Advertisment

Naagin Girl Mystery: ଝିଅ ପାଲଟିଲା ନାଗ କନ୍ୟା ! କାତି ଛାଡି ହଠାତ୍ ଅଦୃଶ୍ୟ ହୋଇଗଲା...

ଝିଅ ପାଲଟିଲା ନାଗ କନ୍ୟା ! ରୂପ ବଦଳାଇ ଅଦୃଶ୍ୟ ହୋଇଗଲା । ଆମେ କୌଣସି ମନଗଢା କାହାଣୀ କହୁନୁ, ବରଂ ଏମିତି ଏକ ଅଦ୍ଭୁତ ଖବର ଏବେ ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ଚହଳ ପକାଇଛି ।

author-image
Namita Biswal
Uttar-Pradesh-Naagin-Mystry

Naagin Photograph: (OTV)

ଝିଅ ପାଲଟିଲା ନାଗ କନ୍ୟା ! ରୂପ ବଦଳାଇ ଅଦୃଶ୍ୟ ହୋଇଗଲା ! ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି କି ? ଆମେ କୌଣସି ମନଗଢା କାହାଣୀ କହୁନୁ, ବରଂ ଏମିତି ଏକ ଅଦ୍ଭୁତ ଖବର ଏବେ ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ଚହଳ ପକାଇଛି । ଜଣେ ୨୪ ବର୍ଷର ଝିଅ, ଯାହାର ନାଁ ରିନା ସେ ପାଲଟିଯାଇଛି ଇଚ୍ଛାଧାରୀ ନାଗୁଣୀ । ନାଗ କନ୍ୟାର ରୂପ ବଦଳାଇ ଘରୁ ହଠାତ୍ ଗାଏବ ହୋଇଯାଇଥିବା ଚର୍ଚ୍ଚା ହେଉଛି । 

Advertisment

ଝିଅ ପାଲଟିଲା ନାଗକନ୍ୟା:

ସିଙ୍ଗନପୁର ଗାଁର ରାକେଶ ବାଲ୍ମିକିଙ୍କ ସାନ ଝିଅ ରିନା । ରବିବାର ରାତିରେ ରିନା ଘରେ ଶୋଇଥିଲେ । ହେଲେ ସକାଳୁ ଉଠିଲା ବେଳକୁ ମାଆ ଯାହା ଦେଖିଥିଲେ ତାଙ୍କ ହୋସ୍ ଉଡିଯାଇଥିଲା । ରୁମ୍‌ରେ ଝିଅ ନଥିଲା । କେବଳ ଖଟ ଉପରେ ସେ ପିନ୍ଧିଥିବା ଡ୍ରେସ୍ ଓ ଗହଣା ଥିଲା, ଆଉ ଡ୍ରେସ ଭିତରେ ଗୁଡାଇ ହୋଇଥିଲା ଗୋଟିଏ ୫ ଫୁଟ ଲମ୍ବର ସାପ କାତି ।  ରୁମ୍‌ର ଚଟାଣ ତଳେ ଗୋଟିଏ ସାପ ହୁଙ୍କା ବି ଥିଲା । ନିଆଁ ଭଳି ସାରା ଗାଁରେ ବ୍ୟାପିଗଲା ଏ ଖବର । ରିନା ଜଣେ ଇଚ୍ଛାଧାରୀ ନାଗୁଣୀ ବୋଲି ଚାରିଆଡେ ଚହଳ ପଡିଲା ।  କେହି କେହି ଯୁବତୀଙ୍କୁ ନାଗ ଉଠାଇ ନେଇଥିବା କହୁଛନ୍ତି ।

ଇଚ୍ଛାଧାରୀ ନାଗୁଣୀ ରହସ୍ୟ:

ତା' ହେଲେ କ'ଣ ଇଚ୍ଛାଧାରୀ ନାଗୁଣୀର କାହାଣୀ ସତ ? ବାସ୍ତବରେ ପୃଥିବୀରେ ଇଚ୍ଛାଧାରୀ ନାଗ-ନାଗୁଣୀ ଅଛନ୍ତି କି ? ଏ କଥା ତ ଆମେ ଜାଣିନୁ, ହେଲେ ଉତ୍ତରପ୍ରଦେଶର ଏହି ନାଗକନ୍ୟା କାହାଣୀ ପଛର ଅସଲ ସତ ଆସିଛି ସାମ୍ନାକୁ । 

Advertisment

ପୋଲିସ ଛାନଭିନ୍‌ରୁ ଜଣାପଡିଛି, ରିନା ଜଣେ ପୁଅକୁ ଭଲ ପାଉଥିଲା, ହେଲେ ଘର ଲୋକେ ଅନ୍ୟ ଜାଗାରେ ତାଙ୍କ ବିବାହ ସ୍ଥିର କରିଥିଲେ । ବାହାଘରରୁ ବଞ୍ଚିବା ପାଇଁ ସେ ଲୁଚିକି ଘରୁ ପଳାଇବା ସହ ଇଚ୍ଛାଧାରୀ ନାଗୁଣୀର ଡ୍ରାମା ରଚିଥିଲେ । ସମସ୍ତଙ୍କୁ ବିଶ୍ୱାସ କରାଇଥିଲେ ଯେ ସେ ସବୁବେଳେ ନାଗ ସ୍ବପ୍ନ ଦେଖୁଛନ୍ତି ଓ ନିଜେ ଜଣେ ଇଚ୍ଛାଧାରୀ ନାଗୁଣୀ ବୋଲି...  ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

Bizarre Uttar Prades Naagin
Advertisment
Related Articles
Advertisment