/odishatv-khabar/media/media_files/2025/12/07/pak-woman-seek-help-to-modi-2025-12-07-19-26-52.jpg)
PAK--WOMAN-SEEK-HELP-TO-MODI Photograph: (OTV)
ପାକିସ୍ତାନରୁ ମୋଦିଙ୍କୁ ଗୁହାରି...ମୋଦିଜୀ ମୋତେ ସାହାଯ୍ୟ କରନ୍ତୁ, ନ୍ୟାୟ ଦିଅନ୍ତୁ...ପାକିସ୍ତାନ ସରକାର ଉପରେ ଭରସା ନାହିଁ ! ଶତ୍ରୁମାଟିରୁ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ପାକିସ୍ତାନୀ ମହିଳାଙ୍କର ଆକୁଳ ନିବେଦନର ଭିଡିଓ... । କିଏ ଏହି ପାକ୍ ମହିଳା, କାହିଁକି ମୋଦିଙ୍କୁ ମାଗିଲେ ସାହାଯ୍ୟ ? ଜାଣନ୍ତୁ ପୂରା ମାମଲା...
ଏହି ମହିଳାଙ୍କ ନାଁ ନିକିତା ନାଗଦେବ । ସେ ଜଣେ ପାକିସ୍ତାନୀ ହିନ୍ଦୁ, କରାଚିରେ ରୁହନ୍ତି । ୨୦୨୦ ଜାନୁଆରୀରେ ପାକିସ୍ତାନୀ ନାଗରିକ ବିକ୍ରମ ନାଗଦେବଙ୍କ ସହ ତାଙ୍କର ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା । ବିକ୍ରମ ଦୀର୍ଘକାଳୀନ ଭିସାରେ ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିଲେ । ବିବାହର ମାସେ ପରେ ବିକ୍ରମ ନିକିତାଙ୍କୁ ଭାରତ ଆଣିଥିଲେ । କିନ୍ତୁ କୋଭିଡ୍ ସମୟରେ ତାଙ୍କୁ ଜବରଦସ୍ତି ପଠାଇ ଦେଇଥିଲେ ପାକିସ୍ତାନ ।
ସେବେଠୁ ତାଙ୍କୁ ଭାରତ ଆଣିବାକୁ ଚେଷ୍ଟା କରୁନାହାନ୍ତି ବିକ୍ରମ । ସେ ଅନେକ ଥର ସ୍ୱାମୀଙ୍କୁ କହିଥିଲେ ବି କିଛି ନା କିଛି ବାହାନା କରି ଟାଳି ଦେଉଛନ୍ତି । ନିକିତା ଏବେ କରାଚିରେ ଥିବାବେଳେ ତାଙ୍କ ସ୍ୱାମୀ ଦିଲ୍ଲୀର ଗୋଟିଏ ଝିଅକୁ ଭଲ ପାଉଛନ୍ତି । ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଏନେଇ ସେ ଶାଶୁଘର ଲୋକଙ୍କୁ କହିଥିଲେ । ହେଲେ କେହି ତାଙ୍କ କଥା ଶୁଣୁନାହାନ୍ତି । ଓଲଟା ଶାଶୁଘରେ ମାନସିକ ଓ ଶାରିରୀକ ନିର୍ଯାତନା ମିଳୁଥିବା ଅଭିଯୋଗ କରିଛନ୍ତି ମହିଳା ।
ଏହି ମାମଲା ମଧ୍ୟପ୍ରଦେଶ କୋର୍ଟରେ ପହଞ୍ଚିଥିଲା । କିନ୍ତୁ ଉଭୟ ସ୍ୱାମୀ-ସ୍ତ୍ରୀ ଭାରତୀୟ ହୋଇନଥିବାରୁ ବିକ୍ରମଙ୍କୁ ପାକିସ୍ତାନ ପଠାଇଦେବାକୁ ସୁପାରିଶ କରିଥିଲା କେନ୍ଦ୍ର । ତେଣୁ ଏବେ ନ୍ୟାୟ ପାଇଁ ପାକିସ୍ତାନରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକୁଳ ଗୁହାରି କରିଛନ୍ତି ନିକିତା । ଯଦି ନ୍ୟାୟ ନମିଳେ ତାହେଲେ ନ୍ୟାୟ ଉପରୁ ତାଙ୍କ ବିଶ୍ୱାସ ଉଠିଯିବ । ତାଙ୍କର ସାଥ୍ ଦେବାକୁ ନିବେଦନ କରିଛନ୍ତି । ନିକିତାଙ୍କ ଏ ଭିଡିଓ ମେସେଜ୍ ଖୁବ୍ ଭାଇରାଲ ହେବାରେ ଲାଗିଛି ।
Soil Used in Road Work: ପି.ସି ପ୍ରବଳ, କାମ ଦୁର୍ବଳ... ଧାରଣାରେ ବସିଲେ ପୂର୍ବତନ ସାଂସଦ

Labour Card Scam: ଶ୍ରମ କାର୍ଡ କରାଇ ଦେବାକୁ ଘୁରି ବୁଲୁଛନ୍ତି ଏଜେଣ୍ଟ; ମାଗୁଛନ୍ତି ଟଙ୍କା

Another Twist in the Amar–Sejal Love Story: ଅମର-ସେଜଲ ପ୍ରେମ କାହାଣୀର ପୁଣି ଏକ ମୋଡ; ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍

Wild Scene in Pakistan Parliament: ସଂସଦରେ ଗଧର ହଙ୍ଗାମା: ନେତାଙ୍କୁ ତଳେ ଫୋପାଡିଲା, ଜୀବନ ବିକଳରେ ଦୌଡିଲେ ସାଂସଦ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)