Advertisment

Nuapada Bypoll: ନୂଆପଡା ଉପନିର୍ବାଚନ:ସରି ଆସୁଛି ପ୍ରଚାର

ନୂଆପଡା ଉପନିର୍ବାଚନ ପାଇଁ ସରି ଆସୁଛି ପ୍ରଚାର। ଶେଷ ପର୍ଯ୍ୟାୟରେ ଜୀ ଜାନ୍ ଲଗାଇଛନ୍ତି ନେତା। ଆଜି ପୁଣି ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ବେଇମାନ୍ ପ୍ରସଙ୍ଗକୁ କରିପାରନ୍ତି କାଉଣ୍ଟର୍।

author-image
Chinmayee Sahoo
NUAPADA-ELECTION

NUAPADA-ELECTION Photograph: (OTV)

ଆଜି ଯୋରସୋର ହେବ ନୂଆପଡ଼ାରେ ପ୍ରଚାର ଲଢ଼େଇ। ପ୍ରଚାର ପାଇଁ ସମୟ ସରି ଆସୁଥିବାରୁ ମୈଦାନରେ ଜି-ଜାନ୍ ଲଗେଇ ଦେଇଛନ୍ତି ସବୁ ଦଳ। ଆଜି ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ପ୍ରଚାରକୁ ଓହ୍ଲାଇବେ । ଆସନ୍ତାକାଲି ପ୍ରଚାରର ଶେଷ ଦିନ। 
ସେପଟେ ଗତକାଲି ପୁଣି ପ୍ରଚାର ମଞ୍ଚରୁ ନିଜ ଅଭିଭାଷଣରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଠାଇଥିଲେ ପ୍ରାର୍ଥୀ ଚୋରି ଓ ବେଇମାନି ପ୍ରସଙ୍ଗ। ନବୀନ କହିଛନ୍ତି ରାଜୁ ଢୋଲକିଆଙ୍କୁ ସେ କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ, ନୂଆପଡ଼ାରେ ବିକାଶ ଚାଲିଥିଲା- ହେଲେ ଏବେ ତାହ ଠପ୍। ମିଛ ପ୍ରତିଶ୍ରୁତିରେ ସରକାର ଚାଲେନି। ଆପଣଙ୍କ ଓ ମୋ ସହ ବେଇମାନି ହୋଇଛି। ପ୍ରାର୍ଥୀ ଚୋରି କରି ଭୋଟରଙ୍କ ଦୃଦୟ ଜିତି ପାରିବେନି। ନୂଆପଡ଼ା ବାସୀ ତାର ଉଚିତ୍ ଜବାବ ଦେବେ। 
ପୂର୍ବରୁ ଠିକ୍ ଏହି ପ୍ରସଙ୍ଗ ଉଠାଇଥିବା ନବୀନଙ୍କୁ କିନ୍ତୁ କୋମନାରେ ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।। ସେପଟେ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରୁଛି।

Advertisment


•    ନୂଆପଡା ଉପନିର୍ବାଚନ ପାଇଁ ସରି ଆସୁଛି ପ୍ରଚାର 
•    ଶେଷ ପର୍ଯ୍ୟାୟରେ ଜୀ ଜାନ୍ ଲଗାଇଛନ୍ତି ନେତା
•    ଆଜି ପୁଣି ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ 
•    ନବୀନଙ୍କ ବେଇମାନ୍ ପ୍ରସଙ୍ଗକୁ କରିପାରନ୍ତି କାଉଣ୍ଟର୍

Nuapada
Advertisment
Related Articles
Advertisment