଟିକେଟ୍‌ର ତାରିଖ ସହଜରେ ବଦଳାଇପାରିବେ । ତା' ପୁଣି ଫ୍ରି'ରେ । କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡିବନି । ସେଇ ପୁରୁଣା ଟିକେଟ୍‌ରେ ଯାତ୍ରା ତାରିଖକୁ ରିସେଡ୍ୟୁଲ କରିପାରିବେ । ୨୦୨୬ ଜାନୁଆରୀରୁ ଲାଗୁ ହେବ ଏହି ନୂଆ ନିୟମ । ତେବେ ଏଥିରେ କନଫର୍ମ ଟିକେଟ୍‌ ମିଳିବାର ଗ୍ୟାରେଣ୍ଟି ସିଟ୍‌ ଉପଲବ୍ଧତା ଉପରେ ନିର୍ଭର କରେ ବୋଲି କହିଛନ୍ତି ରେଳମନ୍ତ୍ରୀ । ୱେଟିଂ କିମ୍ବା ଆରଏସି ଟିକେଟ୍‌ରେ ଏହି ସୁବିଧା ମିଳିବନି ।
ବର୍ତ୍ତମାନର ନିୟମ ମୁତାବକ, ଯଦି ୪୮ରୁ ୧୨ ଘଣ୍ଟା ପୂର୍ବରୁ କନଫର୍ମ ଟିକେଟ୍‌ କ୍ୟାନସଲ କରନ୍ତି, ତାହେଲେ ୨୫ ପ୍ରତିଶତ ଭଡା କଟେ । ୧୨ରୁ ୪ ଘଣ୍ଟା ପୂର୍ବରୁ କ୍ୟାନସଲ କଲେ ଆହୁରି ଅଧିକ କ୍ୟାନସେଲସ ଚାର୍ଜ ପଟେ । ଥରେ ଚାର୍ଟ ପ୍ରସ୍ତୁତ ହେବା ପରେ କୌଣସି ରିଫଣ୍ଡ ମିଳିନଥାଏ । ତେଣୁ ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରେ ଟ୍ରେନ ଟିକେଟ୍ ବୁକିଂରେ ବଡ଼ ସଂସ୍କାର ଆଣିବାକୁ ଯାଉଛି ଭାରତୀୟ ରେଲୱେ ।

Advertisment

ଅଧିକ ଦେଖନ୍ତୁ:

Indian Railway
Advertisment
Related Articles
Advertisment