/odishatv-khabar/media/media_files/2025/10/04/cough-syrup-2025-10-04-12-33-44.jpg)
Cough-Syrup Photograph: (OTV)
ପିଲାଙ୍କୁ ଘାତକ ସାଜିପାରେ ଥଣ୍ଡା କାଶ ପାଇଁ ଖାଉଥିବା ଔଷଧ। ବିଶେଷ କରି ଶିଶୁମାନଙ୍କ ପାଇଁ ବିପଦ ସାଜିପାରେ। ଏହାକୁ ଦୃଷ୍ଟିରେ ରଖି ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ୍ ସିରପ୍ ଦେବାକୁ ମନା କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। କଫ୍ ସିରପ୍ ମୃତ୍ୟୁ ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଗାଇଡଲାଇନ୍ ଜାରି କରିଛି। ଶିଶୁଙ୍କୁ କଫ୍ ସିରପ୍ ଉପରେ ଆଡଭଇଜରି ଜାରି କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।
ଯେଉଁଥିରେ ଦର୍ଶାଯାଇଛି ଯେ, ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ଦେବା ମନା। ସାଧାରଣତଃ ୫ ବର୍ଷର ପିଲାଙ୍କୁ ଔଷଧ ସୁପାରିସ କରାଯାଏ ନାହିଁ। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଡାଇରେକ୍ଟର ଜେନେରାଲ୍ ଅଫ୍ ହେଲ୍ଥ ସର୍ଭିସ ତଥା DGHS ପରାମର୍ଶ ଦେଇଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କଫ୍ ସିରପ୍ ଖାଇବା ପରେ ଗତ କିଛି ଦିନ ମଧ୍ୟରେ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। କାଶ ଔଷଧ ଖାଇବା ପରେ କିଡନୀ ଫେଲ ହେବା ସହିତ ମୃତ୍ୟୁର କାରଣ ବୋଲି କୁହାଯାଇଛି। ରାଜସ୍ଥାନରେ ମଧ୍ୟ କାଶ ପାଇଁ ସିରପ୍ ଖାଇବା ପରେ ପିଲାମାନେ ମୃତ୍ୟୁବରଣ କରିଛନ୍ତି।
ଅଧିକ ଦେଖନ୍ତୁ:
PoK: ଶତ୍ରୁ ମାଟିରେ କୁହୁଳୁଛି ବିଦ୍ରୋହ, ପାକ୍ ସରକାର ବିରୋଧରେ ଗର୍ଜୁଛନ୍ତି ଜନତା

Vijay-Rashmika: ବିଜୟ-ରଶ୍ମିକାଙ୍କ ନିର୍ବନ୍ଧ ସରିଲା, ବାହାଘର ତାରିଖ ଫାଇନାଲ୍, ଏଇ ଦିନ ପଡିବ ହାତଗଣ୍ଠି

Elderly Marriage: ବିବାହର ପ୍ରଥମ ରାତି ପରେ ଚାଲିଗଲା ବୃଦ୍ଧଙ୍କ ଜୀବନ

Data Center: ସମୁଦ୍ର ଭିତରେ ହେବ ଚମତ୍କାର; ତିଆରି ହେବ ଡାଟା ସେଣ୍ଟର୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)