Advertisment

Nightclub Fire in Goa: ଜଳିଗଲେ ୩ ବଡ଼ ଭଉଣୀ, ସାନ ଖୋଜୁଛି ଶବ ...କାହାଣୀ ଶୁଣିଲେ ଲୋମ ଟାଙ୍କୁରୀ ଯିବ

ଦିଲ୍ଲୀର ଏହି ୪ ଜଣିଆ ପରିବାର ସେଦିନ ଗୋଆର ସେହି କ୍ଲବକୁ ଖାଇବା ପାଇଁ ଯାଇଥିଲେ। ଏତିକି ବେଳେ ହଠାତ୍ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ନିଆଁ ଭିତରେ ଅଟକି ଯାଇଥିଲେ ଜଣେ ଭଉଣୀ। ତାଙ୍କୁ ଉଦ୍ଧାର କରିବା ପାଇଁ ସୁରକ୍ଷିତ ଥିବା ୨ ଅନ୍ୟ ଭଉଣୀ ଭିତରକୁ ପଶିଗଲେ।

author-image
Manas Ranjan Mohanty
Delhi-family-die-in-Goa-nightclub-fire

Delhi-family-die-in-Goa-nightclub-fire Photograph: (OTV)

ନାଇଟ୍ କ୍ଲବର ମଉଜ ସହ ଭଉଣୀମାନେ ହଜିଗଲେ। ନିଆଁର ଆଁ ଭିତରେ ମୃତ୍ୟୁକୁ ଅବୋରିନେଲେ। ଏବେ ସାନ ଭଉଣୀ ନିଜ ବଡ଼ ଭଉଣୀମାନଙ୍କୁ ଖୋଜୁଛି। କହିପାରନ୍ତି ସେମାନଙ୍କ ଶବ ଖୋଜୁଛି। ଏ କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଯିବ। ଆଖିକୁ ଲୁହ ଜକେଇ ଆସିବ।

Advertisment

ଦିଲ୍ଲୀର ଏହି ୪ ଜଣିଆ ପରିବାର ସେଦିନ ଗୋଆର ସେହି କ୍ଲବକୁ ଖାଇବା ପାଇଁ ଯାଇଥିଲେ। ଏତିକି ବେଳେ ହଠାତ୍ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ନିଆଁ ଭିତରେ ଅଟକି ଯାଇଥିଲେ ଜଣେ ଭଉଣୀ। ତାଙ୍କୁ ଉଦ୍ଧାର କରିବା ପାଇଁ ସୁରକ୍ଷିତ ଥିବା ୨ ଅନ୍ୟ ଭଉଣୀ ଭିତରକୁ ପଶିଗଲେ। ହେଲେ ନିଆଁ ଭିତରେ ପଶିବାର କ୍ଷଣକ ପରେ ୩ ଜଣ ଯାକ ହଜିଗଲେ। ସତେ ଯେମିତି ମରଣ ତାଙ୍କୁ ବି ହାତଠାରି ଡାକିଥିଲା। ବାହାରେ ରହି ଯାଇଥିଲେ ସାନ ଭଉଣୀ ଭାବନା ଯୋଶି। 

ଖାଲି ନିଜ ଭଉଣୀମାନଙ୍କୁ ନୁହେଁ ବରଂ ନିଜ ସ୍ବାମୀଙ୍କୁ ବି ହରାଇଛନ୍ତି ଭାବନା। ଆଉ ଏବେ ସେ ସମସ୍ତଙ୍କ ଶବ ଖୋଜୁଛନ୍ତି।  ଗୋଆ ଆରପୋରାର ରୋମିଓ ଲେନରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ ଲାଗି ୨୫ ଜଣଙ୍କ ଜୀବନ ଯାଇଛି । ଆଉ ସେଥିମଧ୍ୟରୁ ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଭଉଣୀ ଅନିତା, କମଳା ଏବଂ ସରୋଜା ଯୋଶୀ ରହିଛନ୍ତି। ଭାବନାଙ୍କ ସ୍ୱାମୀ ବିନୋଦ କୁମାର ମଧ୍ୟ ଆଖି ବୁଜିଛନ୍ତି ।  

Advertisment

ପ୍ରଥମେ ଅନୀତା ଏବଂ କମଳାଙ୍କ ମୃତଦେହ ଚିହ୍ନଟ କରାଯାଇଥିଲା । କିନ୍ତୁ ଅନ୍ୟ ଦୁଇ ଜଣଙ୍କ ମୃତଦେହ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି।  

Advertisment
Related Articles
Advertisment