Advertisment

NHRC Cracks Down on Unsafe Sleeper Buses: ବେପରୁଆ ଭାବରେ ଚାଲୁଛି ସ୍ଲିପର ବସ; ଅପରାଧିକ ଅବହେଳା ବୋଲି କହିଲେ କମିଶନ

ବେପରୁଆ ଭାବରେ ଚାଲୁଛି ସ୍ଲିପର ବସ। ନିରାପତ୍ତାକୁ ଧ୍ୟାନ ନଦେଇ ଗଡୁଛି ବସ। ବେପରୁଆ ସ୍ଲିପର ବସ ହଟାଇବାକୁ କଡା ନିର୍ଦ୍ଦେଶ। ସବୁ ରାଜ୍ୟକୁ ଜାତୀୟ ମାନବାଧିକାର କମିଶନଙ୍କ ଚିଠି।

author-image
Chinmayee Sahoo
Sleeper Buses

Sleeper Buses Photograph: (OTV)

ନିରାପତ୍ତାକୁ ଧ୍ୟାନ ନଦେଇ ବେପରୁଆ ଭାବରେ ଚାଲୁଛି ସ୍ଲିପର ବସ। ଏଭଳି ସ୍ଲିପର ବସକୁ ହଟାଇବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ। ବିଭିନ୍ନ ସମୟରେ ରାସ୍ତାରେ ଗଡୁଥିବା ଚଳନ୍ତା ବସଗୁଡିକରେ ଯେଉଁଭଳି ନିଆଁ ଲାଗୁଛି ତାକୁ ନେଇ କମିଶନ ଉଦବେଗ ପ୍ରକାଶ କରିବା ସହିତ ଏହାକୁ ଅପରାଧିକ ଅବହେଳା ବୋଲି କହିଛନ୍ତି। ବିଭିନ୍ନ ସମୟରେ ମାନୁଫାକଚରିଂ ଜନିତ ତ୍ରୁଟି ସହିତ ନିୟମିତ ଯାଂଚ ଓ ସାର୍ଟିଫିକେସନରେ ସମସ୍ୟା ରହୁଛି। ତେଣୁ ଯାଂଚ କରି ଏଭଳି ବସଗୁଡିକୁ ରାସ୍ତାରୁ ହଟାଇବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କମିଶନ।

Advertisment

ନିକଟରେ ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ଏଭଳି କିଛି ଘଟଣା ସାମନାକୁ ଆସିିଥିଲା। ଯାହାକୁ ନେଇ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନେକ ବସ ନିର୍ମାତା ବେଆଇନ ଭାବରେ ବସର ଡିଜାଇନ କରୁଛନ୍ତି। ଡ୍ରାଇଭର କ୍ୟାବିନକୁ ପୁରା ସିଲ କରିବା ଯୋଗୁଁ ଜରୁରୀ ସ୍ଥିତିରେ ଡ୍ରାଇଭର ସହ ଯୋଗାଯୋଗ ହୋଇପାରି ନଥାଏ। ଏପରିକି ନିଆଁ ଲାଗିବା ମାତ୍ରେ ଆଗୁଆ ପଦକ୍ଷେପ ସହ ପ୍ରତିହତ କରାଯାଇପାରୁ ନାହିଁ। ସମ୍ବିଧାନର ଧାରା ୨୧ ଅନୁସାରେ ବଞ୍ଚିବାର ଅଧିକାରକୁ ଏହା କ୍ଷୁର୍ଣ୍ଣ କରୁଥିବା କମିଶନ କହିଛନ୍ତି।

ଏଥିସହ ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ କଡା ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ବସ ରେଜିଷ୍ଟ୍ରେଶନ ସମୟରେ ଏଆଇଏସ:୦୫୨, ଏଆଇଏସ:୧୧୯ ନର୍ମ ପାଳନ ହେଉଛି କି ନାହିଁ ତାର ଧରପଗଡ କରାଯିବ। ଏଥିସହ ନବୀକରଣ, ଯାଂଚ ସମେତ ଯେଉଁଭଳି ମାନୁଫାକଚରିଂକୁ ବାଇପାସ କରାଯାଉଛି ତାକୁ ରୋକିବା ପାଇଁ କୁହାଯାଇଛି। ଅସୁରକ୍ଷିତ ସ୍ଲିପର କୋଚକୁ ହଟାଇବା, ପ୍ରତି ବସରେ ଅଗ୍ନି ନିରାପତ୍ତା ସିଷ୍ଟମ ଏଫଡିଏସଏସ ଲଗାଇବା, ନିମୟ ଉଲଂଘନ କରି ହୋଇଥିବା ଡିଜାଇନକୁ ହଟାଇବା, ବସ ବଡି ବିଲଡର ଅଧି ସ୍ବୀକୃତିକୁ ଯାଂଚ କରିବାକୁ କୁହାଯାଇଛି। 

Advertisment

ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ବିଜୟନଗରମରୁ ଜୟପୁର ଯାଉଥିବା ଏକ ଓଏସଆରଟିସି ବସରେ ସଟ ସର୍କିଟରେ ନିଆଁ ଲାଗିଥିଲା। ଅକ୍ଟୋବର ୨୪ରେ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ସ୍ଲିପର କୋଚରେ ନିଆଁ ଲାଗିଥିଲା। ଏକ ବାଇକ ସହ ଧକ୍କା ହେବା ପରେ ବସଟି ପୁରା ଜଳି ଯାଇଥିଲା। ଏଥିରେ ବସର ୧୯ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।

•    ବେପରୁଆ ଭାବରେ ଚାଲୁଛି ସ୍ଲିପର ବସ
•    ନିରାପତ୍ତାକୁ ଧ୍ୟାନ ନଦେଇ ଗଡୁଛି ବସ
•    ବେପରୁଆ ସ୍ଲିପର ବସ ହଟାଇବାକୁ କଡା ନିର୍ଦ୍ଦେଶ
•    ସବୁ ରାଜ୍ୟକୁ ଜାତୀୟ ମାନବାଧିକାର କମିଶନଙ୍କ ଚିଠି
•    ଅପରାଧିକ ଅବହେଳା ବୋଲି କହିଲେ କମିଶନ
•    ଯାଂଚ କରି ବେପରୁ ସ୍ଲିପର ବସଗୁଡିକୁ ରାସ୍ତାରୁ ହଟାଇବା ନେଇ ଚିଠି
•    ନିକଟରେ ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ସ୍ଲିପର କୋଚରେ ଲାଗିଥିଲା ନିଆଁ
•    ବସ ନିର୍ମାତା ବେଆଇନ ଭାବରେ ବସର ଡିଜାଇନ କରୁଛନ୍ତି
•    ସମ୍ବିଧାନର ଧାରା ୨୧ ଅନୁସାରେ ବଞ୍ଚିବାର ଅଧିକାରକୁ ଏହା କ୍ଷୁର୍ଣ୍ଣ କରୁଛି
•    ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ କମିଶନଙ୍କ ଚିଠି
•    ବସ ରେଜିଷ୍ଟ୍ରେଶନ ସମୟରେ ସୁରକ୍ଷା ନିୟମର ଯାଂଚ କଡାକଡି ହେବ
•    ଏଆଇଏସ:୦୫୨, ଏଆଇଏସ:୧୧୯ ନର୍ମ ପାଳନ ହେଉଛି କି ନାହିଁ ଧରପଗଡ ହେବ
•    ମାନୁଫାକଚରିଂକୁ ବାଇପାସ କରାଯାଉଛି, ତାକୁ ରୋକିବା ପାଇଁ ନିର୍ଦ୍ଦେଶ
•    ପ୍ରତି ବସରେ ଅଗ୍ନି ନିରାପତ୍ତା ସିଷ୍ଟମ ଏଫଡିଏସଏସ ଲଗାଇବା ବାଧ୍ୟତାମୂଳକ
•    ନିୟମ ଉଲଂଘନ କରି ହୋଇଥିବା ଡିଜାଇନକୁ ହଟାଯିବ
•    ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଛି ନିର୍ଦ୍ଦେଶ 
•    ନିକଟରେ ବିଜୟନଗରମରୁ ଜୟପୁର ଯାଉଥିବା ଓଏସଆରଟିସି ବସରେ ଲାଗିଥିଲା ନିଆଁ
•    ଅକ୍ଟୋବର ୨୪ରେ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ସ୍ଲିପର କୋଚରେ ନିଆଁ ଲାଗିଥିଲା

NHRC
Advertisment
Related Articles
Advertisment