/odishatv-khabar/media/media_files/2025/11/23/namanshis-2025-11-23-16-56-55.jpg)
ଦୁବାଇ ଏୟାର ଶୋ’ ବେଳେ ତେଜସ୍ ଦୁର୍ଘଟଣାରେ ସହିଦ ହୋଇଥିବା ୱିଙ୍ଗ କମାଣ୍ଡର ନମଂଶ ସୟାଲଙ୍କୁ ଅନ୍ତିମ ବିଦାୟ। ରବିବାର ତାଙ୍କ ପାର୍ଥୀବ ଶରୀର କୋଏମ୍ବଟୁର ସୁଲୁର ସ୍ଥିତ ବାୟୁ ସେନା ଏୟାର ବେସକୁ ଅଣାଯାଇଥିଲା। ସେଠାରେ ବାୟୁସେନା ତରଫରୁ ଗାର୍ଡ ଅଫ ଅନର୍ ଦିଆଯାଇଛି। ଖାଲି ସେତିକି ନୁହେଁ ସେଠାରେ ତାଙ୍କ ପତ୍ନୀ ଅଫସାନା ତାଙ୍କୁ ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନମଂଶଙ୍କ ପତ୍ନୀ ଅଫସାନା ମଧ୍ୟ ବାୟୁସେନାରେ ପାଇଲଟ ଅଛନ୍ତି। ତାଙ୍କର ଏକ ସାତ ବର୍ଷ ଝିଅ ମଧ୍ୟ ଅଛି।.
କୋଏମ୍ବଟୁରରୁ ନମଂଶଙ୍କ ପାର୍ଥୀବ ଶରୀରକୁ ସ୍ୱତନ୍ତ୍ର ବାୟୁସେନା ବିମାନରେ ହିମାଚଳ ପ୍ରଦେଶର କାଙ୍ଗରାର ଗଗଲ୍ ବିମାନବନ୍ଦରକୁ ନିଆଯାଇଛି। ନମଂଶଙ୍କ ବାପାମା, ସ୍ତ୍ରୀ ଏବଂ ଝିଅ ମଧ୍ୟ ପାର୍ଥିବ ଶରୀର ସହିତ ଯାଇଛନ୍ତି। ଏଠାରୁ ତାଙ୍କ ମରଶରୀରକୁ ତାଙ୍କ ପୈତୃକ ସ୍ଥାନ ପଟିଆଲକଡକୁ ନିଆଯିବ। ସେଠାରେ ତାଙ୍କର ପୂରା ସମ୍ମାନର ସହ ଅନ୍ତିମ ସଂସ୍କାର କରାଯିବ।
ଶୁକ୍ରବାର ଦୁବାଇ ଏୟାର ସୋ’ର ଶେଷ ଦିନ ଥିଲା। ଏୟାର ଶୋରେ ନମଂଶ ତେଜସ୍ ଏୟାରକ୍ରାଫ୍ଟ ଉଡାଉ ଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଲ୍ ମକ୍ ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନୀୟ ସମୟ ଅପରାହ୍ଣ ୨.୧୦ରେ ଉଡ଼ାଣ କୌଶଳ ପ୍ରଦର୍ଶନ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ରନ୍ ୱେ ନିକଟରେ ଖସିପଡ଼ିବା ସହ ଜଳିଯାଇଥିଲା। ଆଉ ଏଥିରେ ମାତ୍ର ୩୫ ବର୍ଷ ବୟସରେ ସହିଦ ହୋଇଥିଲେ ୱିଙ୍ଗ କମାଣ୍ଡର ନମଂଶ ସୟାଲ।
ୱିଙ୍ଗ କମାଣ୍ଡର ନମଂଶ ସୟାଲଙ୍କୁ ଅନ୍ତିମ ବିଦାୟ
ଦୁବାଇ ଏୟାର ଶୋ’ ବେଳେ ସହିଦ ହୋଇଥିଲେ ନମଂଶ
କୋଏମ୍ବଟୁର ସୁଲୁର ବାୟୁ ସେନା ଏୟାର ବେସରେ ପ୍ରାର୍ଥୀବ ଶୀରର
ଲୁହ ଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଦେଲେ ପତ୍ନୀ ଅଫସନା
ନମଂଶଙ୍କ ପତ୍ନୀ ଅଫସାନା ମଧ୍ୟ ଅଛନ୍ତି ୱିଙ୍ଗ କମାଣ୍ଡର
ବାୟୁସେନା ତରଫରୁ ଦିଆଗଲା ଗାର୍ଡ ଅଫ ଅନର୍
ପୈତୃକ ଗାଁ ପଟିଆଲକଡ଼ରେ ହେବ ଅନ୍ତିମ ସଂସ୍କାର
Happiness And Prosperity: ରବିବାର ଦିନ ଜୀବନରେ ଆସିବ ସୁଖ-ସମୃଦ୍ଧି, କରନ୍ତୁ ଏହି ସବୁ କାମ

Sunday Recipe: ରବିବାର ଘରେ ବନାନ୍ତୁ ସ୍ୱାଦିଷ୍ଟ ନବରତ୍ନ ପଲାଉ , ସମସ୍ତେ କରିବେ ପ୍ରଶଂସା

Homemade Mutton Recipe: କେବେ ଖାଇନଥିବେ ମଟନ୍ର ଏହି ସୁଆଦିଆ ରେସିପି, ଥରେ ବନାନ୍ତୁ ପାଟିରୂ ଛାଡ଼ିବନି

Doctor Reveals: ପଦାକୁ ଆସିଲା ସାଂଘାତିକ ସତ , ସବୁ ଖୋଲି କହିଦେଲେ ହ୍ୟୁମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)