Advertisment

New Odisha Bhavan in Delhi: ଓଡ଼ିଶା ଭବନର ଶିଳାନ୍ୟାସ, ରହିବ ଆଧୁନିକ ସମ୍ମିଳନୀ କକ୍ଷ ଓ ୪୫ଟି କୋଠରୀ

ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗରେ ଓଡ଼ିଶା ଭବନର ଶିଳାନ୍ୟାସ ଉତ୍ସବ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଶିଳାନ୍ୟାସ କରିବେ।

author-image
Chinmayee Sahoo
Odisha Bhavan

Odisha Bhavan Photograph: (OTV)

ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗରେ ଓଡ଼ିଶା ଭବନର ଶିଳାନ୍ୟାସ ଉତ୍ସବ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଶିଳାନ୍ୟାସ କରିବେ। ଏହି ନୂଆ ଓଡ଼ିଶା ଭବନ ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବରେ କାମ କରିବ। 

Advertisment

ପୂର୍ବତନ ଓଡ଼ିଶା ଭବନ କିଛି ବର୍ଷ ଧରି ଅସୁରକ୍ଷିତ ଥିବାରୁ ଏହାର ପୁନର୍ନିର୍ମାଣ ଆବଶ୍ୟକ ଥିଲା। ୨୦୨୫ରେ ପୁରୁଣା ଓଡ଼ିଶା ଭବନକୁ ଭଙ୍ଗଯାଇଥିଲା। ଭଙ୍ଗାଯିବାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ଫଳରେ ଓଡିଶାରୁ ଯାଉଥିବା ନେତା, ମନ୍ତ୍ରୀ ଓ ଭିଆଇପି ଅଶୋକା ହୋଟେଲରେ ଯାଇ ରହୁଥିଲେ। 

ତେବେ ଆଜି ଏହାର ଶିଳାନ୍ୟାସ ହେଉଛି। ନୂଆ ଭବନ ଏକ ସାତ ମହଲା ବିଶିଷ୍ଟ ହେବ। ୪୫ଟି କୋଠରୀ ସହିତ ସୁଇଟ୍ ଏବଂ ଏକ ଆଧୁନିକ ସମ୍ମିଳନୀ କକ୍ଷ ରହିବ।

Advertisment

Delhi Odisha Bhavan
Advertisment
Related Articles
Advertisment