Advertisment

Pitabas Murder: ଫୁଲବାଣୀ ଜେଲରେ ପିଣ୍ଟୁ ଦାସ , ପୀତବାସ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ

ବ୍ରହ୍ମପୁର ଜେଲରେ ପିଣ୍ଟୁଙ୍କ ବିରୋଧୀ କିଛି ଅପରାଧୀ ଅଛନ୍ତି। ବିଶେଷ ଭାବେ ପିଣ୍ଟୁଙ୍କୁ ଆକ୍ରମଣ କରିଥିବା ମଉଜ ମିଶ୍ର ଓ ତା ସହଯୋଗୀ ସେଠି ଅଛନ୍ତି। ତେଣୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବ୍ରହ୍ମପୁର ଜେଲରୁ ପିଣ୍ଟୁଙ୍କୁ ଫୁଲବାଣୀ ଜେଲକୁ ପଠାଯାଇଛି।

author-image
Manas Ranjan Mohanty
pintu das

pintu das Photograph: (OTV)


ଫୁଲବାଣୀ ଜେଲକୁ ସ୍ଥାନାନ୍ତର ହେଲେ ପିଣ୍ଟୁ ଦାସ। ପୀତବାସ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶିବଶଙ୍କର ଓରଫ୍ ପିଣ୍ଟୁ ଦାସଙ୍କୁ ଫୁଲବାଣୀ ଜେଲକୁ ପଠାଯାଇଛି। ଅଭିଯୁକ୍ତ ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାସଙ୍କୁ କିଛି ସମୟ ପୂର୍ବରୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁର ଜେଲରେ ପିଣ୍ଟୁଙ୍କ ବିରୋଧୀ କିଛି ଅପରାଧୀ ଅଛନ୍ତି। ବିଶେଷ ଭାବେ ପିଣ୍ଟୁଙ୍କୁ ଆକ୍ରମଣ କରିଥିବା ମଉଜ ମିଶ୍ର ଓ ତା ସହଯୋଗୀ ସେଠି ଅଛନ୍ତି। ତେଣୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବ୍ରହ୍ମପୁର ଜେଲରୁ ପିଣ୍ଟୁଙ୍କୁ ଫୁଲବାଣୀ ଜେଲକୁ ପଠାଯାଇଛି। 

Advertisment

ସେପଟେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଲଢ଼ିବେ ସ୍ବତନ୍ତ୍ର ସରକାରୀ ଓକିଲ। ହାଇକୋର୍ଟର ଦୁଇ ବରିଷ୍ଠ ସରକାରୀ ଓକିଲ ମାମଲା ଲଢ଼ିବା ନେଇ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସପି । CID-CB ଡିଜିଙ୍କୁ ଲେଖିଥିବା ଚିଠିରେ ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ଅବିନାଶ ପାଢ଼ୀଙ୍କୁ ମାମଲା ପରିଚାଳନା କରିବାକୁ ନିବେଦନ କରାଯାଇଛି। କାଳୀଚରଣ ମିଶ୍ର CBIର ପୂର୍ବତନ ଅତିରିକ୍ତ ଆଇନ ପରାମର୍ଶଦାତା। ତାସହ ବହୁଚର୍ଚ୍ଚିତ ‘ଅଞ୍ଜନା ମିଶ୍ର’ ମାମଲାର ପରିଚାଳନା କରିଥିଲେ।

ସେହିପରି ଅବିନାଶ ପାଢ଼ୀ ବହୁ ଅପରାଧିକ ମାମଲା ଲଢ଼ିବା ଅଭିଜ୍ଞତା ରହିଛି। ତେଣୁ ପୀତବାସ ମାମଲାକୁ ଏମାନେ ପରିଚାଳନା କରନ୍ତୁ ବୋଲି ବ୍ରହ୍ମପୁର ଏସପି ଚିଠି କରିଛନ୍ତି।

Advertisment

ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ସହ ୧୩ ଜଣଙ୍କୁ ଗିରଫ କରିଛି। ବିକ୍ରମଙ୍କ ପାଇଁ ୫୦ରୁ ଅଧିକ ଆଇନଜୀବୀ ୱକାଲତନାମା ବି ଦାଏର କରିଥିଲେ। ଏତେ ବଡ଼ ହାଇପ୍ରୋଫାଇଲ୍ ମାମଲା ହୋଇଥିବାରୁ ପୋଲିସ୍  ନିଜ ଆଡ଼ୁ କୌଣସି ବି ତ୍ରୁଟି ରଖିବାକୁ ଚାହୁଁନି। ତେଣୁ ବରିଷ୍ଠ ଓକିଲଙ୍କୁ ଏଇ ମାମଲାରେ ନିୟୋଜିତ କରିବାକୁ ଚିଠି ହୋଇଛି।

Advertisment
Related Articles
Advertisment